ଆଜି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ 
by Argus News
Mon, Oct 28 | 8:12 a.m.

ନୂଆଦିଲ୍ଲୀ:  ଆଜି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦୀ ସ୍ପେନ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ଭାବେ ଭଦୋଦରାରେ ସି-୨୯୫ ବିମାନ ନିର୍ମାଣ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସ ଉଦଘାଟନ କରିବେ। ଏହା ଭାରତରେ ସୈନ୍ୟ ବିମାନ ସମ୍ବନ୍ଧିତ ଘରୋଇ କ୍ଷେତ୍ରର ପ୍ରଥମ ଚୂଡ଼ାନ୍ତ ଆସେମ୍ବ୍ଲି ଲାଇନ ହେବ। ଆମ୍ରେଲିରେ ପ୍ରଧାନମନ୍ତ୍ରୀ ୪ ହଜାର ୯୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ ମୋଦି । ପ୍ରକଳ୍ପ ଗୁଡ଼ିକ ମୁଖ୍ୟତଃ ରେଳ, ସଡ଼କ, ଜଳ ବିକାଶ ଏବଂ ପର୍ଯ୍ୟଟନ କ୍ଷେତ୍ର ଉପରେ କେନ୍ଦ୍ରିତ ରହିଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ। ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ଭଦୋଦରାର ଲକ୍ଷ୍ମୀ ବିଳାସ ପ୍ୟାଲେସ ଯିବେ । ପ୍ରଧାନମନ୍ତ୍ରୀ ଭଦୋଦରାରୁ ଆମ୍ରେଲି ଯିବେ। ଅପରାହ୍ଣ ପ୍ରାୟ ୨ଟା ୪୫ ମିନିଟରେ ସେ ଆମ୍ରେଲିର ଦୁଧାଲା ଠାରେ ଭାରତମାତା ସରୋବରର ଉଦଘାଟନ କରିବେ।

ଅଧିକ ପଢନ୍ତୁ ଭାରତ ଖବର 

PROJECT
5m ago
ପୁନରୁଦ୍ଧାର ଅପେକ୍ଷାରେ ଫୁଲଝରି ଜଳସେଚନ ପ୍ରକଳ୍ପ
ଅର୍ଗସ ବ୍ୟୁରୋ: ଫୁଲଝରି ଜଳସେଚନ ପ୍ରକଳ୍ପ। ପ୍ରକଳ୍ପର ମୁଖ୍ୟ ଗେଟ୍ ସମ୍ପୂର୍ଣ୍ଣ ଭାବରେ ପଙ୍କରେ ପୋତି ହୋଇ ଯାଇଥିବା ବେଳେ ଏହାର ସଟର ସବୁ ଦୂର୍ବୁତ ମାନେ ଭାଙ୍ଗି କ
ବରଫି
7m ago
ଦୀପାବଳିରେ ଘରେ କରନ୍ତୁ ଏହି ବରଫି
ଅର୍ଗସ ବ୍ୟୁରୋ: ଆଗକୁ ଆସୁଛି ଦୀପାବଳି ସମସ୍ତଙ୍କ ଘରେ ଅନେକ ପ୍ରକାରର ଭଳିକି ଭଳି ମିଠା ପ୍ରସ୍ତୁତ ହେବ । ତେବେ ଏଥର ଘରେ କରନ୍ତୁ ମୁଗ ଡାଲି ବରଫି। ଖୁବ୍‌ କମ୍‌ ସାମଗ୍ରୀରେ
ଲବଙ୍ଗ ପାଣି
12m ago
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଲବଙ୍ଗ ପାଣି
ଅର୍ଗସ ବ୍ୟୁରୋ: ଖରାପ ଜୀବନଶୈଳୀ ଓ ପାଗର ପରିବର୍ତ୍ତନ ଯୋଗୁଁ ଅଧିକାଂଶ ଲୋକ ଥଣ୍ଡା, କାଶ ଏବଂ ଗଳା ସମସ୍ୟାରେ ଅସୁବିଧାରେ ପଡ଼ନ୍ତି । ଏପରି ପରିସ୍ଥିତିରେ, ସୁସ୍ଥ ରହିବାକୁ, ଆପଣ ଔଷଧ ସହି