କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
by Argus News
Tue, Sep 17 | 9:18 p.m.

ଅର୍ଗସ ବ୍ୟୁରୋ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଘରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା ଘଟଣା। କଂଗ୍ରେସକୁ କଡ଼ା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ କ୍ଷମତା ପାଇଁ ଦେଶ ବିଭାଜନ ଲକ୍ଷ୍ୟରେ କଂଗ୍ରେସ। ଗଣେଶ ପୂଜା କେବଳର ଆସ୍ଥାର ପର୍ବ ନୁହେଁ, ବରଂ ଆମ ଦେଶର ସ୍ୱାଧୀନତା ପାଇଁ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା। ଗଣେଶ ଉତ୍ସବ ଆମ ଏକତାର ପ୍ରତୀକ। କ୍ଷମତାର କ୍ଷୁଧା ପାଇଁ  ଜାତି ନାମରେ ଦେଶକୁ ବିଭାଜନ କରିବା, ସମାଜକୁ ବିଷାକ୍ତ କରିବା ଥିଲା ବ୍ରିଟିଶଙ୍କ ଅସ୍ତ୍ର । ସେତେବେଳେ ଗଣେଶ ପୂଜା ଦେଶକୁ ଏକଜୁଟ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲା। ଆଉ ଏବେ ଇଂରେଜଙ୍କ ଅନୁଗତ ସମାନ ପନ୍ଥା ଆପଣାଉଛନ୍ତି। ଗଣେଶ ପୂଜାରେ କର୍ଣ୍ଣାଟକରେ ସବୁ ସୀମା ଟପିଗଲା କଂଗ୍ରେସ। ତେବେ ଏଭଳି ଘୃଣା ସୃଷ୍ଟିକାରୀଙ୍କୁ ଆଗକୁ ବଢ଼ିବାକୁ ଦେବାନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ଗଣେଶ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଘରେ ପୂଜାର୍ଚ୍ଚନା କରିଥିଲେ। ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ ଯାହାକୁ ନେଇ ଭୁବନେଶ୍ବରରେ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏଭଳି ଚିନ୍ତାଧାରା ଦେଶ ପାଇଁ ବିପଦ ବୋଲି ସେ କହିଛନ୍ତି।ଦେଶ ସ୍ବାଧୀନତାର କଥା କହି କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦୀ । ଆଉ ଇଂରେଜ ଅନୁଗତ କଥା କହି ଖୋଲି ଦେଇଛନ୍ତି ମୁଖା 

 

 

 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ