ରାହୁଲ ମାନିଲେ ସେ ଠେଲିଛନ୍ତି
by Argus News
Thu, Dec 19 | 7:33 p.m.

ଅର୍ଗସ ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଧକ୍କାରେ ଫାଟିଲା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡ । ପୁରା ଘଟଣା ଘଟିଥିଲା କିଛି ଏପରି । ନୂଆ ସଂସଦର ପ୍ରବେଶ ପଥରେ ଆମ୍ବେଦକର ପ୍ରସଙ୍ଗରେ ପ୍ରତିବାଦ କରୁଥିଲେ ବିଜେପି ସାଂସଦ । କଂଗ୍ରେସର ସାଂସଦମାନେ ମଧ୍ୟ ପ୍ରତିବାଦକୁ ଓହ୍ଲାଇଥିଲେ । ପ୍ରତିବାଦ ଚାଲିଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ରାହୁଲ ସଂସଦ ବିତରକୁ ଯିବାକୁ ଉଦ୍ୟମ କରୁଥିଲେ । ଏତିକି ବେଳେ ଘଟିଲା ଘଟଣା । ପ୍ରତାପ ଷଡଙ୍ଗୀଙ୍କ କହିବା ଅନୁସାରେ ରାହୁଲ ପ୍ରଥମେ ଜଣେ ସାଂସଦଙ୍କୁ ଠେଲି ଦେଇଥିଲେ । ସାଂସଦ ତାଙ୍କ ଉପରେ ପଡିଯିବାରୁ ସେ ତଳେ ପଡିଯାଇଥିଲେ । ରାହୁଲ ଗାନ୍ଧୀ ଠେଲି ଦେବାରୁ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତ ଲହୁଲୁହାଣ ହୋଇଛନ୍ତି । ପ୍ରତାପଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଉଭୟ ସାଂସଦଙ୍କୁ ଆରଏମଏଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆରଏମଏଲ ର ସୁପରିଟେଣ୍ଟେଣ୍ଟ କହିଛନ୍ତି ଏପରି ଠେଲାପେଲା ପ୍ରତାପଙ୍କ ପାଇଁ ବିପଦଜନକ । ଯେହେତୁ ସେ ଜଣେ ହାର୍ଟ ପେସେଣ୍ଟ । 

ଏହି ଘଟଣାରେ ରାହୁଲ ମାନିଛନ୍ତି ଯେ ସେ ଠେଲିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି, ହଁ ମୁଁ ଏହା କରିଛି, ଠିକ୍ ଅଛି । ଠେଲିବା ଦ୍ବାରା କିଛି ହାସଲ ହୁଏ ନାହିଁ । ମୁଁ ସଂସଦ ଭିତରକୁ ଯିବାକୁ ଚାହୁଁଥିଲି । ସଂସଦକୁ ଯିବା ମୋର ଅଧିକାର, ମୋତେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା । ଆମକୁ ସଂସଦରେ ପ୍ରବେଶ କରିବାକୁ ବାରଣ କରାଯାଉଥିଲା । ବିଜେପି ସାଂସଦମାନେ ଆମକୁ ଠେଲାପେଲା କରିଥିଲେ । 

କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସଂସଦ ମାର୍ଗ ଥାନାରେ ଏତଲା ଦେଇଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର ଏବଂ ବାଂଶୁରୀ ସ୍ବରାଜ । ଏହି ଘଟଣାକୁ ନେଇ ସାରା ଦେଶରେ ଆରମ୍ଭ ହୋଇଯାଇଛି ପ୍ରତିବାଦ। ଓଡିଶାରେ ମୁଖର ହେଲେ ବିଜେପି ନେତା । ଘଟଣାକୁ ନିନ୍ଦା କରିବା ସହ ରାହୁଲଙ୍କ କୁଶପୁତଳିକା ଦାହ କରିଥିଲେ । ଆଇନ ଅନୁସାରେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ । ବାଲେଶ୍ବର ଓ ଭୁବନେଶ୍ବରରେ ରାହୁଲଙ୍କ ବିରୋଧରେ ତୀବ୍ର ବିରୋଧ ଦେଖିବାକୁ ମିଳିଥିଲା ।  ଦିଲ୍ଲୀର RML ହସ୍ପିଟାଲରେ ଭର୍ତ୍ତି ଦୁଇ ଆହତ ସାଂସଦଙ୍କ ଚିକିତ୍ସା ତାଲିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । 

 

ADANI
14m ago
ଆଦାନୀ ଗ୍ରୁପ ପକ୍ଷରୁ ରିନ୍ୟୁବଲ୍ ଏନର୍ଜିକୁ ପ୍ରୋତ୍ସାହନ, ନୂଆ ଆଡ୍ କ୍ୟାମ୍ପେନ୍ ଲଞ୍ଚ କରିଛି କମ୍ପାନୀ
ଅର୍ଗସ ବ୍ୟୁରୋ: ପ୍ରଥମେ ପଙ୍ଖା ଆସିବ , ତା ପରେ ଯାଇ ଆସିବ ବିଜୁଳି । ଆଶ୍ଚର୍ଯ୍ୟ ହୁଅନ୍ତୁନି । ରିନ୍ୟୁବଲ ଏନର୍ଜିକୁ ନେଇ ଆଦାନୀ ଗ୍ରୁପର ଏହି କ୍ଯାମ୍ପେନ ଲଞ୍
CANCER
32m ago
ଖୁବଶୀଘ୍ର ବଜାରକୁ ଆସିବ କ୍ୟାନସର ସଂଜୀବନୀ
ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ବଜାରକୁ ଆସିବ କ୍ୟାନସର ସଂଜୀବନୀ । କର୍କଟ ରୋଗ ବିରୋଧରେ ଲଢ଼େଇରେ ସମଗ୍ର ବିଶ୍ବ ପାଇଁ ନୂଆ ଆଶାର କିରଣ ସୃଷ୍ଟି ହୋଇଛି । କର୍କଟ ରୋଗ ଟିକା ବିକଶି
MP
37m ago
ବିଜୁଳି ଚୋରି କରି ଧରାପଡ଼ିଲେ ସପା ସାଂସଦ
ଅର୍ଗସ ବ୍ୟୁରୋ: ବିଜୁଳି ଚୋରି କରି ଧରାପଡ଼ିଲେ ସପା ସାଂସଦ । ସମ୍ଭଲର ସମାଜବାଦୀ ପାର୍ଟି ସାଂସଦଙ୍କ ଘରୁ କଟିଲା ବିଜୁଳି ସଂଯୋଗ । ସାଂସଦ ଜିୟାଉର ରହମାନ ୱର୍କ ବେଆଇନ ଭାବ
ମଧୁମେହ
41m ago
ମଧୁମେହ ରୋଗୀମାନେ ମେଥି ଖାଇଲେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ
ଅର୍ଗସ ବ୍ୟୁରୋ: ଆଜିକାଲି ଖରାପ ଜୀବନଶୌଳୀ ହେତୁ ଲୋକମାନେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି। ସେହିପରି ମଧୁମେହ ଏପରି ଏକ ରୋଗ ଯାହା ଦେଶ ତଥା ବିଶ୍ଵରେ ମହାମାରୀ ପରି ବ୍ୟାପୁଛି
ARRESTED
53m ago
୮  ଆତଙ୍କବାଦୀଙ୍କୁ ଗରିଫ କରିଛି ଆସାମ ପୋଲିସ ଏସଟିଏଫ
ଅର୍ଗସ ବ୍ୟୁରୋ: ଆସାମ ପୋଲିସକୁ ବଡ଼ ସଫଳତା । ଗୌହାଟିରୁ ୮ ଆତଙ୍କବାଦୀଙ୍କୁ ଗରିଫ କରିଛି ଆସାମ ପୋଲିସ ଏସଟିଏଫ । ଏହି ଗ୍ୟାଙ୍ଗ ଭାରତରେ ବେଆଇନ ଅନୁପ୍ରବେଶ କରିବା ପରେ ବିଭିନ୍