ପୁରୁଣା ପରିଚୟ ଫେରି ପାଇବ ‘ନାଳନ୍ଦା’
by Argus News
Wed, Jun 19 | 12:29 p.m.

ଅର୍ଗସ ବ୍ୟୁରୋ: ପୁରୁଣା ପରିଚୟ ଫେରି ପାଇବ ‘ନାଳନ୍ଦା’ । ବିଶ୍ବପ୍ରସିଦ୍ଧ ବିହାରର ନାଳନ୍ଦା ବିଶ୍ବବିଦ୍ୟାଳୟର ପୁନଃରୁଦ୍ଧାର ସହ ରାଜଗିର କ୍ୟାମ୍ପସକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତାଙ୍କ ସହ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେନକର, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସମେତ 17ଟି ଦେଶର ରାଷ୍ଟ୍ରଦୂତଙ୍କ ସମେତ  ନାଲଣ୍ଡା ବିଶ୍ବବିଦ୍ୟାଳୟର ଛାତ୍ରମାନେ ମଧ୍ୟ ଉପସ୍ଥିତ ଥିଲେ । 

 

ଏହି ଅବସରରେ ପିଏମ୍ କହିଛନ୍ତି, ଏହା କେବଳ ନାଲନ୍ଦା କିମ୍ବା ବିହାର ପାଇଁ ନୁହେଁ ବରଂ ବିଶ୍ବ ପାଇଁ ଏକ ଐତିହାସିକ ଦିନ । ଏଥିସହ ପ୍ରାଚୀନ ନାଳନ୍ଦା ବିଶ୍ବବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । 2014 ମସିହା ସେପ୍ଟେମ୍ବର 19 ତାରିଖରେ ନାଳନ୍ଦା ୟୁର୍ନିଭର୍ସିଟିରେ ନୂଆ କ୍ୟାମ୍ପସର ଶିଳାନ୍ୟାସ କରିଥିଲେ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । 
ଦୀର୍ଘ 9 ବର୍ଷ ପରେ ପିଏମ୍ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଜଗିର କ୍ୟାମ୍ପସର ଉଦଘାଟନ କରିଛନ୍ତି । 455 ଏକର ଜମିରେ 1749 କୋଟି ଟଙ୍କା ଖର୍ଚ୍ଚରେ ଏହି କ୍ୟାମ୍ପସ୍ ତିଆରି କରାଯାଇଛି ।


 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର