ସମୁଦ୍ରରେ ଲୀନ ହୋଇଥିବା ଦ୍ବାରକା ନଗରୀ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି
by Argus News
Sun, Feb 25 | 7:27 p.m.

 ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ବାରକା ନଗରୀରେ ପ୍ରଧାନମନ୍ତ୍ରୀ ମୋଦି । ସ୍କୁବା ଡାଇଭିଂ କରି ଦ୍ବାପର ଯୁଗ ଶେଷରେ ସମୁଦ୍ରରେ ଲୀନ ହୋଇଯାଇଥିବା ଦ୍ବାରକା ନଗରୀ ଦର୍ଶନ କରିବା ସହ ଅନୁଭବ ବଖାଣିଛନ୍ତି ପ୍ରଧାନନ୍ତ୍ରୀ ମୋଦି । ସମୁଦ୍ର ମଧ୍ୟକୁ ଯାଇ ପ୍ରାର୍ଥନା  କରିଥିଲେ ମୋଦି । ଦ୍ବାରକା ନଗରୀ ଦର୍ଶନ ପରେ ଏହି ଅନୁଭବକୁ ଏକ୍ସ ପୋଷ୍ଟ ଜରିଆରେ ସେୟାର କରିଛନ୍ତି 

ଅଧିକ ପଢନ୍ତୁ : ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

ପ୍ରଧାନମନ୍ତ୍ରୀ । ପ‌ାଣି ଭିତରେ ବୁଡ଼ି ଯାଇଥିବା ଦ୍ବାରକା ନଗରୀରେ ପହଞ୍ଚି ପ୍ରାର୍ଥନା କରିବାକୁ ଦିବ୍ୟ ଅନୁଭବ କହିବା ସହ ସମ୍ପୂର୍ଣ୍ଣ ଅନୁଭବକୁ ଶବ୍ଦରେ ବଖାଣି ପାରିବି ନାହିଁ  । ଦର୍ଶନ ସମୟ‌ରେ ଇଶ୍ୱରୀୟ ଅନୁଭୂତି ସହ ଅନନ୍ତ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ଯୋଡ଼ି ହୋଇଥିବା ଅନୁଭବ ହୋଇଥିଲା। ଏବାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର କୁଚ ଉପସାଗରରେ ଭାରତର ଦୀର୍ଘତମ କେବୁଲ ସେତୁ ସୁଦର୍ଶନ ସେତୁର ଉଦଘାଟନ କରିଥିଲେ । ଦ୍ୱାରକାରେ ୪ ହଜାର ୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଲୋକାର୍ପଣ ତଥା ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ । ଏହାସହ ଆଜି ରାଜକୋଟର ରେସ୍ କୋର୍ସ ଗ୍ରାଉଣ୍ଡରେ ୪୮ ହଜାର କୋଟିରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ  । ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟ, ସଡ଼କ, ରେଳ, ଶକ୍ତି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ପର୍ଯ୍ୟଟନ ପ୍ରକଳ୍ପ ସାମିଲ ରହିଛି ।
 

TRIPLE MURDER
5m ago
ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ
ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର । ଝାରସୁଗୁଡ଼ାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ବାଣୀପାହାଡ଼ ଜଙ୍ଗଲ ପାଖର
AIR INDIA
21m ago
ଏୟାର ଇଣ୍ଡିଆ ବିମାନ ସେବାରେ ହଇଚଇ, ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀ
ଅର୍ଗସ ବ୍ୟୁରୋ : ଏୟାର ଇଣ୍ଡିଆ ଏକ୍ସପ୍ରେସର ୯୦ରୁ ଅଧିକ ଜାତୀୟ ତଥା ଅନ୍ତର୍ଜାତୀୟ ବିମାନର ଉଡାଣକୁ ବାତିଲ କରାଯାଇଛି । ଏନେଇ ବିମାନ ଚଳାଚଳ ସୂତ୍ରରୁ ପ୍ରକାଶ ପାଇଛି । କାରଣ ଅନେ
OPENING OF KEDARNATH
45m ago
ସ୍ଥିର ହେଲା ତିଥି, ଏହି ଦିନ ଖୋଲିବ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର କବାଟ
ଅର୍ଗସ ବ୍ୟୁରୋ : ଚାରି ଧାମ ଯାତ୍ରା ପାଇଁ ଆସିଲା ବଡ଼ ଖବର । ତ୍ତରାଖଣ୍ଡର ଅର୍ଥାତ୍ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର ଯାତ୍ରାର ଦ୍ୱାର ଖୋଲିବାର ତାରିଖ ଘୋଷଣ