ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
by Argus News
Mon, Nov 20 | 11:49 a.m.

ଅର୍ଗସ ବ୍ୟୁରୋ: ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ବତନ୍ତ୍ର ହେଲିକପ୍ଟରରେ ପୋଲିସ ପଡ଼ିଆରେ ଓହ୍ଲାଇଲେ। ପ୍ରଥମେ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ସମ୍ମିଳନୀରେ ଯୋଗଦେବେ ମହାମହିମ। ପାଣିଜିଆରେ ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ ସ୍କୁଲର  ଶୁଭ ଉଦଘାଟନ କରିବେ। ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ରାଇରଙ୍ଗପୁର ଗସ୍ତ।

 ରାଇରଙ୍ଗପୁର ସବଡିଭିଜନାଲ ପୋଷ୍ଟ ଅଫିସ ଏବେ ଡିଭିଜନାଲ ପୋଷ୍ଟ ଅଫସରେ ପରିଣତ ହେବ। ନୂଆ ପୋଷ୍ଟ ଅଫିସର ଉଦଘାଟନ କରିବେ ରାଷ୍ଟ୍ରପତି । ଯେଉଁ କାମ ପାଇଁ ରାଇରଙ୍ଗପୁର ବାସୀଙ୍କୁ ବାରିପଦା ଯିବାକୁ ପଡୁଥିଲା ସେହି କାମ ଏବେ ରାଇରଙ୍ଗପୁରରେ ହୋଇପାରିବ । ଏଥିପାଇଁ ଖୁସିରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ୍ ଦେଇଛନ୍ତି ରାଇରଙ୍ଗପୁର ବାସିନ୍ଦା।

ଅଧିକ ପଢନ୍ତୁ: ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ"ର କରିବେ ଶୁଭ ଉଦଘାଟନ

ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ଘର। ରାଇରଙ୍ଗପୁର ଗସ୍ତ ଅବସରରେ ସେ ଘରକୁ ମଧ୍ୟ ଆସିବେ। ଯଦିଓ ରାଷ୍ଟ୍ରପତି ଭାବେ ତାଙ୍କର ଖାଦ୍ୟପେୟର ବ୍ୟବସ୍ଥା ସ୍ବତନ୍ତ୍ର ଭାବେ କରାଯିବ। ତଥାପି ଘରେ ତାଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପରିବାର ଲୋକଙ୍କ ସହ ସମ୍ପର୍କୀୟମାନେ ମଧ୍ୟ ଘରେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଓଡିଶା ଖବର ଆହୁରି ପଢନ୍ତୁ

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍