ଆଜି ରଜ ସଜବାଜ, ଉତ୍ସବ ମୁଖର ଗାଁ ଠୁ ସହର...
by Argus News
Thu, Jun 13 | 1:19 p.m.

ଅର୍ଗସ ବ୍ୟୁରୋ:  ରାତି ପାହିଲେ ପହିଲି ରଜ । ଆଉ ଆଜି ରଜ ସଜବାଜ । ଘରେ ଘରେ କୁଆଁରୀ ଝିଅ ଓ ନୂଆ ବୋହୂମାନେ ସଜବାଜ ହେଲେଣି । ନିଜକୁ ସଜେଇବାରେ ସମସ୍ତେ ବ୍ୟସ୍ତ । କିଏ ଅଳତା ଲଗାଉଛି ତ କିଏ ନେଲପଲିସ, ତ କିଏ କେଶ ବିନ୍ୟାସ କରୁଛି । ସେପଟେ ପୋଡପିଠାକୁ ରଜ ପାନର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଖାଲି ଗାଁ ନୁହେଁ ସହରରେ ମଧ୍ୟ ପ୍ରସ୍ତୁତି ଜୋରସୋର୍ ରେ ଚାଲିଛି । 

ସମସ୍ତଙ୍କ ପାଇଁ ମନରେ ରହିଛି ଅପୂର୍ବ ଆନନ୍ଦ ଉଲ୍ଲାସ । ପୋଡପିଠା ପାଇଁ ପ୍ରସ୍ତୁତି ଚାଲିଛି । ସେଥିପାଇଁ ପୋଡପିଠାର ମହକ ଭାସି ଆସୁଛି । ଆଉ ରଜ ପର୍ବର ସବୁଠୁ ବଡ ଆକର୍ଷଣ ଦୋଳି । କେଉଁଠି ଦୋଳି ବନ୍ଧା ହେବ । କାଲି ପାଇଁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି ।

ଦୋଳି ପାଇଁ ବଡ ବଡ ଗଛ ଖୋଜା ପଡୁଛି । ତ ପୁଣି କିଏ ନିଜ ଘର ବାଲୋକନି କିମ୍ବା ଘର ଭିତରେ ଦୋଳିର ବ୍ୟବସ୍ଥା କରୁଛି । ଆଉ କିଛି କିଛି ସ୍ଥାନରେ ସମୂହ ଦୋଳିର ବ୍ୟବସ୍ଥା ହେଉଛି ।  ସେପଟେ ରଜ ତିନି ଦିନ ଜମିବ ତାସ, ଲୁଡୁ, କବାଡି, ଆଉ ପୁଚି କେଳ । ଘରେ ଘରେ କୁଣିଆ । ସ୍କୁଲ, କଲେଜ ଛୁଟି ଥିବାବେଳେ ବୁଲା ବୁଲି ମଜାମସ୍ତିର ସବୁ ପ୍ରସ୍ତୁତି ଚାଲିଛି ।

ବଡ ବଡ ହୋଟେଲ, ରେସ୍ତୋରାଁ, ସପିଂ ମଲ୍ ରେ ମଧ୍ୟ ରଜ ପାଇଁ ସ୍ପେଶାଲ ପ୍ରସ୍ତୁତି ସ୍ପେଶାଲ୍ ଅଫର୍ ରହିଛି । 

ସାଧାରଣତଃ ରଜ 5 ଦିନ ଧରି ପାଳନ କରାଯାଏ । ରଜ ସଜବାଜ, ପହିଲି ଲଜ, ରଜ ସଂକ୍ରାନ୍ତି , ଭୂମି ଦହନ ଓ ବସୁମତୀ ସ୍ନାନ ।  ରଜ ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।

ଆମେ ଆଧୁନିକ ଯୁଗରେ ବଞ୍ଚୁଥିବାବେଳେ ଏବେ ବି ଏହି ଓଡିଆ ପରମ୍ପରା ବଞ୍ଚି ରହିଛି । ରଜ ଆସିଲେ ସମସ୍ତଙ୍କ ମନରେ ଏକ ଅପୂର୍ବ ଆନନ୍ଦ ଖେଳିଯାଉଛି । ସମସ୍ତେ ଏକାଠି ହେବା, ବିଭିନ୍ନ ପ୍ରକାରର ଖେଳ, ମଜାମସ୍ତି, ବୁଲାବୁଲି ଆଦି କରୁଛନ୍ତି । ଯାହା ଆମ ପରମ୍ପରାକୁ ବଜାୟ ରଖିଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା