ଯାଜପୁରରେ ଲଗାାଣବର୍ଷା ଜାରି
by Argus News
Wed, Mar 20 | 2:37 p.m.

ଅର୍ଗସ ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ଯାଜପୁର ଜିଲ୍ଲାରେ ଦୁଇ ଦିନ ହେବ ବର୍ଷା ଲାଗିରହିଛି। ରାତିରେ ପବନ, ଘଡଘଡି ସହ ଅଧିକ ପରିମାଣର ବର୍ଷା ହେଉଛି। ସେହିପରି ଆଜି ସକାଳୁ ମଧ୍ୟ ବର୍ଷା ଲାଗି ରହିଛି। ଯାଜପୁର ସମେତ ଜିଲ୍ଲାର ବରୀ, ଧର୍ମଶାଳା, ବଡ଼ଚଣା, ରସୁଲପୁର, ଦଶରଥପୁର, ବିଂଝାରପୁର, ଦାନଗଦି, ସୁକିନ୍ଦା ଆଦି ବ୍ଲକ ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି। 

ଜିଲ୍ଲାର ବରୀ ବ୍ଲକ ଅଞ୍ଚଳରେ ସର୍ବାଧିକ ୩୧ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ବର୍ଷା, ଘଡଘଡି ସହିତ ପବନ ହେବା ଫଳରେ ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଓ ଗଛ ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି। ବର୍ଷା ହେବା ଫଳରେ ବାଦାମ ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଗତକାଲି ଓ ଆଜି ବର୍ଷା ଲାଗି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖୁବାକୁ ମିଳିଛି।ଯାହା ଫଳରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ପୁଲିଂ ଅଧିକାରୀ
21m ago
ବୁଥ ଅଭିମୁଖେ ବାହାରିଲେ ପୁଲିଂ ଅଧିକାରୀ
କଳାହାଣ୍ଡି: ଦେଶର ସବୁଠାରୁ ବଡ ପର୍ବର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଏବ
ବିଜେଡି
26m ago
ବିଜେଡିର ଟଙ୍କାବଣ୍ଟା ଭିଡିଓ ଭାଇରାଲ , ଘଟଣାର ତଦନ୍ତ କରୁଛି ପ୍ରଶାସନ
ରାୟଗଡା : ବିଜେଡିର ଟଙ୍କାବଣ୍ଟା ଭିଡିଓ ଭାଇରାଲ ପରେ ଆକ୍ସନମୁଡରେ ପ୍ରଶାସନ। ଘଟଣାର ତଦନ୍ତ ପାଇଁ ହାଡୁଗୁଡା ଗ୍ରାମରେ ଏକଟିମ୍ ପହଞ୍ଚି ଘୋଟଣାର ତଦନ୍ତ କରୁଛନ୍ତି । ଗତ ଦୁଇଦିନ ତଳ
ମହୁମାଛି
ମହୁମାଛି ଆକ୍ରମଣରେ ୬ ଆହତ
ଅର୍ଗସ ବ୍ୟୁରୋ: ଆଜି ସକାଳେ ଏକ କାର ଯୋଗେ ଯାତ୍ରୀମାନେ ବ୍ରହ୍ମପୁର ଠାରୁ ମୋହନା ଯାଉଥିବା ବେଳେ କାମଳପୁର ନାକାପଇଣ୍ଟ ନିକଟସ୍ଥ ଛତାବରୀ ଠାରେ ଥିବାଏକ ବରଗଛ ମୂଳରେ ଓହ୍ଲାଇଥିଲେ