ଆଜି ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର
by Argus News
Fri, Apr 12 | 8:27 a.m.

ଅର୍ଗସ ବ୍ୟୁରୋ :  ଆଜି ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର । ବାଡମେର ଓ ଦୌସାରେ ବିଜୟ ଶଙ୍ଖନାଦ ସମାବେଶକୁ ସମ୍ବୋଧନ କରିବେ ମୋଦି ।  ଅବ କି ବାର ୪୦୦ ପାର ଲକ୍ଷ୍ୟ ପୂରା କରିବାକୁ ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡର ଋଷିକେଶରେ ଆଇଡିପିଏଲ୍‌ ସ୍ପୋର୍ଟସ ଗ୍ରାଉଣ୍ଡରେ ନିର୍ବାଚନ ରାଲିରେ ସମ୍ବୋଧିତ କରିଥିଲେ । ଋଷିକଶ ପରେ ରାଜସ୍ଥାନର କରୌଲୀରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି । କରୌଲୀରେ ବି ମୋଦି କଂଗ୍ରେସ ଉପରେ ଜୋରାଦର ବର୍ଷିଥିଲେ। ।

ଅଧିକ ପଢନ୍ତୁ : ଋଷିକେଶ ଓ କରୌଲୀରୁ କଂଗ୍ରେସକୁ ମୋଦିଙ୍କ ଜୋରଦାର ଆକ୍ରମଣ

ରାଜସ୍ଥାନର ୧୯ ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ୧୨ ଲୋକସଭା ଆସନରେ ହେବ ଭୋଟ୍ ଗ୍ରହଣ । ରାଜସ୍ଥାନରେ କରୌଲୀରେ ମୋଦି କହିଛନ୍ତି," ଯଦି ଆମେ ଏକ ବିକଶିତ ଭାରତର ସ୍ବପ୍ନକୁ ପୂରଣ କରିବାକୁ ଚାହୁଁ, ତେବେ ଆମକୁ ପଦ୍ମ ଫୁଲରେ ଭୋଟ ଦେବାକୁ ପଡ଼ିବ। ବାକି କାମ କରିବା ମୋର ଗ୍ୟାରେଣ୍ଟି ।"  ସେପଟେ ଗତକାଲି ରାଜସ୍ଥାନର ବିକାନେରରେ କଂଗ୍ରେସ ଷ୍ଟାର-ପ୍ରଚାରକ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର କରି ଦଳ ପାଇଁ ଭୋଟ ମାଗିଛନ୍ତି । କହିଛନ୍ତି, ଗୋଟିଏ ଝଟକାରେ ଦେଶରୁ ଗରିବି ଦୂର କରିଦେବେ ।

REPOLLING
11m ago
କଣ୍ଟାମାଳ: ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ
ଅର୍ଗସ ବ୍ୟୁରୋ: କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ । ଆସନ୍ତାକାଲି ପୁନର୍ବାର ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର
DEAD BODY
14m ago
ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ
ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନା
RUBEN BANERJEE
18m ago
ପାଣ୍ଡିଆନ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର: ରୁବେନ୍ ବାନାର୍ଜୀ
ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳର ନେତା ଭି. କେ ପାଣ୍ଡିଆନ ନିଜ ଦଳ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର। ଅର୍ଗସକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରକୁ ଏକଥା କହିଛନ୍ତି ବରିଷ୍