ଶୋଇଥିବା ବେଳେ ନିଆଁ ଲାଗି ଜଳି ଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି 
by Argus News
Sun, Feb 25 | 9:46 a.m.

ଖୋର୍ଦ୍ଧା:  ବିଳମ୍ବିତ ରାତ୍ରି ରେ ଡିଗଂର ଗ୍ରାମରେ ଘଟିଛି ଅଘଟଣ। ଘରେ ଶୋଇଥିବା ବେଳେ ସର୍ଟସର୍କିଟ ନିଆଁ ଲାଗି ଜଳି ଗଲା ଲକ୍ଷାଧିକ ଟଙ୍କା ସମ୍ପତ୍ତି। ଆଉ ଏଥିରେ ଅଳ୍ପରେ ବଚିଂଯାଇଛି ଜୀବନ। ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଡିଗଂର ଗ୍ରାମର ରାମଚନ୍ଦ୍ର ସାହୁଙ୍କ ପରିବାର ଗତକାଲି ଘରେ ଶୋଇଥିବା ସମୟରେ ହଠାତ୍ ତାର ପୋଡା ଗନ୍ଧ ହେବାରୁ ରାମଚନ୍ଦ୍ରଙ୍କ ପତ୍ନୀ ଉଠି ଦେଖିବା ବେଳକୁ ଘର ହୁତୁହୁତୁ ହୋଇ ଜଳୁଛି। ସଗେଂ  ସଗେଂ ପରିବାର ସଦଦ୍ୟ  ଙ୍କୁ ଉଠାଇ ଘରର ପଛପଟ କବାଟ ଖୋଲି ଘରୁ ସୁରକ୍ଷିତ ଭାବେ ଆସିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୋପ ଏତେ ଥିଲା ଯେ କିଏ ଘର ଭିତରକୁ ପସିବାକୁ ସାହାସ କରିନଥିଲେ ଯାହା ଫଳରେ ଆଖି ଆଗରେ ଜଳି ଯାଇଥିଲା ଲକ୍ଷାଧିକ ଟଙ୍କା ସମ୍ପତ୍ତି।

ତାହା ଅଗ୍ନିକାଣ୍ଡ ର ତାପ ଫଳରେ ଛାତ ସହ କାନ୍ଥ ଫାଟି ଯାଇଥିଲା । ପ୍ରାୟ ୭ ରୁ ୮ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ଜଳି ଛାରଖାର ହୋଇଯାଇଛି। ରାତ୍ରି ୧ ଟା ସମୟରେ ଘରେ ଶୋଇଥିବା ବେଳେ କୁଲରରୁ ହଠାତ୍ ସର୍ଟସାର୍କିଟ ଯୋଗୁ ଗୋଟିଏ ବଖରା ସମ୍ପୂର୍ଣ୍ଣ ପୋଡି ଜଳି ନଷ୍ଟ ହେବା ସହ ଘରେ ଥିବା ଲକ୍ଷାଧିକ ଟଙ୍କା ର କୁଲର। ଓ୍ବାସିଗଂ ମେଶିନ, ଇନଭଟର, ଟିଭି ଫ୍ୟାନ ସାମଗ୍ରୀ ସହ ବହୁ ଆସବାବପତ୍ର ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇ ଯାଇଛି। ନିଆଁ ତିବ୍ରତା ଭୟାନକ ଥିଲା ବେଳେ ଗ୍ରାମବାସୀ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ହେଲେ ଖବରର ଦେଢ ଘଣ୍ଟା ପରେ ଅଗ୍ନି ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

MODI
ବିଜେଡି ସରକାରକୁ ଧୋଇଦେଲେ ମୋଦି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛ
CM NAVEEN PATNAIK
ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ !
ଅର୍ଗସ ବ୍ୟୁରୋ : ଆକ୍ରମଣ ହେଲା ଆହୁରି ଶାଣିତ । ନବୀନଙ୍କ ନାଁନେଇ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଥଥମମ ବିଜେଡି ନେତା । ମଂଚରେ ଚଢୁଚଢୁ ସିଧା କହିଲେ, ଏଥ
MODI
ନବୀନଙ୍କୁ ଧୋଇଲେ ମୋଦି : କହିଲେ, ବିନା କାଗଜରେ ୩୦ ଜିଲ୍ଲାର ନାଁ କହିପାରିବେନି
ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବି ସମ୍ଭାଳିପାରୁନାହାନ୍ତି ସରକାର କଣ ସମ୍ଭାଳିବେ ? ଇଏ ଏମିତି ମୁଖ୍ୟମନ୍ତ୍ରୀ ଯିଏ କି, ବିନା କାଗଜରେ ନିଜ ଜିଲ୍ଲାର ନାଁ କହିପାରୁନାହାନ୍ତି କି ରାଜ୍ୟ