ବଡଦାଣ୍ଡକୁ ଓହ୍ଲାଇ ଆସିବ କାଳିଆ ସାଆନ୍ତ, ଅପେକ୍ଷାରେ ରଥ ଆଉ ଭକ୍ତ...
by Argus News
Sun, Jul 07 | 7:38 a.m.

ପୁରୀ : ଆଜି  ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ।  ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ଭକ୍ତ  । ଶ୍ରୀମନ୍ଦିରର ସିଂହଦ୍ବାର  ସମ୍ମୁଖରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ ଅପେକ୍ଷାରେ ତିନି ଠାକୁରଙ୍କର ।   ଭକ୍ତଙ୍କ ଲାଗିଲାଣି ଗହଳି.. ମହାପ୍ରଭୁଙ୍କୁ ଦର୍ଶନ କରିବେ ଶହ ଶହ ଭକ୍ତ।  ବଡଦାଣ୍ଡ ହେଲାଣି ଲୋକାରନ୍ୟ।  ବର୍ଷକରେ ଥରେ  ଶ୍ରୀମନ୍ଦିରରୁ ବାହାରି  ଜାଗା ଦର୍ଶନ ଦେଇଥାଏ ଭାଇ ଭଉଣୀ ସହ।    ବ୍ରହ୍ମାଣ୍ଡ ଠାକୁରଙ୍କ ଆସିବା ବାଟକୁ ଅନେଇ ରହିଛି ଭକ୍ତ।  ଭିଜିବ ଭକ୍ତର ଆଖି  ଭିଜିବ ବଡଦାଣ୍ଡ। ଧନ୍ୟ ହେବେ ସଚରାଚର। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ହରିବୋଲ, ହୁଳହୁଳିରେ, ଘଣ୍ଟଘଣ୍ଟିରେ ଚର୍ତୁଦିଗ  ଉଠିବ ପଡିବ। 

ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ ହୋଇ ୨ଟା ୩୦ରେ ସରିବ । ଏହାପରେ ୪ଟାରେ ଛେରାପହଁରା ଓ ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି । ଏଥର ବିରଳ ସଂଯୋଗ କ୍ରମେ ୧୯୭୧ ମସିହା ଭଳି ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ସହ ଘୋଷଯାତ୍ରା ପଡୁଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୋଲିସ ପ୍ରଶାସନର କଡାକଡି କରାଯାଇଛି  ସୁରକ୍ଷା ବ୍ୟବସ୍ଥା । କାରଣ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ । ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର । ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତାସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ବରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କଂପାନୀ ଏସଓଜି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

ନିଯୁକ୍ତି ପତ୍ର
7m ago
ଏକକାଳୀନ ୧୬ ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ସୁଦୃଢ କରିବା ପାଇଁ ବିଜେପି ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ୧୬ ହଜା
କାଶତଣ୍ଡି
20m ago
ଆସୁଛନ୍ତି ମା,ସ୍ବାଗତ ଅପେକ୍ଷାରେ କାଶତଣ୍ଡି
ଅର୍ଗସ ବ୍ୟୁରୋ:ସଭିଙ୍କ ଅପେକ୍ଷା ତାଙ୍କ ପାଇଁ, ମାଙ୍କ ଆଗମନକୁ ସ୍ବାଗତ କରିବା ପାଇଁ କାଶତଣ୍ଡିର ଅପୂର୍ବ ସମ୍ଭାର ସହ ଚାରିଆଡେ ପସରା ମେଲାଇଛି,ପ୍ରକୃତି ମା ସବୁଜ ଶାଢ
MOBILE
23m ago
ଭାରତରେ ଆଉ ଚାଲିବନି OnePlus, POCO ଫୋନ !
ଅର୍ଗସ ବ୍ୟୁରୋ: ଆଜିକାଲି କମ୍‌ ଦାମରେ ଭଲ ଆଣ୍ଡ୍ରଅଡ ଫୋନ ଧରିବାକୁ ସମସ୍ତଙ୍କ ଇଛା ଥାଏ। ଯାହାକୁ ଦୃଷ୍ଟିରେ ରଖି ବଜାରରେ ଭିନ୍ନ ଭିନ୍ନ ବ୍ରାଣ୍ଡର ଫୋନ ମଧ୍ୟ ଉପଲବ୍