ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
by Argus News
Sun, May 05 | 10:41 p.m.

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱର ବିମାନବନ୍ଦରରେ ମୋଦିଙ୍କୁ ସ୍ୱାଗତ କରିଛନ୍ତି ହଜାର ହଜାର ଲୋକ।ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ। ୬ ତାରିଖ ସକାଳୁ ଭୁବନେଶ୍ୱରରୁ ବ୍ରହ୍ମପୁର ଯିବେ ପ୍ରଧାନମନ୍ତ୍ରୀ। ସେଠାରେ ବିଶାଳ ସମାବେଶରେ ଯୋଗ ଦେବେ । ତାପରେ ନବରଙ୍ଗପୁରରେ ବି ବଡ଼ ଜନସଭାକୁ ସମ୍ବୋଧନ କରିବେ ମୋଦି।

୬ ତାରିଖରେ ଯାଇ ୧୦ ତାରିଖରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ରାଜଧାନୀରେ କରିବେ ବିଶାଳ ରୋଡ଼ ସୋ। ଭୁବନେଶ୍ୱରର ତିନିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକାମ୍ର, ଉତ୍ତର ଓ ମଧ୍ୟ ଭୁବନେଶ୍ୱର କ୍ଷେତ୍ରରେ ହେବ ପ୍ରଧାନମନ୍ତ୍ରୀଙ୍କ ରାଲି।ଏହାସହ ୧୧ ତାରିଖରେ ବଲାଙ୍ଗୀରରେ ନିର୍ବାଚନୀ ପ୍ରଚାର କରିବେ ପିଏମ ମୋଦି। ମୋଦିଙ୍କ ଗସ୍ତ ପାଇଁ  ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । CISF ଆଉ ପୋଲିସ ମୁତୟନ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ