ସବୁଠି ମହକିଛି ପୋଡ଼ପିଠାର ବାସ୍ନା, ମନ ମୋହିଛି ରଜପାନ
by Argus News
Fri, Jun 14 | 8:11 p.m.

ଅର୍ଗସ ବ୍ୟୁରୋ: ରଜଦୋଳିର ଆସର, ସୁଆଦିଆ ପିଠାପଣାର ସମ୍ଭାର ଆଉ ସୁବାସିତ ପାନର ମହକ । ବନସ୍ତରେ ଗଜ ଡାକୁ କି ନ ଡାକୁ ବର୍ଷକୁ ଥରେ ନୂତନ ସଜବାଜ ଆଉ ପ୍ରତ୍ୟେକଙ୍କ ମନରେ ଉନ୍ମାଦନାର ନବୀନ ସ୍ବର ଝଙ୍କାର ତୋଳି ଆସିଛି ରଜ ।  ରଜରେ ଆଜି ଗାଁଠୁ ସହର ଯାଏଁ ସବୁଠି ମତୁଆଲା ପରିବେଶ । ଗତକାଲି ସଜବାଜ ପରେ ଆଜି ସକାଳେ ପହିଲି ରଜ ପାଇଁ ସକାଳେ ସକାଳେ ଆରମ୍ଭ ହୋଇଥିଲା ଝିଅବୋହୂଙ୍କ ପ୍ରସ୍ତୁତି । ନୂଆ ଡ୍ରେସ ସାଙ୍ଗକୁ ଅଳତା, କୁଙ୍କୁମ, ମେହେନ୍ଦି, ଚନ୍ଦନ ଏବଂ ଭଳିକି ଭଳି ଅନ୍ୟ ସାଜସଜ୍ଜା ସାମଗ୍ରୀରେ ସଜେଇ ହୋଇଥିଲେ କୁଆଁରୀ ଆଉ ନବବିବାହିତା ।

ଘରେ ଘରେ ଜମିଥିଲା କିସମକିସମର ପିଠା, ମିଠା ଆଉ ସୁଆଦିଆ ଖାଦ୍ୟ ସମ୍ଭାରର ପର୍ବ । ପୋଡ଼ପିଠାର ବାସ୍ନାରେ ମହକିଥିଲା ଚତୁର୍ଦ୍ଦିଗ । ଉପକୂଳ ଓଡ଼ିଶାରେ ସୂର୍ଯ୍ୟ ଆଜି ସାମାନ୍ୟ ନରମ ପଡ଼ିଥିବାରୁ ଝିଅବୋହୂଙ୍କ ଦୋଳିଖେଳ ବେଶ ଜମିଥିଲା । ତେଣୁ ଗାଁମୁଣ୍ଡ ବରଗଛଠୁ ସହରର ପାର୍କ ଯାଏଁ ସବୁଠି ଦେଖିବାକୁ ମିଳିଥିଲା ଦୋଳିର ରାଜୁତି । ରଜଦୋଳିର ପାରମ୍ପରିକ ଗୀତ ସାଙ୍ଗକୁ ଆଧୁନିକ ସଙ୍ଗୀତର ତାଳେତାଳେ ଝୁମିଥିଲେ ସମସ୍ତେ । 

ରାଜଧାନୀରେ ଭୁବନେଶ୍ବରରେ ବାରି ହେଇପଡ଼ୁଥିଲା ରଜର ପ୍ରସ୍ତୁତି ଆଉ ସାଜସଜ୍ଜା । ରାଜ୍ୟ ସଂଗ୍ରହାଳୟରେ ରଜ ପାଳିବା ପାଇଁ ପହଞ୍ଚିଥିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଦୁଲଦୁଲି ନୃତ୍ୟରେ ସ୍ବାଗତ କରାଯାଇଥିଲା। ସେଠାରେ ବୃକ୍ଷ ରୋପଣ ସହ ଓଡ଼ିଶୀ ନୃତ୍ୟର ମଜା ନେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରତିବର୍ଷ ଭଳି ଏବର୍ଷ ବି OTDC ପକ୍ଷରୁ ପାନ୍ଥ ନିବାସରେ ସର୍ବସାଧାରଣଙ୍କ ପାଇଁ ଆୟଜିତ ହୋଇଥିଲା ରଜପର୍ବ । ଭୁବନେଶ୍ବର ଉପକଣ୍ଠ କଲ୍ୟାଣପୁରରେ ବି ରଜପାଇଁ ଉତ୍ସାହ ଦେଖିବାକୁ ମିଳିଥିଲା ।ସହିଦ ନଗରରେ ବନାରସୀ ପାନ ଦୋକାନରେ ଲାଗିଥିଲା ଲାଇନ୍ । ଏଇଠି 5 ଟଙ୍କାଠୁ ନେଇ 1111 ଦାମ ଯାଏଁ ମିଳୁଛି ରଜ ପାନ ।

ସିଲଭର ସିଟିରେ ବି ରଜକୁ ନେଇ ଲୋକଙ୍କ ମନରେ ଥିଲା ଅଭୂତପୂର୍ବ ଉତ୍ସାହ ଓ ଉଦ୍ଦୀପନା । ଖୋର୍ଦ୍ଧାର ମାଆ ଉଗ୍ରତାରାଙ୍କ ପୀଠରେ ବି ଆଜି ରଜରେ ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ଗହଳି । ଉପକୂଳ ଓଡ଼ିଶାରେ ରଜକୁ ନେଇ ଗହଳିଚହଳି ଲାଗି ରହିଥିବା ବେଳେ କେନ୍ଦୁଝର ଘଟଗାଁର ଟିକିରା ଗ୍ରାମରେ ରଜ ପର୍ବକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଏ। ଏଠାରେ ରଜକୁ ପାଞ୍ଚ ଦିନ ଧରି ପାଳନ କରାଯିବା ପରେ ରଜବତୀ ବିବାହ ଉତ୍ସବ ପାଳନ କରାଯାଇ ରଜକୁ ବିଦାୟ ଦିଆଯାଏ । 

ମୋଟାମୋଟି ଆଜି ପହିଲି ରଜ ବେଶ ଜାକଜମକରେ ପାଳନ ହୋଇଥିବା ବେଳେ, ଆସନ୍ତାକାଲି ରଜ ସଂକ୍ରାନ୍ତି ଓ ପହର ଦିନ ଶେଷ ରଜ ପାଳିତ ହେବ । ଏହି ତିନି ଦିନ ରଜଦୋଳି ସାଙ୍ଗକୁ ତାସ, ବାଗୁଡ଼ି, ପୁଚି ଖେଳର ଆଖଡ଼ା ଜମୁଛି । 

ଆହୁରି ପଢନ୍ତୁ ଓଡିଶା ଖବର...

ଅଶାନ୍ତ ଲେବାନନ
4m ago
ଅଶାନ୍ତ ଲେବାନନ,ଇସ୍ରାଏଲ କରୁଛି ଭୟଙ୍କର ଆକ୍ରମଣ
ଅର୍ଗସ ବ୍ୟୁରୋ:ଇସ୍ରାଏଲ ଆଟାକରେ ଥରହର ଲେବାନନର ହିଜବୁଲ୍ଲା ଗଡ଼। ପଣ କରିଛି ଇସ୍ରାଏଲ ହିଜବୁଲ୍ଲାରର ସମସ୍ତଙ୍କୁ ମାରି ନେବୁ ନିଶ୍ବାସ ବୋଲି କହିଛି। ଏହାର ଉତ୍ତରରେ ହିଜବୁଲ୍ଲାକହିଛ
ରସୁଣ
7m ago
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ରସୁଣ
ଅର୍ଗସ ବ୍ୟୁରୋ: ରସୁଣ କେବଳ ଏକ ମସଲା ନୁହେଁ ଯାହା ଖାଦ୍ୟର ସ୍ୱାଦ ବଢାଇଥାଏ ଏହାର ବ୍ୟବହାର ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ । ଯଦି ଆପଣ ଖାଲି ପେଟରେ ରସୁଣ ଖାଆନ୍ତି ତେବେ ଏହା ଆପଣଙ୍
SPEED 10
8m ago
Speed 10 : ସ୍କ୍ରୋଲ କରନ୍ତୁ, ବ୍ରେକିଂ ନ୍ୟୁଜ୍‌ ଦେଖନ୍ତୁ
ଅର୍ଗସ ବ୍ୟୁରୋ: ପୋଲିସ୍‌କୁ ବଣ୍ଟାଯିବ ୯ ହଜାର ବାଇକ୍, ପୂରଣ ହେବ ଖାଲି ପଦବୀ । ପ୍ରତି ପୋଲିସ ପାଖରେ ରହିବ ବାଇକ୍ । ଅଧିକ ଚାରି ଚକିଆ ଯାନର ବ୍ୟବସ୍ଥା କରାଯିବା ସହିତ ଜିଲ୍ଲାପାଳ