ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା
by Argus News
Fri, Aug 30 | 3:51 p.m.

ଅର୍ଗସ ବ୍ୟୁରୋ: ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା। ଏଏନଏମ ସେଣ୍ଟର ସ୍ଥାନାନ୍ତର ଦାବିରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ରିଆମାଳ ବ୍ଲକ ଲୁଲଙ୍ଗ ଗ୍ରାମପଞ୍ଚାୟତ ରେଙ୍ଗାଳପାଲି ଗାଁରେ ନିର୍ମାଣ ହେଉଥିବା ଏ.ଏନ୍‌.ଏମ୍‌. ସେଣ୍ଟର ପଞ୍ଚାୟତ ସଦର ମହକୁମାରେ ନିର୍ମାଣ ପାଇଁ ଦାବି ହୋଇଛି । ଲୁଲଙ୍ଗ ପଞ୍ଚାୟତର ୮ଟି ୱାର୍ଡର ଜନସାଧାରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ । ମାତ୍ର ନିର୍ମାଣ କାମ ଆରମ୍ଭ ହୋଇଥିବାରୁ ଏବେ ସ୍ଥାନାନ୍ତର କରିବା ଆଉ ସମ୍ଭବ ନୁହେଁ ବୋଲି କହିବାରୁ ଉତ୍ତେଜନା ଦେଖା ଦେଇଥିଲା। ଶହ ଶହ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବା ସହ ଜିଲ୍ଲାପାଳଙ୍କ ଅଫିସ କ୍ୱାଟର ବାହାରେ ଧାରଣାରେ ବସିଥିଲେ । 

ଫଳରେ ପ୍ରାୟ ୩ ଘଣ୍ଟା ଧରି ପୋଲିସକୁ ନାକେଦମ ହେବାକୁ ପଡିଥିଲା । ବିଭିନ୍ନ ନାରାବାଜି ସହ ଉତ୍ତ୍ୟକ୍ତ ଲୋକ ନିଜ ଜିଦ୍‌ରେ ଅଟଳ ରହିଥିଲେ । ପରେ ଉପଜିଲ୍ଲାପାଳ ଏବଂ ଦେବଗଡ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ଲୋକ ଧାରଣାରୁ ଉଠିଥିଲେ । ଏ.ଏନ୍‌.ଏମ୍‌. ସେଣ୍ଟର ନିର୍ମାଣ କାମ ଏବେ ବନ୍ଦ କରିବା ସହିତ ଆସନ୍ତା ୭ ମଧ୍ୟରେ ନିଷ୍ପତ୍ତି ନିଆ ନ ଗଲେ ପୁଣି ଥରେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର  
 

ଦିଲ୍ଲୀ ମଦ ଦୁର୍ନୀତିରେ
ଦିଲ୍ଲୀ ମଦ ଦୁର୍ନୀତିରେ ବହୁ ନେତା ଜେଲ ଯିବା ପରେ ଆତିଶୀ ଥିଲେ ଚର୍ଚ୍ଚାରେ
ଅର୍ଗସ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଆତିଶି ମାର୍ଲେନ ମୁଖ୍ୟମନ୍ତ୍ରୀ ଭାବେ ଦଳୀୟ ନେତାଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତିରେ ବହ
ସ୍କୁଲରେ ତାଲା
ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ଗ୍ରାମବାସୀ
ଅର୍ଗସ ବ୍ୟୁରୋ : ସ୍କୁଲରେ ତାଲା ମାରିଲେ ଗ୍ରାମବାସୀ। ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ କୁମୁଣ୍ଡେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା । ସ୍କୁଲରେ ବିଭିନ୍ନ ସମସ୍ୟା ନେଇ ଆଜ
କଂଗ୍ରେସ
କ୍ଷମତା ପାଇଁ ଦେଶ ବିଭାଜନ ଲକ୍ଷ୍ୟରେ କଂଗ୍ରେସ:ମୋଦି
ଅର୍ଗସ ବ୍ୟୁରୋ:ତୁଷ୍ଟିକରଣ ରାଜନୀତିର ସବୁ ସୀମା ପାର କରିଛି କର୍ଣ୍ଣାଟକର କଂଗ୍ରେସ ସରକାର। ଏ ଦୃଶ୍ୟ ସାରା ଦେଶକୁ ବିଚଳିତ କରିଦେଇଛି। ଶେଷରେ ଭଗବାନ ଗଣପତିଙ୍କ ମୂର୍ତ୍ତିକୁ ଛାଡ଼ିଦେଲେନି