ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ରାହୁଲ ଦ୍ରାବିଡଙ୍କ ଚୁକ୍ତିନାମା ବୃଦ୍ଧି
by Argus News
Wed, Nov 29 | 4:31 p.m.

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଟିମ ଇଣ୍ଡିଆରେ ଚାଲିଥିବା ମୁଖ୍ୟ କୋଚକୁ ନେଇ ସସପେନ୍ସ ଲାଗି ରହିଥିଲା। BCCI ଆଜି ଏହାର ସମାଧାନ କରିଛି। ବୁଧବାର ଏ ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ଭ‌ାବେ ରାହୁଲଙ୍କ ଚୁକ୍ତିନାମା ବୃଦ୍ଧି ପାଇଛି ବୋଲି ଆଜି ‘ଏକ୍ସ’ ଜରିଆରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ରାହୁଲଙ୍କ ସହ ବିସିସିଆଇ ବ୍ୟାଟିଂ କୋଚ୍‌ ଭାବେ ବିକ୍ରମ ରାଥୋଡ, ବୋଲିଂ କୋଚ୍‌ ପାରସ୍‌ ହାମ୍‌ବ୍ରେଙ୍କ ଓ ଫିଲ୍ଡିଂ କୋଚ୍‌ ଟି ଦିଲ୍ଲୀପଙ୍କର ବି କାର୍ଯ୍ୟକାଳ ବୃଦ୍ଧି ପାଇଛି।

 

ତେବେ କେତେ ଦିନ ପାଇଁ ଚୁକ୍ତିନାମା ବୃଦ୍ଧି ପାଇଛି ବୋଲି ବିସିସିଆଇ ସ୍ପଷ୍ଟ ନ କରିଥିଲେ ବି ରାହୁଲ ଅତି କମ୍‌‌ରେ ୨୦୨୪ ଟି-୨୦ ବିଶ୍ବକପ୍‌ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେବେ ବୋଲି ଅନୁମାନ କରାଯାଉଛି।୨୦୨୧ ମସିହାରେ ରାହୁଲଙ୍କୁ ୨ ବର୍ଷ ପାଇଁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ମିଳିଥିଲା। ଯାହାକି ଏହି ମାସ ଶେଷ ହୋଇଛି। ତେବେ ଦ୍ରାବିଡଙ୍କ ପ୍ରଶିକ୍ଷଣ ଅଧୀନରେ ଭାରତ ଉଭୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଏବଂ ଏକ ଦିନିକିଅର ବିଶ୍ୱକପରେ ରନର୍ସଅପ୍ ହୋଇଛି।  ଗତ ଦୁଇ ବର୍ଷ ମଧ୍ୟରେ ସେ ଭଲ ରେକର୍ଡ କରିଛନ୍ତି।

ନିକଟରେ ଶେଷ ହୋଇଥିବା ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ପରେ ଚୁକ୍ତିନାମା ଶେଷ ହେବା ପରେ ବିସିସିଆଇ ରାହୁଲ ଦ୍ରାବିଡଙ୍କ ସହ ଏ ନେଇ ଆଲୋଚନା ହୋଇଥିଲା। ସେ ଏହି କାର୍ଯ୍ୟକାଳକୁ ଆଗକୁ ନେବାକୁ ସର୍ବସମ୍ମତି କ୍ରମେ ରାଜି ହୋଇଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ