ବାରିପଦାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
by Argus News
Wed, May 29 | 1:13 p.m.

ଅର୍ଗସ ବ୍ୟୁରୋ: ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରିପଦା ଜନସଭାକୁ କରିବେ ସମ୍ବୋଧନ । ମୋଦିଙ୍କ ଗସ୍ତ ପାଇଁ ଉତ୍ସାହିତ ଜନସାଧାରଣ । ବାରିପଦା ପରେ ବାଲେଶ୍ବର ଓ କେନ୍ଦ୍ରାପଡା ଯିବେ ପ୍ରଧାନମନ୍ତ୍ରୀ ମୋଦି । 

ମୟୂରଭଞ୍ଜ ବାରିପଦା, ବାଲେଶ୍ବରର ରେମୁଣା ଓ କେନ୍ଦ୍ରାପଡ଼ାରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ଗସ୍ତରେ ଆସି ବାରିପଦା ଛଉ ପଡିଆରେ ବିଶାଳ ଜନ ସଭାରେ ଉଦବୋଧନ ଦେବେ ।

ଏଥିସହ ବାଲେଶ୍ବରର ରେମୁଣା ଏବଂ ପରେ ଅପରାହ୍ଣ ସାଢ଼େ ୩ଟାରେ କେନ୍ଦ୍ରାପଡାର ବାରୁଅ ପଡିଆରେ ଜନସଭା କରିବେ ପ୍ରଧାନମନ୍ତ୍ରୀ । ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଚାରରେ ଭରିବେ ତାତି । ସମଗ୍ର ଉତ୍ତର ଓ ଉପକୂଳ ଓଡ଼ିଶାରେ ପଡ଼ିବ ମୋଦିଙ୍କ ଗସ୍ତର ପ୍ରଭାବ। ବିଜେପି ଶିବିରରେ ଜୋରଦାର ଉତ୍ସାହ ।  ପୂର୍ବରୁ 2 ଥର ଓଡ଼ିଶା ଗସ୍ତରେ ଆସି  ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି  ପ୍ରଧାନମନ୍ତ୍ରୀ ।

25 ବର୍ଷର କଣ ବିକାଶ କରିଛନ୍ତି ନବୀନ ସରକାର ତାକୁ ନେଇ ପ୍ରଶ୍ନ ଉଠାଇବା ସହ ଓଡ଼ିଶାର ଅସ୍ମିତା ଓ ଭାବାବେଗକୁ ମୋଦି କରିଛନ୍ତି ପ୍ରସଙ୍ଗ। ଭ୍ରଷ୍ଟାଚାର, ରତ୍ନଭଣ୍ଡାର ଚାବି, ଚିଟଫଣ୍ଡ, ମାଫିଆରାଜକୁ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦି ।

ଆହୁରି ପଢନ୍ତୁ ରାଜନୀତି ଖବର...

ଓଡ଼ିଶା ପ୍ରଦେଶ କଂଗ୍ରେସ
1m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
3m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
32m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ