ବେଳାଭୂମିରେ ପଡିଛି କୁଢ କୁଢ ଆବର୍ଜନା, ପାଲଟିଛି ମୁକ୍ତ ଶୌଚାଳୟ
by Argus News
Fri, Dec 08 | 6:36 p.m.

ପୁରୀ: ଇଏ ହେଉଛି ପୁରୀ ବେଳାଭୂମି । ଯେଉଁଠି ଗଦା ହୋଇଛି କୁଢ କୁଢ ପ୍ଲାଷ୍ଟିକ । ଏମିତିକି କିଛି ସ୍ଥାନରେ ବେଳାଭୂମି ପାଲଟିଛି ମୁକ୍ତ ଶୌଚାଳୟ । ବେଳାଭୂମି ଫୁଟ୍ ପାଥ୍ ରେ ପଡି ରହିଛି ଆବର୍ଜନା । ଯଦିଓ ପ୍ରଶାସନ ଓ କିଛି ସଂସ୍ଥା ତରଫରୁ ସଫେଇ ହେଉଛି ତାହା କେବଳ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ । ଅର୍ଥାତ ବେଳାଭୂମିର ଅଳ୍ପ କିଛି ଅଞ୍ଚଳରେ ନୀଇତି ଚାଲିଛି ସଫେଇ । ହେଲେ ନଜର ଆଢୁଆଳରେ ରହିଯାଉଛି ଅନେକ ଅଞ୍ଚଳ । ସେପଟେ ହୋଟେଲ ଓ ଜନବସତିରୁ ଫିଟିଛି ନଳାର ଧାରା । ପ୍ରଭାବିତ ହେଉଛନ୍ତି ସାମୁଦ୍ରିକ ଜୀବ । ପବିତ୍ର ପୁରୀ ଗର୍ବ ଆମରି । 'ମୋ ଧାମ ମୋ ଗର୍ବ' ଭଳି ସ୍ଲୋଗାନ କେବଳ ନାମକୁ ମାତ୍ର । 

ସାମୁଦ୍ରିକ ପରିସଂସ୍ଥା ପାଇଁ ପୁରୀ ହେଉଛି ପ୍ରକୃତିର ବରଦାନ। ଖାସ ସେଇଥିପାଇଁ ଅଲିଭ ରିଡ଼ଲେ ଠାରୁ ଆରମ୍ଭ କରି ବହୁ ସାମୁଦ୍ରିକ ଜୀବଙ୍କ ଆତଯାତ ରହିଥାଏ । କିନ୍ତୁ ଛୋଟ ଛୋଟ ସମସ୍ୟା ବଡ଼ ସମସ୍ୟାକୁ ଅଣଦେଖା ଏମାନଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ବିଶେଷକରି ପ୍ଲାଷ୍ଟିକ, ଥର୍ମକୁଲ ସମୁଦ୍ର ଜଳରେ ମିଶି ମଇକ୍ରୋ ପ୍ଲାଷ୍ଟିକରେ ପରିଣତ ହେଉଥିବାବେଳେ ଜଳଜୀବଙ୍କ ପାଇଁ ଏହା କାଳ ସାଜିଛି । UN ବା ଜାତିସଙ୍ଘ ତରଫରୁ ମଧ୍ୟ ବେଳାଭୂମିରେ ପ୍ଲାଷ୍ଟିକ ବ୍ୟାନ କରିବାକୁ ବିଭିନ୍ନ ଜାଗାରେ କାମ କରୁଛି । ହେଲେ ପୁରୀରେ ବେଳାଭୂମି ସ୍ଵଚ୍ଛତା ଓ ମେରାଇନ ଲାଇଫ ପାଇଁ ଏବେ ବଡ଼ ଆହ୍ୱାନ ସୃଷ୍ଟି ହୋଇଛି । 

କିଛି ବର୍ଷ ପୂର୍ବେ କାଦୁଆ ଓ ଦେବୀ ମୁହାଣରୁ ଏକ ସ୍ୱେଚ୍ଛାସେବୀ ସଂସ୍ଥା ପ୍ରାୟ ସାଢ଼େ 5 ଟନ ପ୍ଳାଷ୍ଟିକ ଓ ଅଜ୍ଞବର୍ଜ୍ୟ ସଂଗ୍ରହ କରିଥିଲା । ତେବେ ଜନବସତି ଥିବା ଅଞ୍ଚଳ ଯଥା ପେଣ୍ଠକଟା ଓ ଚନ୍ଦ୍ରଭାଗାରେ ଏହା ଠାରୁ ଯଥେଷ୍ଟ ଅଧିକା ବର୍ଜ୍ୟ ବାହାରିବ ତାହା ନିର୍ଦ୍ୱନ୍ଦରେ କୁହାଯାଇପାରେ । ତେବେ ଆଉ ଡେରି ନକରି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି ।  
 

ଉତ୍ତରଦୁଆର ଦେଇ ସ୍ବତନ୍ତ୍ର ଜଗା ଦର୍ଶନ କରିପାରିବେ ଦିବ୍ୟାଙ୍ଗ ଭକ୍ତ

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ