ନିୟମ ମାନୁନାହାନ୍ତି ବିଜେଡ଼ି ନେତା
by Argus News
Sat, Apr 13 | 2:46 p.m.

ନିୟମ ମାନୁନାହାନ୍ତି ବିଜେଡ଼ି ନେତା  
ଉମାଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ
 

ଅର୍ଗସ ବ୍ୟୁରୋ : ସରକାରୀ ନିୟମ ମାନିବାକୁ ନାରାଜ ବିଜେଡି ନେତା । ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗିବା ପରେ ବି ମନଇଚ୍ଛା କାମ କରୁଛନ୍ତି ଶାସକ ଦଳିଆ ନେତା । ଯାହାର ଚିତ୍ର ସାମ୍ନାକୁ ଆସିଛି ପୁରୀରୁ । ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବସିଥିଲା ବୈଠକ । ଶାସକ ଦଳ ବିଜେଡି ଏପରି ଭାବେ ବେଆଇନ କାମ କରୁଥିବା ଅଭିଯୋଗ ଆଣିଛି ବିଜେପି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଆସିଛି ନିର୍ବାଚନ ଆଚରଣ ବିଧି ଉଲଘଂନର ସଂଘାତିକ ଅଭିଯୋଗ । ଯାହାକୁ ନେଇ ଚର୍ଚ୍ଚା ଜୋର । 

ଅଭିଯୋଗ ଅନୁସାରେ, ପୁରୀର ଅଠରନଳାରେ ଥିବା ଏକ କଲ୍ୟାଣ ମଣ୍ଡପରେ ବ୍ରହ୍ମଗିରିର ବିଜେଡ଼ି ପ୍ରାର୍ଥୀ ପୁରୀ ସଦର ବ୍ଲକର ୧୧ଟି ପଞ୍ଚାୟତର CPR, MBKଙ୍କୁ ଡକାଇ ଏକ ବୈଠକ ଆୟୋଜନ କରିଥିଲେ । ନିର୍ବାଚନ ଆଚରଣ ବିଧି ଅନୁସାରେ ଏହା ସମ୍ପୂର୍ଣ ବେଆଇନ । ଆଗାମୀ ନିର୍ବାଚନରେ କିଭଳି ଭୋଟରଙ୍କୁ ପ୍ରଭାବିତ କରିହେବ, କିଭଳି ଟଙ୍କା ବଣ୍ଟନ କରିହେବ ସେ ନେଇ ବୈଠକ ହୋଇଥିଲା ପୁରୀ ଜିଲ୍ଲା ବିଜେପି  ଅଭିଯୋଗ କରିଛି ।

 

ଟଙ୍କା ବଣ୍ଟନ ପାଇଁ ବୈଠକ ହେଉଥିବା ନେଇ ଫ୍ଲାଇଙ୍ଗ ସ୍କ୍ୱାର୍ଡକୁ ବହୁତ ପୂର୍ବରୁ ଅଭିଯୋଗ କରାଯାଇଥିଲା । ମାତ୍ର ଅଧିକାରୀମାନେ ଜାଣିଶୁଣି ଠିକ୍‌ ସମୟରେ ପହଞ୍ଚି ନ ଥିଲେ । ଫଳରେ ବୈଠକ ପରେ ଯେଝା ଯେଝା ବାଟରେ ଚାଲି ଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଅପରପକ୍ଷେ ଏହି ଅଭିଯୋଗକୁ ପୁରୀ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର ଖଣ୍ଡନ କରିଛନ୍ତି । ସେଠାରେ ଏକ ଜନ୍ମଦିନ ପାଳନ କରାଯାଉଥିଲା । ତେଣୁ ବିଜେପି ପକ୍ଷରୁ ହେଉଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ସେ ସଫେଇ ଦେଇଛନ୍ତି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ