ଆଇଏନଏସ ବିକ୍ରାନ୍ତର ପରାକ୍ରମ ଦେଖିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
by Argus News
Thu, Nov 07 | 9:11 p.m.

ଅର୍ଗସ ବ୍ୟୁରୋ:  ଗୋଆରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ ବିକ୍ରାନ୍ତର ପରାକ୍ରମ ଦେଖିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।  ବିକ୍ରାନ୍ତରେ ଉପସ୍ଥିତ ରହି ଗଭୀର ସମୁଦ୍ରରେ ଭାରତୀୟ ନୌସେନାର ସମରାଭ୍ୟାସକୁ ଦେଖିଲେ ରାଷ୍ଟ୍ରପତି। ଏହାସହ ସମୁଦ୍ରରେ ସରଫେସ୍ ଅପରେସନ, ବୁଡ଼ା ଜାହାଜର ଯୁଦ୍ଧ କୌଶଳ ଦେଖିଲେ ରାଷ୍ଟ୍ରପତି। ଏଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୧୫୦ ଯବାନଙ୍କ ଦ୍ବାରା ଅଭିବାଦନ ପ୍ରଦାନ କରାଯାଇଥିଲ। ବରିଷ୍ଠ ନୌସେନା ଅଧିକାରୀଙ୍କ ସହ ଆଲୋଚନା କରିବା ସହ ନୌସେନାର ବିଭିନ୍ନ ପରାକ୍ରମର ସାକ୍ଷୀ ରହିଲେ ରାଷ୍ଟ୍ରପତି । ବିକ୍ରାନ୍ତ ଯୁଦ୍ଧ ଜାହାଜରୁ ଲଢୁଆ ବିମାନ ଓ ହେଲିକ୍ୟାପ୍ଟରର ଉଡ଼ାଣ ଓ ଅବତରଣ କିପରି ହୁଏ ତାହାକୁ ଅତି ନିକଟରେ ଦେଖିଲେ ରାଷ୍ଟ୍ରପତି । ଏହାସହିତ ଆଇଏନଏସ ବିକ୍ରାନ୍ତରେ ମୁତୟନ ଥିବା ମହିଳା ଅଗ୍ନିବୀରଙ୍କ ସହ ଆଲୋଚନା କରିଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

TRUMP
କେତେ ସମ୍ପତ୍ତିର ମାଲିକ ଟ୍ରମ୍ପ ? ଟ୍ରମ୍ପ ହେଉଛନ୍ତି ଆମେରିକାର ବସ୍‌
ଅର୍ଗସ ବ୍ୟୁରୋ: ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ । ଦେଶର ୪୭ ତମ ରାଷ୍ଟ୍ରପତି ହେବା ପରେ ସେ ଆମେରିକାର ସବୁଠାରୁ ଧନୀ ରାଜନେତାଙ୍କ ମଧ୍ୟରେ ଗଣତ
AIR POLLUTION
ଏନସିଆରରେ ବାୟୁ ପ୍ରଦୂଷଣ ରେକର୍ଡ ସ୍ତରରେ, ନିୟନ୍ତ୍ରଣ ଆଣିବା ଲାଗି ଆର୍ଟିଫିସିଆଲ ବର୍ଷା
ଅର୍ଗସ ବ୍ୟୁରୋ: ଦୀପାବଳି ପରେ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ରେକର୍ଡ ସ୍ତରରେ ପହଞ୍ଚିଛି। ଯାହାକୁ ନେଇ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଗଲାଣି। ଏଭିତର
DROUPADI MURMU
ଆଇଏନଏସ ବିକ୍ରାନ୍ତର ପରାକ୍ରମ ଦେଖିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ଅର୍ଗସ ବ୍ୟୁରୋ: ଗୋଆରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ ବିକ୍ରାନ୍ତର ପରାକ୍ରମ ଦେଖିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବିକ୍ରାନ୍ତରେ ଉପସ୍ଥିତ ରହି ଗଭୀ