ବିହାର ଓ ପଶ୍ଚିମବଙ୍ଗରେ ପ୍ରଚାର ମଇଦାନକୁ ଓହ୍ଲଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 
by Argus News
Thu, Apr 04 | 7:31 p.m.

ନୂଆଦିଲ୍ଲୀ: ବିହାର ଓ ପଶ୍ଚିମବଙ୍ଗରେ ଆଜି ପ୍ରଚାର ମଇଦାନକୁ ଓହ୍ଲଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଥମଥର ପାଇଁ ବିହାର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ବିହାରର ଜମ୍ମୁଇରେ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ଏହା ନିର୍ବାଚନୀ ସଭା ନୁହେଁ, ବିଜୟୀ ସଭା। ଏଠାରେ ସେ ଇଣ୍ଡି ମେଣ୍ଟ ଉପରେ ଜୋରଦାର ବର୍ଷିଥିଲେ। ଏହାପରେ ପଶ୍ଚିମବଙ୍ଗ କୁଚବିହାରରେ ପ୍ରଚାର ଅବସରରେ ପିଏମ ଟିଏମସି ସରକାରକୁ ଜୋରଦାର ଟାର୍ଗେଟ କରିଛନ୍ତି।

ବିହାରରେ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିହାର ଜମ୍ମୁଇ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, ଏ ନିର୍ବାଚନୀ ସଭା ନୁହେଁ ବିଜୟୀ ସଭା। ଫିର୍‌ ଏକ ବାର୍ ମୋଦି ସରକାରର ନାରା ଦେଇଛନ୍ତି ମୋଦି। ଏ ନିର୍ବାଚନ ବିକଶିତ ବିହାରର ସ୍ବପ୍ନକୁ ପୂରଣ କରିବାର ନିର୍ବାଚନ। ଏହାସହ ଇଣ୍ଡି ମେଣ୍ଟକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସ ଓ ଆର୍‌ଜେଡି ଭଳି ଦଳ ଦେଶର ନାଁକୁ ଖରାପ କରୁଛନ୍ତି। ରେଳବାଇ ନାଁରେ ଗରିବଙ୍କ ଜମି ହଡ଼ପ କରିବା କଥା ବି ଉଠାଇ ଲାଲୁ ପ୍ରସାଦ ଯାଜବଙ୍କୁ ଟାର୍ଗେଟ କରିଛନ୍ତି ମୋଦି। ତେବେ NDAର ଗୋଟିଏ ଲକ୍ଷ୍ୟ-ବିକଶିତ ଭାରତର ନିର୍ମାଣ ବୋଲି କହିଛନ୍ତି ମୋଦି। 

ବିହାର ପରେ ପଶ୍ଚିମବଙ୍ଗର କୁଚବିହାରରେ ମୋଦି ନିର୍ବାଚନୀ ସଭାକୁ ସମ୍ବୋଧିନ କରିଥିଲେ। ଏ ଅବସରରେ ପିଏମ କହିଛନ୍ତି ଆପଣଙ୍କ ସ୍ବପ୍ନ ହିଁ ମୋଦିର ଗ୍ୟାରେଣ୍ଟି। ମୋଦି ସରକାର ଦେଶର ବିକାଶ, ଆତଙ୍କବାଦ ମୁକ୍ତ ଭାରତ ଲାଗି କଠୋର ନିଷ୍ପତ୍ତି ନେବାରେ ପଛଘୁଞ୍ଚା ଦେଇନାହିଁ। କୁଟବିହାରରେ ମଧ୍ୟ ମୋଦି କଂଗ୍ରେସ ଓ ଟିଏମସିକୁ କଡା ସମାଲୋଚନା କରିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ସନ୍ଦେଶଖାଲି ଘଟଣାକୁ ନେଇ ଟିଏମସିକୁ ସମାଲୋଚନା କରିଥିଲେ। କହିଥିଲେ, ଅଭିଯୁକ୍ତକୁ ସୁରକ୍ଷା ଦେବାକୁ ମମତା ସରକାର ସବୁ ବଳ ଲଗାଇ ଦେଇଥିଲେ। ହେଲେ ବିଜେପି ସନ୍ଦେଶଖାଲିର ପୀଡିତଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରିବ। ସେହିପରି ଦୁର୍ନୀତି ପ୍ରସଙ୍ଗରେ ଇଣ୍ଡି ମେଣ୍ଟକୁ ଟାର୍ଗେଟ କରି ମୋଦି କହିଛନ୍ତି, ମୁଁ କହୁଛି ଦୁର୍ନୀତି ହଟାଏ, କିନ୍ତୁ ସେମାନେ କହୁଛନ୍ତି ଦୁର୍ନୀତିଗ୍ରସ୍ତଙ୍କୁ ବଞ୍ଚାଅ।   ବିହାର ଓ ପଶ୍ଚିମବଙ୍ଗରେ ମୋଦି କହିଛନ୍ତି, ଗତ 10 ବର୍ଷରେ ତାଙ୍କର ସରକାର ଯାହା କରିଛି, ତାହା କେବଳ ଟ୍ରେଲର। ଆଗକୁ ଫିଲ୍ମ ଆସିବ। ଦେଶର ବିକାଶ ଲାଗି ପୁଣିଥରେ ବିଜେପି ସରକାର ଗଠନ ଲାଗି ଭୋଟ ଦେବାକୁ ମୋଦି କହିଛନ୍ତି।  

ଅଧିକ ପଢନ୍ତୁ ଭାରତ ଖବର 
 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ