ଆଗାମୀ ୫ଦିନ ଯାଏ ରାଜ୍ୟରେ ଜାରି ରହିବ ବର୍ଷା
by Argus News
Tue, May 07 | 3:43 p.m.

ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା  ହୋଇଥିବା ବେଳେ ଆଗାମୀ ୫ ଦିନ ଯାଏ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଓଡିଶା ଠାରୁ ଦକ୍ଷିଣ ପୂର୍ବ  ରାଜସ୍ଥାନ ଓ ଛତିଶଗଡ଼ ଉପର ଦେଇ ଏକ ଟ୍ରପ ଲାଇନ ରହୁଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେଉ ଥିବା ବେଳେ ଆସନ୍ତା୨୪ ଘଣ୍ଟାରେ ମୂରଭଞ୍ଜ, କେନ୍ଦୁଝର ,ବାଲେଶ୍ୱର ,ଭଦ୍ରକ, ଗଞ୍ଜାମ,ଗଜପତି ,କୋରାପୁଟ  ଓ ନବରଙ୍ଗପୁର  ଜିଲ୍ଲାର ଅନେକ  ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସଙ୍କେତ ଦେଇଛି ପାଣିପାଗ ବିଭାଗ। 

ଏହି ସମୟରେ ପବନର ବେଗ ୪୦ ରୁ ୫୦ କିମି ରହିବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ସବୁ  ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି  ପାଣିପାଗ ବିଭାଗ। ଏହାସହ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକର କିଛି କିଛି ସ୍ଥାନରେ ମଧ୍ୟ ସମାନ ସ୍ଥିତି ରହିବ। ସେହିପରି ଆସନ୍ତାକାଲି ବିଜୁଳି  ଘଡଘଡି ସହ ବର୍ଷା ଓ ଝଡିପବନ ହେବ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ମୟୁରଭଞ୍ଜ କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାକୁ ମଧ୍ୟ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ। ୯ ତାରିଖରେ ମୟୁରଭଞ୍ଜ  କେନ୍ଦୁଝର ଢେଙ୍କାନାଳ ଯାଜପୁର  ଭଦ୍ରକ ବାଲେଶ୍ୱର  ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ରହିଛି। ବିଶେଷ ଭାବେ ଉପକୂଳ ଓଡିଶା ଓ ତାର ପାଶ୍ୱବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଓଡିଶା ର କିଛି ସ୍ଥାନରେ ବର୍ଷାର  ସମ୍ଭାବନା ଆଗାମୀ  ୩ ଦିନ ଯାଏ ବିସ୍ତାରିତ ବର୍ଷା ପାଇଁ ଓ୍ବାର୍ଣ୍ଣିଙ୍ଗ ରହିଛି। ଏହି ସମୟରେ  ୪ ରୁ ୬ ଡିଗ୍ରୀ  ତାପମାତ୍ରା  ହ୍ରାସ ପାଇବ ବୋଲି ବିଭାଗ ଆକଳନ କରିଛି । 

ଅନ୍ୟପଟେ ରାଜ୍ୟରେ ଆଜିଠାରୁ  ବର୍ଷାର ପ୍ରଭାବ ରହିଥିବା ବେଳେ  ୭ ରୁ ୧୨ ତାରିଖ  ଯାଏ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ରହିବ । ଏହାସହ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ଆସନ୍ତା ୨୪ଘଣ୍ଟା ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

DADAN
1m ago
ଦାଦନ ଯାଇ୧୪ ଦିନ ପରେ ଗାଁରେ ପହଞ୍ଚିଲା ମୃତ ଦେହ
ଅର୍ଗସ ବ୍ୟୁରୋ: ଓଡିଶାରେ ଯେତେ ବିକାଶ ହେଲେ କିନ୍ତୁ ଦାଦନର ଦୁଖଃ କମୁନାହିଁ । ଓଡିଶାରେ ରୋଜଗାର ପାଇଁ କୌଣସି କାମଧନ୍ଦା ନପାଇ ପରିବାର ପ୍ରତିପୋଷଣ ଓ ଅଧିକ ଅର୍ଥ ଉପାର୍ଜନ ପାଇଁ ନିଜ
ଡାଳ ଭରସା
6m ago
ଭୋଟ କେନ୍ଦ୍ରରେ ଅବ୍ୟବସ୍ଥା, ଖରାରୁ ରକ୍ଷା ପାଇଁ ଡାଳ ଭରସା
ବୌଦ୍ଧ: କଣ୍ଟାମାଲ ର ବୁଥ୍‌ 88 ଗୋହିପିଟା ରେ ଅବ୍ୟବସ୍ଥା। ମୁଣ୍ଡରେ ଛାଇ ପାଇଁ ଡ଼ାଳ ଧରି ଛିଡା ହେଲେ ଭୋଟର। ଆଜି କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଦ୍ୱିତୀୟ ପର୍ଯ୍ୟା
ELECTION UPDATE
16m ago
ଝାରସୁଗୁଡ଼ାରେ ସର୍ବାଧିକ, ବଲାଙ୍ଗିରରେ ସର୍ବନିମ୍ନ ମତଦାନ
ଅର୍ଗସ ବ୍ୟୁରୋ: ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ ହୋଇଛି । ସେହିପରି ଝାରସୁଗୁଡ଼ାରେ ସର୍ବାଧିକ ୨୫.୩୨% ଭୋଟିଂ ହୋଇଛି