ଗାନ୍ଧି ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ
by Argus News
Wed, Oct 02 | 8:03 a.m.

ଅର୍ଗସ ବ୍ୟୁରୋ : ଆଜି ଗାନ୍ଧି ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ ଜନମନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଦେଓଗଡ଼, ଗଜପତି, ମୋହନା, ରାୟଗଡ଼ା, ବାଲିଗୁଡ଼ା, ମାଲକାନଗିରି, ଗୁଣୁପୁର, ସୁନ୍ଦରଗଡ଼ର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଗମନାଗମନ ସୁବିଧା ପାଇଁ ନିର୍ମାଣ ହେବ ରାସ୍ତା । ଏହା ସହିତ ଆଦିବାସୀ ଅଞ୍ଚଳରେ ଅନେକ ଗୁଡ଼ିଏ ଲୋକାଭିମୁଖୀ କାର୍ଯ୍ୟର କରିବେ ଶିଳାନ୍ୟାସ। ଝାଡ଼ଖଣ୍ଡର ହଜାରିବାଗରୁ ଦେଶର ବିଭିନ୍ନ ରାଜ୍ୟକୁ ୮୩ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ।

ଅଧିକ ପଢନ୍ତୁ : ଗାନ୍ଧି ଜୟନ୍ତୀରେ ଓଡ଼ିଶାକୁ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ

ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ସବୁ ରାଜ୍ୟର ୫୪୯ ଜିଲ୍ଲା ଓ ୨୭୪୦ ବ୍ଲକରେ ବସବାସ କରୁଥିବା ୬୩ ହଜାର ଗାଁର ୫ କୋଟି ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବ ଏହି ଯୋଜନା। ଜନଜାତି ବର୍ଗଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ସଶକ୍ତୀକରଣ, ଉନ୍ନତ ଜୀବନ ଶୈଳୀ ଦିଗରେ ନୂଆ ସୂର୍ଯ୍ୟୋଦୟ ଆଣିବା ଯୋଜନାର ଲକ୍ଷ୍ୟ। ଏଥିପାଇଁ କେନ୍ଦ୍ର ସରକାରଙ୍କ ୨୫ଟି ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରିବେ।

ଦିନ ବେଳର
9m ago
ଦିନ ବେଳର ଖବର ସଂକ୍ଷେପରେ
ଅର୍ଗସ ବ୍ୟୁରେୋ: ଆଜି ଗାନ୍ଧୀ ଜୟନ୍ତୀ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ... ସାରା ବିଶ୍ବରେ ପହଁଚାଇଥିଲେ ସତ୍ୟ ଓ ଅହିଂସାର ବାର୍ତ୍ତା... ସେପଟେ ଜନ୍ମଜୟନ୍ତୀରେ ଲାଲ୍ ବାହାଦୂର
ସ୍ବଚ୍ଛ ଭାରତ ମିଶନ
45m ago
"ସୁସ୍ଥ ଜୀବନ , ସମୃଦ୍ଧ ଭାରତ ପାଇଁ ସ୍ବଚ୍ଛ ଭାରତ ମିଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ"- ଆଶିଷ କୁମାର ଚୌହାନ
ଅର୍ଗସ ବ୍ୟୁରୋ : 'ସ୍ବଚ୍ଛ ଭାରତ ମିଶନ' ଭାରତର ଏକ ଦଶନ୍ଧି ଆନ୍ଦୋଳନ । ସ୍ବଚ୍ଛତା, ପରିମଳ ଏବଂ ନିରନ୍ତର ଜୀବନଯାପନ ପାଇଁ ଏହି ସ୍ବଚ୍ଛତା ଆନ୍ଦୋଳନ ଅନେକ ଦିନ ଧରି ଚାଲିଛି । ଦେଶକ
ହେଲିକପ୍ଟର କ୍ରାସ
ପୁଣେରେ ହେଲିକାପ୍ଟର କ୍ରାସ୍, ୩ ଜଣଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ : ପୁଣେରେ ହେଲିକପ୍ଟର କ୍ରାସ । ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଉଡାଣ ଭରିବା ସମୟରେ ଘଟିଥିଲା ଦୁର୍ଘଟଣା । ଅକ୍ସଫୋର୍ଡ ଗଲ୍ଫ କୋର୍