ଭାରତ ମଣ୍ଡପମ୍ ଠାରେ ଭାରତ ଟେକ୍ସ-2024କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି  
by Argus News
Mon, Feb 26 | 1:08 p.m.

ନୂଆଦିଲ୍ଲୀ:  ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଭାରତ ଟେକ୍ସ-2024କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ଦେଶର ଏବେ ପର୍ଯ୍ୟନ୍ତ ହୋଇଥିବା ସବୁଠୁ ବଡ଼ ଟେକ୍ସଟାଇଲ୍ ଇଭେଣ୍ଟ । ଏହି କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇଥିବାବେଳେ 29 ତାରିଖ ଯାଏ ଚାଲିବ । ଏହି କାର୍ଯ୍ୟକ୍ରମରେ ଫାଇବର, କପଡା ଏବଂ ଫ୍ୟାଶନ୍ ଉପରେ ଫୋକସ୍ କରାଯାଇଛି । ଯେଉଁଥିରେ 100ରୁ ଅଧିକ ଦେଶ ଓ 3000 ହଜାରରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିଛନ୍ତି ।

ଏହା ବ୍ୟତୀତ ତିନି ହଜାରରୁ ଅଧିକ କ୍ରେତା ଏବଂ 100ରୁ ଅଧିକ ଦେଶରୁ 40,000ରୁ ଅଧିକ ବାଣିଜ୍ୟ ପରିଦର୍ଶକ ଭାଗ ନେଇଛନ୍ତି ।  ଏହି କାର୍ଯ୍ୟକ୍ରମରେ 50ରୁ ଅଧିକ ଘୋଷଣା ଏବଂ ଏମଓୟୁ ସ୍ବାକ୍ଷରିତ ହେବ । ଯାହାକି ବୟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଏବଂ ବାଣିଜ୍ୟକୁ ଆହୁରି ବୃଦ୍ଧି କରିବ ଏବଂ ରପ୍ତାନି ବୃଦ୍ଧିରେ ସାହାଯ୍ୟ କରିବ । ଆତ୍ମନିର୍ଭରଶୀଳ ଭାରତ ଏବଂ ବିକଶିତ ଭାରତ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆଗକୁ ନେବା ଦିଗରେ ଏହା ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ । 

ଅଧିକ ପଢନ୍ତୁ ଭାରତ ଖବର 

ED
30m ago
୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି
ଅର୍ଗସ ବ୍ୟୁରୋ: ବିଜେଡିରେ ଛନକା । ୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଲା ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା । ଇଡି ପକ୍ଷରୁ ସେସବୁ ମାମଲା
ସର୍ବଭାରତୀୟ ନିଟ
54m ago
ସର୍ବଭାରତୀୟ ନିଟ ପରୀକ୍ଷାରେ ସଫଳ ହେବା ସହ ଡାକ୍ତର ହେବେ ଦିପୁ
ଅର୍ଗସ ବ୍ୟୁରୋ: ଜୀବନର ସଂଘର୍ଷ ତାଙ୍କୁ ଶିଖାଇଦେଇଛି ବଞ୍ଚିବା। ଯେଉଁ ବୟସରେ ବାପାଙ୍କ ହାତ ଧରି ଏ ଦୁନିଆକୁ ଦେଖିବା କଥା। ସେ ବୟସରେ ବିଧାତା ବି ତାଙ୍କୁ କଷଣ ଦେଇଛି। କିନ୍ତୁ ବାପାଙ୍
ମାଓ ପ୍ରବଣ ଅଞ୍ଚଳରେ
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ