ମୋଦିଙ୍କ ପ୍ରଶଂସାରେ ସତମୁଖ ରାହୁଲ : କହିଲେ, ମୋଦିଙ୍କୁ ମୁଁ ଆଦୌ ନାପସନ୍ଦ କରେନି
by Argus News
Wed, Sep 11 | 7:03 p.m.

ଅର୍ଗସ ବ୍ୟୁରୋ: ବିଦେଶରେ ମୋଦିଙ୍କୁ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । କହିଛନ୍ତି, ମୋଦିଙ୍କୁ ମୁଁ ଆଦୌ ନାପସନ୍ଦ କରେ ନାହିଁ । କେବଳ ଉଭୟଙ୍କ ବିଚାରଧାରା ଅଲଗା । ଏମିତିକି ମୋଦିଙ୍କ ଲାଗି ତାଙ୍କ ମନରେ ଶ୍ରଦ୍ଧା ରହିଥିବା ସ୍ପଷ୍ଟ କରିଛନ୍ତି ରାହୁଲ । ଅନେକଦିନ ପରେ ରାହୁଲ ମୋଦିଙ୍କୁ ନେଇ ଏମିତି ବୟାନ ଦେଇଥିବାରୁ କେବଳ ଦେଶ ନୁହେଁ ବରଂ ବିଦେଶରେ ବି ଚର୍ଚ୍ଚା ଜୋର ।

ଲୋକସଭାରେ ରାହୁଲ ଗାନ୍ଧି ବିରୋଧୀ ଦଳ ନେତା ହେବା ପରେ ଏହା ତାଙ୍କର ପ୍ରଥମ ଆମେରିକା ଗସ୍ତ । ୱାସିଂଟନ୍‌ ଡିସିସ୍ଥିତ ଜର୍ଜଟାଉନ୍ ୟୁନିଭର୍ସିଟିରେ ଆୟୋଜିତ ଏକ ସାକ୍ଷାତ୍‌କାରରେ ରାହୁଲ ଗାନ୍ଧୀ କହିଛନ୍ତି, ଆପଣ ଆଶ୍ଚର୍ଯ୍ୟ ହେବେ, କିନ୍ତୁ ମୁଁ ପ୍ରକୃତରେ ମୋଦୀଙ୍କୁ ନାପସନ୍ଦ କରେ ନାହିଁ । ତାଙ୍କର ଏକ ଦୃଷ୍ଟିକୋଣ ଅଛି, ମୁଁ ତାଙ୍କ ଦୃଷ୍ଟିକୋଣ ସହ ସହମତ ନୁହେଁ, କିନ୍ତୁ ମୁଁ ତାଙ୍କୁ ଘୃଣା କରେ ନାହିଁ । ସେ ଯାହା କରୁଛନ୍ତି ସେଥିପାଇଁ ମୋର ଶ୍ରଦ୍ଧା ଅଛି । ଖାଲି ଏତିକି ନୁହେଁ ବରଂ ଭାରତର ଶାସନ ବ୍ୟବସ୍ଥାକୁ ସେ ପ୍ରଶଂସା ବି କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ସୂଚନା ଅନୁସାରେ, ଆମେରିକା ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧି । ସେଠାକାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାସନ ବ୍ୟବସ୍ଥା, ଧର୍ମନିରପେକ୍ଷତା‌, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଧ୍ୟାତ୍ମକି ଆଦିକୁ ନେଇ ଆଲୋଚନା କରିଥିଲେ ଓ କିଛି ପ୍ରସଙ୍ଗରେ ବି କଟାକ୍ଷ କରିଥିଲେ । ସେପଟେ, ରାହୁଲଙ୍କ ପ୍ରତିକ୍ରିୟାକୁ ନେଇ ବିଜେପି କହିଛି ରାହୁଲ ବିଦେଶରେ ବି ଭାରତୀୟ ଅପମାନିତ କରନ୍ତି । ଖାଲି ଏତିକି ନୁହେଁ ବରଂ ରାହୁଲ ଗାନ୍ଧୀ ଜଣେ ଅପରିପକ୍ୱ ଓ ପାର୍ଟ ଟାଇମ୍ ନେତା ଏବଂ ତାଙ୍କ କଥାକୁ କେହି ଗମ୍ଭୀରତାର ସହ ନେବା ଉଚିତ ନୁହେଁ ବୋଲି ବିଜେପି କହିଛି । ରାହୁଲ ବିରୋଧୀ ଦଳ ନେତା ହେବା ପରଠାରୁ ଲୋକମାନେ ତାଙ୍କ କାନ୍ଧରେ ଏକ ବଡ଼ ଦାୟିତ୍ୱ ରଖିଛନ୍ତି । ବିଦେଶ ଗସ୍ତ ବେଳେ କ’ଣ କଥାବାର୍ତ୍ତା କରିବେ ତାହା ମଧ୍ୟ ସେ ଜାଣନ୍ତି ନାହିଁ ରାହୁଲ । ବିଦେଶରେ ସେ ଭାରତକୁ ବଦନାମ କରୁଛନ୍ତି ବୋଲି ବିଜେପି ନେତା ଗୌରବ ଭାଟିଆ ଗଣମାଧ୍ୟମକୁ କହିଛନ୍ତି । ବିଜେପିର ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ରାହୁଲ ଗାନ୍ଧୀ କେବେ ବି ଭାରତକୁ ବଦନାମ କରିନାହାନ୍ତି କି କରିବେ ନାହିଁ । ତେବେ ମୋଦିଙ୍କୁ ପ୍ରଶଂସା କରିଥିବାରୁ ଚର୍ଚ୍ଚା ଜୋର ।

 

ଭାରତ ଏବଂ ବାଂଲାଦେଶ
18m ago
ଭାରତ ଏବଂ ବାଂଲାଦେଶ ଟେଷ୍ଟ: ମାଷ୍ଟରପ୍ଲାନ ବିଷୟରେ କହିଲେ ରୋହିତ
ଅର୍ଗସ ବ୍ୟୁରୋ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ସିରିଜ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହ
ବଦଳିବ ମୁଖ୍ୟମନ୍ତ୍ରୀ
39m ago
ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଠିକଣା
ଅର୍ଗସ ବ୍ୟୁରୋ: ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା । ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବ
ମେଡିକାଲ କଲେଜ
45m ago
ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ
ଅର୍ଗସ ବ୍ୟୁରୋ : ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ । ଏ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ତାଳଚେର ଓ କନ୍ଧମାଳରେ ମେଡିକା