ପ୍ରଥମ ପର୍ଯ୍ୟାୟ ମତଦାନ ପରେ ମତଦାତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ
by Argus News
Sat, Apr 20 | 8:01 a.m.

ଅର୍ଗସ ବ୍ୟୁରୋ:  ପ୍ରଥମ ଚରଣ ମତଦାନ ପରେ ମତଦାତାଙ୍କୁ ଧନ୍ୟବାଦ ଦେଲେ ପ୍ରଦାନମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି । ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ମତଦାନ କରିଥିବା ସମସ୍ତଙ୍କୁ ଧନ୍ୟବାଦ । ପ୍ରଥମ ପର୍ଯ୍ୟାୟରେ ଏନଡିଏ ସପକ୍ଷରେ ହୋଇଛି ରେକର୍ଡ଼ ଭୋଟିଂ। ଏହା ସ୍ପଷ୍ଟ ହୋଇଛି ଯେ ଭାରତ ସାରା ଲୋକେ ଏନଡିଏକୁ ରେକର୍ଡ଼ ମତଦାନ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ନିର୍ବାଚନ ମଣ୍ଡଳୀରେ 59.71 ପ୍ରତିଶତ ମତଦାନ ହୋଇଛି । ପଶ୍ଚିମବଙ୍ଗରେ ୭୭% ରୁ ଅଧିକ ମତଦାନ ହୋଇଥିବା ବେଳେ ତ୍ରିପୁରାରେ ୭୫%ରୁ ଅଧିକ ମତଦାନ ହୋଇଛି । ମେଘାଳୟରେ ପ୍ରାୟ ୭୦%, ମଣିପୁରରେ ୬୭%ରୁ ଅଧିକ, ମଧ୍ୟପ୍ରଦେଶରେ ୬୩%, ପୁଡୁଚେରୀରେ ପ୍ରାୟ ୭୩%, ନାଗାଲାଣ୍ଡରେ ପ୍ରାୟ ୫୬%, ମିଜୋରାମରେ ୫୨%ରୁ ଅଧିକ, ରାଜସ୍ଥାନରେ ୫୦%ରୁ ଅଧିକ, ସିକ୍କିମରେ ୬୭%, ତାମିଲନାଡୁରେ ୬୨%, ଉତ୍ତରପ୍ରଦେଶରେ ୫୭%ରୁ ଅଧିକ, ଉତ୍ତରାଖଣ୍ଡରେ ୫୩%ରୁ ଅଧିକ, ଜମ୍ମୁ-କଶ୍ମୀରରେ ୬୫%, ବିହାରରେ ୪୬%ରୁ ଅଧିକ, ଅରୁଣାଚଳ ପ୍ରଦେଶରେ ୬୩%, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପାଖାପାଖି ୫୭%, ଆସାମରେ ୭୧%, ଛତିଶଗଡ଼ରେ ୬୩%ରୁ ଅଧିକ, ଛତିଶଗଡ଼ରେ ୬୩%ରୁ ଅଧିକ, ଲାକ୍ଷାଦ୍ୱୀପରେ ୫୯% ଓ ମହାରାଷ୍ଟ୍ରରେ ୫୫% ମତଦାନ ହୋଇଛି।

ଦେଶରେ କେତେକ ସ୍ଥାନରେ ଛୋଟ ମୋଟ ଅପ୍ରିତିକର ଘଟଣାକୁ ବାଦ ଦେଲେ ମତଦାନ ଶାନ୍ତିପୂର୍ଣ୍ଣ ରହିଥିଲା । ମଣିପୁରର ମୋଇରଙ୍ଗ ବିଧାନସଭାର ଥାମାନପୋକପିର ଏକ ମତଦାନ କେନ୍ଦ୍ର ନିକଟରେ ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି । ଏହି ଗୁଳିକାଣ୍ଡରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ ।  ସେହିପରି ଇମ୍ଫାଲରେ ମଧ୍ୟ ଭୋଟିଂ ବେଳେ ଅନିୟମିତତା ହେଉଥିବା ହଙ୍ଗମା କରି ମତଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି କରାଯାଇଥିଲା । ଏପଟେ ପଶ୍ଚିମବଙ୍ଗରେ ବି ମତଦାନ ସମୟରେ କେତେକ ସ୍ଥାନରେ ହିଂସା ଉପୁଜିଛି ।


 

HOROSCOPE
28m ago
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ
ମାଫିଆ
34m ago
'ଓଡ଼ିଶାରେ ସବୁ କ୍ଷେତ୍ରକୁ କବଜା କରିରଖିଛି ଜଣେ ମାଫିଆ'
ଅର୍ଗସ ବ୍ୟୁରୋ: ଓଡ଼ିଶାର 25 ବର୍ଷ ବରବାଦ କରିଛି ବିଜେଡି। ପିଏମ୍ କହିଛନ୍ତି, ଆଦିବାସୀଙ୍କ ଭୂମି ଅଧିକାର ସହ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପେଷା ଆଇନ ଲାଗୁ କରିପାରିଲ
TREE CUTTING
54m ago
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି
ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳ