ରାଘବଙ୍କ ଆଖିର ହେଲା ବଡ ଅପରେସନ, ନହେଲେ ହରାଇଥାନ୍ତେ ଦୃଷ୍ଟି ଶକ୍ତି 
by Argus News
Wed, May 01 | 9:11 p.m.

ନୂଆଦିଲ୍ଲୀ: ଲଣ୍ଡନରେ ଆପ୍‌ ର ନେତା ବା ସାଂସଦ  ରାଘବ ଚଡ୍ଡା ଙ୍କ ଆଖିର କରାଗଲା ସର୍ଜରୀ ।  ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ  ପରିଣିତି ଚୋପ୍ରା ଥିବା ନେଇ ସୂଚନା। 
 ରିପୋର୍ଟସ ଅନୁସାରେ  ରାଘବ ଚଡ୍ଡା  ଗତ କିଛି ଦିନ ହେବ  ଆଖି ସହ ଜଡିତ ଗମ୍ଭୀର ସମସ୍ୟା ଦେଇ ଗତି କରୁଥିଲେ।  ତେବେ ଯନ୍ତ୍ରଣା ଏତେ ହେଲା ଯେ ଆଖି  ସର୍ଜରୀ କରିବା ପାଇଁ ୟୁକେ ଯିବାକୁ ପଡିଲା। ବର୍ତ୍ତମାନ ରାଘବଙ୍କ ଅଖିର ଅପରେଶନ ସଫଳ ହୋଇଛି।  କୁହାଯାଉଛି ଯେ ଆଖି ଅପରେଶନ ପାଇଁ  ଗତ ମାସରୁ  ଲଣ୍ଡନ  ଯାଇଛନ୍ତି ରାଘବ ଚଡ୍ଡା।  ରାଘବ ବର୍ତ୍ତମାନ ସୁସ୍ଥ ଥିବା ସୂଚନା।  ଡାକ୍ତରଙ୍କ ଅନୁମତି ପାଇଲେ ଭାରତ ଫେରିବ।  ଆମ୍‌ ଆଦମୀ  ପାର୍ଟିର ସୂଚନାନୁଯାୟୀ,  ରାଘବ ଚଡ୍ଡା  ଆଖିର 'ରେଟିନା ଡିଟେଚମେଣ୍ଟ' କୁ ରୋକିବା ପାଇଁ  ବ୍ରିଟେନରେ 'ବିଟ୍ରେକ୍ଟୋମୀ ସର୍ଜରୀ' କରାଇଛନ୍ତି। 

ରେଟିନଳ ଡିଟେଚମେଣ୍ଟ କଣ ? 

ରେଟିନଳ ଡିଟେଚମେଣ୍ଟ ଏକ ଏପରି ସ୍ଥିତି ଯାହା ଆଖିର  ପଛପଟେ ଥିବା ସୂକ୍ଷ୍ମ ଟିସୁ ଏହାର ସାଧାରଣ ସ୍ଥିତିରୁ ଅଲଗା ହୋଇଥାଏ । ଯେଉଁଥିରେ  ଆଖିର  ଜ୍ୟୋତି  ଚାଲିଯାଇଥାଏ।  ଯଦି ଠିକ୍‌ ସମୟରେ ଏହାର ଚିକିତ୍ସା ନକରାଯାଏ ତେବେ  ଛୋଟ ଛିଦ୍ର  ଖୁବ୍‌ ଶୀଘ୍ର  ବଡ ହୋଇଯାଇଥାଏ।  ଯେଉଁ ପାଇଁ ବ୍ୟକ୍ତି ଅନ୍ଧ ହୋଇଯାଇଥାଏ।  ସର୍ଜରୀ ସମୟରେ  ଡାକ୍ତର ବିଟ୍ରିୟସ କୁ  ହଟାଇ ଦିଅନ୍ତି।  ବିଟ୍ରିୟସ ଏକ ଜେଲ ପରି ହୋଇଥାଏ। ଯାହା ଆଖି  ଏବଂ ରେଟିନ୍‌  ମଧ୍ୟରେ  ଥିବା ଦୂରତାକୁ ପୂରଣ କରିଥାଏ। 
ଅଧିକ ପଢନ୍ତୁ ମନୋରଞ୍ଜନ ଖବର 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ