ଏଣିକି ଚୁଟ୍‌କିରେ ସଫା ହେବ ଟ୍ରେନ୍‌ ! AI କ୍ୟାମେରା କହିବ କେଉଁଠି ରହିଛି ଅଳିଆ
by Argus News
Tue, Oct 15 | 7:22 p.m.

ଅର୍ଗସ ବ୍ୟୁରୋ: ଭାରତୀୟ ରେଲୱେ । ଇଣ୍ଡିଆର ଲାଇଫ୍‌ଲାଇନ । ପ୍ରତିଦିନ ପ୍ରାୟ ଅଢେଇ କୋଟି ଯାତ୍ରୀ ଟ୍ରେନ୍‌ରେ ଯାତ୍ରା କରନ୍ତି । ହେଲେ ଯାତ୍ରା ସମୟରେ ସମସ୍ତଙ୍କୁ ଗୋଟିଏ ଅଭିଯୋଗ କି ଟ୍ରେନ୍‌ ସଫା ହେଉନାହିଁ । ଅପରିଷ୍କାର ବଗିରେ ଯାତ୍ରା କରିବାକୁ ପଡୁଛି । ବାରମ୍ବାର ଅଭିଯୋଗ ପରେ ଚେତିଛି ରେଲୱେ । ସେଇଥି ଲାଗି ତ ଏଣିକି ପ୍ରତି ଏକ୍ସପ୍ରେସ୍‌ରେ AI କ୍ୟାମେରା ଲଗାଇବାକୁ ରେଲ୍‌ ମନ୍ତ୍ରଣାଳୟ ପଦକ୍ଷେପ ନେଉଛି । ଏହି କ୍ୟାମେରାରେ ଏବେ କଏଦ ହେବ କେଉଁ ଟ୍ରେନ୍‌ କେତେ ସଫା, ଯଦି ଅପରିଷ୍କାର ଥିବ ତେବେ ତତ୍‌କ୍ଷଣାତ୍‌ ସଫା ବି ହେବ । ରେଲବାଇର ଏମିତି ନିଷ୍ପତ୍ତି ପରେ ଯାତ୍ରୀ ବି ଖୁସି ।

ସାଧାରଣ ଟ୍ରେନ୍‌ରେ ଯେକୌଣସି ଯାତ୍ରୀଙ୍କୁ ଯଦି ପ୍ରଶ୍ନ କରାଯାଏ ଆପଣଙ୍କ ଯାତ୍ରା କେମିତି ଥିଲା ? ଯାତ୍ରା ଭଲ ଥିଲା କିନ୍ତୁ ଟ୍ରେନ ଅପରିଷ୍କାର ଥିବା ପ୍ରାୟ ଯାତ୍ରୀ କୁହନ୍ତି । ହେଲେ ଏମିତି ଅଭିଯୋଗ ଆଉ ଶୁଣିବାକୁ ମିଳିବ ନାହିଁ । କାରଣ ଯାତ୍ରୀଙ୍କ ଯାତ୍ରାକୁ ଆରାମଦାୟ କରିବାକୁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କଥା ହେଲା ଟ୍ରେନକୁ ସଫା ରଖିବାକୁ ରେଲୱେ ଆଉଟସୋର୍ସିଂ କରିଛି । ହେଲେ ବି ଟ୍ରେନ୍‌ ଭଲରେ ସଫା ହୋଇପାରୁନାହିଁ । ତେଣୁ କ୍ୟାମେରା ଲଗାଇବା ପରେ ଏବେ ସବୁ ସମସ୍ୟାର ସମାଧାନ ହେବ ବୋଲି କୁହାଯାଉଛି । 

କେନ୍ଦ୍ରରେ ମୋଦି ସରକାର ଆସିବା ପରେ ସ୍ଵଚ୍ଛଭାରତ ମିଶନ ଆରମ୍ଭ ହୋଇଥିଲା । ଏହି ମିଶନ୍‌ରେ ଦେଶକୁ ସ୍ଵଚ୍ଛ ରଖିବାକୁ ପ୍ଲାନ କରାଯାଇଥିଲା । ଗଳିଗଳିରେ ସଫେଇ କାର୍ଯ୍ୟକ୍ରମ ବି ହେଲା । ବାସ୍‌ ଏବେ ଟ୍ରେନ୍‌ରେ ସେହି ମିଶନ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି । ସୂଚନା ଅନୁସାରେ ବିଭିନ୍ନ ଟ୍ରେନ୍‌ରେ ପ୍ରାୟ ୪୦ ହଜାର କ୍ୟାମେରା ଲଗାଯିବ । ଏହି କ୍ୟାମେରା ପାଇଁ ଟେଣ୍ଡର ବି ହେବ । ଟେଣ୍ଡର ହେବା ପରେ ଖୁବଶୀଘ୍ର ଟ୍ରେନ୍‌ରେ କ୍ୟାମେରା ଲଗାଯିବ କାମ ଆରମ୍ଭ ହେବ । ଖାଲି ଏତିକି ନୁହେଁ ଏହି କ୍ୟାମେରା ଷ୍ଟେସନରୁ ହିଁ ଅପରେଟ୍‌ ହେବ ବୋଲି କୁହାଯାଉଛି । 

ଭାରତରେ ଚାଲୁଥିବା ଟ୍ରେନ ଗୁଡ଼ିକ ହଜାର ହଜାର କିଲୋମିଟର ଯାତ୍ରା କରେ । ଏହାରି ଭିତରେ ଅନେକ ଷ୍ଟେସନରେ ରହଣୀ ମଧ୍ୟ ଥାଏ । ସଫର ସମୟରେ ଶହଶହ ଯାତ୍ରୀ ଟଏଲେଟ୍‌ ବ୍ୟବହାର କରିବା ସ୍ଵାଭାବିକ କଥା । ତେଣୁ ଶୌଚାଳୟ ଅପରିଷ୍କାର ହୁଏ । ହେଲେ ନୂଆ ବ୍ୟବସ୍ଥା ଆସିବା ପରେ ଷ୍ଟେସନରୁ ଷ୍ଟେସନ ଅନ୍ତରରେ ଟ୍ରେନ ସଫା ହେବ ବୋଲି କୁହାଯାଇଛି । ଏମିତିକି ସଫେଇ କାର୍ଯ୍ୟରେ ଯଦି କୌଣସି ବ୍ୟତିକ୍ରମ ହୁଏ ସଙ୍ଗେ ସଙ୍ଗେ କ୍ୟାମେରା ଷ୍ଟେସନକୁ ଜଣାଇଦେବ । ଯଦି କର୍ମଚାରୀ କାର୍ଯ୍ୟରେ ଅବହେଳା କରିଥାଆନ୍ତି ତାହାଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି ।
 

ରାଜଧାନୀରେ ଲୁଟ ଅପରେସନ
11m ago
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ
ନବୀନ ମୋହନ
20m ago
ମୁମ୍ବାଇରେ ଓଡ଼ିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ
ଅର୍ଗସ ବ୍ୟୁରୋ:ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ । ଆସନ୍ତା ୧୮ ଓ ୧୯ରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମର
ଜମ୍ମୁ ଓ କାଶ୍ମୀର
46m ago
ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା
ଅର୍ଗସ ବ୍ୟୁରୋ:ଜମ୍ମୁ ଓ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଓମାର ଅବଦୁଲ୍ଲା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ଶ୍ରୀନଗର