ଆଜି ଶ୍ରୀଜିଉମାନଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି
by Argus News
Wed, Jul 03 | 7:25 a.m.

ଅର୍ଗସ ବ୍ୟୁରୋ: ଅଣସରର ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉମାନଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି। ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ବଢ଼ିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ। ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବା ବେଳେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳ ଔଷଧ ମଧ୍ୟ ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା। ମହାପ୍ରଭୁ ଏବେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ ଦଇତାପତି ଓ ବିଦ୍ୟାପତି ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିବେ।

ସେପଟେ ଆଉ ମାତ୍ର ତିନି ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାବେଳେ ରାଷ୍ଟ୍ରପତି ମଧ୍ୟ ଏହି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ସାମିଲ୍ ହେବାକୁ ଯାଉଛନ୍ତି। ତେଣୁ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ବିଶ୍ୱ ବିଜେତା
14m ago
ବିଶ୍ୱ ବିଜେତା ଭାରତୀୟ ଦଳକୁ ମିଳିଲା ମାଳଦ୍ୱୀପର ନିମନ୍ତ୍ରଣ
ଅର୍ଗସ ବ୍ୟୁରୋ: ଟି-୨୦ କ୍ରିକେଟ ବିଶ୍ବକପ ବିଜେତା ଭାରତୀୟ ଦଳକୁ ମାଳଦ୍ବୀପ ଆମନ୍ତ୍ରଣ କରାଯାଇଛି। ଭାରତର ବିଶ୍ବକପ ବିଜୟକୁ ସେଲିବ୍ରେଟ କରିବାପାଇଁ ମାଳଦ୍ବୀପର ପର୍ଯ୍ୟଟନ ବିଭାଗ
ଆସନ୍ତା ୧୯ ଓ ୨୦ରେ
17m ago
ଆସନ୍ତା ୧୯ ଓ ୨୦ରେ ପୁରୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ହେବା ନେଇ ସୂଚନା
ଅର୍ଗସ ବ୍ୟୁରୋ: ସଂଗଠନ ଉପରେ ଅଧିକ ଗୁରୁତ୍ୱ ଦେଉଛି ବିଜେପି। ରାଜ୍ୟରେ ସରକାର ଗଠନ କରିବା ପରେ ବିଜେପି ପ୍ରଥମ କାର୍ଯ୍ୟକାରିଣୀ ବୈଠକ କରିବାକୁ ଯାଉଛି । ପୁରୀରେ ଆସନ୍ତା ୧୯ ଓ ୨୦ ତାରିଖର
ଶ୍ରୀଲଙ୍କା କ୍ରିକେଟ୍
32m ago
ଶ୍ରୀଲଙ୍କା କ୍ରିକେଟ୍ ଦଳର କୋଚ୍ ହେବେ ସନଥ ଜୟସୁରିୟା
ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ରେ ନିରାଶ ଜନକ ପ୍ରଦର୍ଶନ ପରେ ଶ୍ରୀଲଙ୍କାର ମୁଖ୍ୟ କୋଚ କ୍ରିସ ସିଲଭରଉଡ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନ ନେବାକ