ଦମ ଦେଖାଉଛନ୍ତି ବିଜେପିର ହେବିୱେଟ୍ ନେତା
by Argus News
Wed, Apr 24 | 7:24 a.m.

ଅର୍ଗସ ବ୍ୟୁରୋ : ୨୪ ସାଧାରଣ ନିର୍ବାଚନ ପାଇଁ ସରିଲାଣି ପ୍ରଥମ ପର୍ଯ୍ୟାୟ ମତଦାନ। ତେବେ ପ୍ରଥମ ପର୍ଯ୍ୟାୟ ମତଦାନ ନସରୁଣୁ ଏବେ ୨ୟ ପର୍ଯ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଏଥର ଉତ୍ତରପ୍ରଦେଶ ମିରଟରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅରୁଣ ଗୋଭିଲ । ମତଦାନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି । ବିଶାଳ ରୋଡ ସୋ’ କରି ଭୋଟ ଭିକ୍ଷା କରିଛନ୍ତି ରାମାୟଣର ରାମ-ସୀତା । 

ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିଛନ୍ତି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ । ସାଙ୍ଗରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରି ମଧ୍ୟ ସାମିଲ ହୋଇଥିଲେ । ଯାହାଙ୍କୁ ଦେଖିବାକୁ ରାସ୍ତାର ଦୁଇ କଡରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । 

ଅଧିକ ପଢନ୍ତୁ ରାଜନୀତି ଖବର

ସେପଟେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିଛନ୍ତି । ହନୁମାନ ଜୟନ୍ତୀ ଅବସରରେ ଯୋଗୀ ଗୋଭିଲଙ୍କ ପାଇଁ ଏକ ବିରାଟ ରୋଡ ସୋରେ ଯୋଗ ଦେଇଛନ୍ତି । ଆସନ୍ତା ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ମିରଟ ସମେତ ଉତରପ୍ରଦେଶର ୮ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ । ଏଥସହିତ ୧୩ଟି ରାଜ୍ୟର ୮୮ଟି ଆସନରେ ଭୋଟ ଦେବେ ମତଦାତା । ତେବେ ୟୁପିରେ ଏଥର ପୁଣି ବିଜେପି ସତ୍ତା ହାତେଇବା ଲକ୍ଷ୍ୟରେ । 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ