ଜୁଲାଇ 7ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା
by Argus News
Tue, Apr 16 | 11:00 a.m.

ପୁରୀ:  ଆସନ୍ତା ଜୁଲାଇ 7 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସେଥିପାଇଁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ବୈଠକରେ ପୁରୀ ଏସପିଙ୍କ ସମେତ ପରିଚାଳନା କମିଟିର ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ । 

ତେବେ ଚଳିତବର୍ଷ ରଥଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ ହେବା ଅନୁମାନ କରି ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନିଜନିଜର ଖସଡା ପ୍ରସ୍ତୁତ କରିବାକୁ ପୂର୍ବ ବୈଠକରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ସ୍ୱାସ୍ଥ୍ୟ ସେବା,ରାସ୍ତାଘାଟ,ବିଦ୍ୟୁତ, ଡ୍ରେନେଜ, ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଥିଲେ । 

ସେପଟେ ପଞ୍ଜିକା ଅନୁଯାୟୀ ଚଳିତବର୍ଷ ରଥଯାତ୍ରା ଦିନ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ କିଭଳି ସମସ୍ତ ନୀତିକାନ୍ତି ହେବ ସେନେଇ ଚିନ୍ତାରେ ଶ୍ରୀମନ୍ଦିର ପ୍ରଶାସନ ।

ଆହୁରି ପଢନ୍ତୁ ଓଡିଶା ଖବର...


 

BAJRANG PARTY
4m ago
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
21m ago
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ
HEAT WAVE
43m ago
ଆହୁରି ଦୁଇ ସପ୍ତାହ ତତେଇବା ତାତି
ଅର୍ଗସ ବ୍ୟୁରୋ: ଆଗାମୀ ଦୁଇ ସପ୍ତାହ ଯାଏଁ ତାତିରୁ ନାହିଁ ନିସ୍ତାର । ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି, ତଥା ସାମୁଦ୍ରିକ ବାୟୁ ପ୍ରବା