ରାଜକୋଟ ଟେଷ୍ଟ: ଇଂଲଣ୍ଡକୁ ୪୩୪ ରନରେ ହରାଇଲା ଟିମ ଇଣ୍ଡିଆ
by Argus News
Sun, Feb 18 | 5:23 p.m.

ଅର୍ଗସ ବ୍ୟୁରୋ: ରାଜକୋଟରେ ରୋହିତ ବାହିନୀର ବଡ ବିଜୟ । ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ । ରବିବାର ଇଂଲଣ୍ଡକୁ ୪୩୪ ରନର ବିଶାଳ ରନ୍ ବ୍ୟବଧାନରେ ହରାଇଛି ମେନ୍ ଇନ୍ ବ୍ଲୁ । ଏଥିସହ ଟେଷ୍ଟ ସିରିଜରେ ଦଳ ୨-୧ରେ ଆଗୁଆ ହେଇଛି ।

ରବିବାର ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ଯଶ୍ୱସୀ ଜୟସ୍ବାଲ ଦମଦାର ବ୍ୟାଟିଂ କରିବା ସହିତ ନିଜର ଦ୍ୱିଶତକ ଅର୍ଜନ କରିଥିଲେ । ତାଙ୍କ ସହ ଶୁଭମନ୍ ଗିଲ୍ ୯୧ ରନର ଇଂନିସ ଆଉ ସର୍ଫରାଜ ଖାନ୍ ୬୮ ରନର ଇଂନିସ୍ ଖେଳିଥିଲେ । ଏହାପରେ ଦଳ ୪୩୦ ରନ୍ କରି ପାଳି ଘୋଷଣା କରିଦେଇଥିଲା ।

ଏହାପରେ କିନ୍ତୁ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଟିମ୍ ପ୍ରଥମରୁ ହିଁ ହାତ ଟେକି ଦେଇଥିଲା । ଦଳର କୌଣସି ବି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ବଡ ସ୍କୋର କରିବାକୁ ସକ୍ଷମ ହେଇନଥିବା ବେଳେ, କେବଳ ମାର୍କ ଉଡ୍ ୩୦ରୁ ଅଧିକ ରନ୍ କରିବାକୁ ସକ୍ଷମ ହେଇଥିଲେ । ଆଉ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଇଂଲଣ୍ଡ ଟିମ୍ ମାତ୍ର ୧୨୨ ରନରେ ଅଲଆଉଟ୍ ହେଇଯାଇଥିଲା। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ରାଜ୍ୟରେ ଲାଗୁ ହେବ
2m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର