ତଦନ୍ତ ପରିସରକୁ ଆସିବେ କି ରାମକୋ କମ୍ପାନୀର ବଡ ବଡ ଅଧିକାରୀ ?
by Argus News
Mon, Sep 30 | 7:31 p.m.

ଭୁବନେଶ୍ୱର:  ଖୋଲିବ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଫାଇଲ୍ । ଯାଜପୁର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏ ଘୋଷଣା ପରେ ବିଜେଡି ଶିବିରରେ ପଶିଛି ଛନକା । ଏଠି ପ୍ରଶ୍ନ, ତଦନ୍ତ ପରିସରକୁ ଆସିବେ କି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ । ବନ୍ଧା ହେବେ କି ପ୍ରଣବ ଓ ତାଙ୍କର ରାଇଟ୍ ହ୍ୟାଣ୍ଡ ରୂପେଶ ଭଦ୍ରା । ପ୍ରମାଣ ନଷ୍ଟ କରିଥିବା ବିଜେଡି ନେତା ଓ ରାମକୋର ଅଧିକାରୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ।  ଧର୍ମଶାଳା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ । ଆଉ ଏବେବି ମନେ ପକାଇ ଦେଉଛି ଧର୍ମଶାଳାର ଚର୍ଚ୍ଚିତ ରଙ୍ଗଶାଳା । ଆଉ ଏବେବି ଚର୍ଚ୍ଚାକୁ ଆସୁଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କର ରାଇଟ୍ ହ୍ୟାଣ୍ଡ ରୂପେଶ ଭଦ୍ରା । ସ୍ମିତାରାଣୀ ମୃତ୍ୟୁକୁ ନେଇ ବିବାଦକୁ ଆସିଥିଲେ ବିଜେଡିର ଗଣ୍ଡାଗଣ୍ଡା ନେତା । ଆଉ ବିବାଦକୁ ଆସିଥିଲେ ରାମକୋ କମ୍ପାନୀର ଏକାଧିକ ବଡ ବଡ ଅଫିସର । ରୂପେଶ ଭଦ୍ରାଙ୍କ ରଙ୍ଗଶାଳାରୁ ମିଳିଥିଲା ସ୍ମିତାରାଣୀଙ୍କ ମୃତଦେହ ।

୨୦୧୯ ସେପ୍ଟେମ୍ବର ୧୬ ତାରିଖ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅର୍ନ୍ତଗତ ହରିଦାସପୁର ପଞ୍ଚାୟତ ପି ଇ ଓ ସ୍ମିତାରାଣୀ ବିଶ୍ଵାଳଙ୍କ ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସାମ୍ନାକୁ ଆସିଥିଲା ସେତେବେଳର ବିଜେଡି ସରକାରରେ ଥିବା ସରପଞ୍ଚଙ୍କ ସ୍ୱାମୀ ରୁପେଶ ଭଦ୍ରାଙ୍କ ସଂପୃକ୍ତି । ଆଉ ତାହା ସହ ସେତେବେଳର ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହ ଅନେକ ନେତାଙ୍କ ସମ୍ପୃକ୍ତି ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଠି ହୋଇଥିଲା । ଆଉ ପ୍ରଣବଙ୍କ ଖାସ୍ ସହଯୋଗୀ ରୂପେଶଙ୍କୁ ପ୍ରଣବ ବଳବନ୍ତରାୟ ଘଣ୍ଟ ଘୋଡାଉଥିବାର ସଙ୍ଗୀନ ଅଭିଯୋଗ ଆଣିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ । ଆଉ ଏବେ ସ୍ମିତାରାଣୀ ଘଟଣାରେ ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ନିଆଯିବ ବୋଲି ଯାଜପୁରରେ ଘୋଷଣା କରିଛନ୍ତି ପିପୁଲ୍ସ ସିଏମ ମୋହନ ଚରଣ ମାଝୀ । ସ୍ମିତାରାଣୀଙ୍କୁ ହତ୍ୟା କରାଯିବାର ପ୍ରମାଣ ଜଳଜଳ । ରୂପେଶ ଭଦ୍ରାଙ୍କ ରଙ୍ଗଶାଳାରୁ ମିଳିଥିଲା ମୃତଦେହ । ଆଉ ସେତେବେଳେ ଏହି ହତ୍ୟାକାଣ୍ଡ ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା ।

ଆଉ ସେତେବେଳେ ଏହି ଘଟଣାରେ ବିବାଦକୁ ଆସିଥିଲା ଜିଲ୍ଲାପ୍ରଶାସନ । ଘଟଣା ଘଟିବା ପରେ ଗାଏବ ହୋଇଯାଇଥିଲା ସିସିଟିଭି । ଆଉ ପ୍ରମାଣ ନଷ୍ଟ ପାଇଁ ଶେଷରେ ଭାଙ୍ଗି ଦିଆଯାଇଥିଲା ଚର୍ଚ୍ଚିତ ରଙ୍ଗଶାଳାକୁ । ଆଉ ସେହି ସମୟରେ ସ୍ମିତାରାଣୀ ହତ୍ୟାକାଣ୍ଡକୁ ଅର୍ଗସ ବଡ ପ୍ରସଙ୍ଗ କରିଥିଲା ।  ସ୍ମିତାରାଣି ହତ୍ୟା ଘଟଣାକୁ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ବେଳେ ନ୍ୟାୟ ଅପେକ୍ଷାରେ ଥିବା ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଉ ସେପଟେ ଘଟଣାର ତଦନ୍ତ ହେବାନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସାଧାରଣରେ ଖୁସିର ଲହରୀ ଖେଳିଯାଇଛି । ଆଉ ପ୍ରକୃତ ଦୋଷୀ ବିଜେଡି ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି ।  ରୂପେଶ ଭଦ୍ରାଙ୍କ ରଙ୍ଗଶାଳା । ଯେଉଁଠି ବିଜେଡି ନେତା ଆପାୟିତ ହେଉଥିଲେ । ଆଉ ସେଠି ରାମକୋର ଅଧିକାରୀ ମାନେ ସାମିଲ ହେଉଥିବା କଥା ସେ ସମୟରେ ବିରୋଧୀ ଦଳ ସହ ସାଧାରଣ ଲୋକେ ଅଭିଯୋଗ କରୁଥିଲେ । ଆଉ ଜଙ୍ଗଲ ଜମିରେ ଗଢି ଉଠିଥିବା ରଙ୍ଗଶାଳା ସିନା ଭାଙ୍ଗିଯାଇଛି । ହେଲେ ଏବେ ବି ଭଙ୍ଗା ରଙ୍ଗଶାଳା ନିକଟରୁ ଗୁମୁରି କାନ୍ଦୁଛି ସ୍ମିତାରାଣୀର ଆତ୍ମା ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ସତ୍ୟପାଠ
38m ago
ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ଆସନ୍ତାକାଲିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। 21 ଦିନ ଯାଏଁ ଗ୍ରହଣ ହେ
ସୁପ୍ରିମକୋର୍ଟ
ପୀଡ଼ିତାଙ୍କ ଫଟୋ ଭାଇରାଲ ନେଇ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋଲକାତା ଆରଜି କର ହସପିଟାଲ ମାମଲା । ପୀଡ଼ିତାଙ୍କ ପରିଚୟ ଓ ଫଟୋ ଗଣମାଧ୍ୟମରେ ଘୁରି ବୁଲୁଥିବାରୁ ପୁଣିଥରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସୋସିଆଲ ମିଡିଆ ସହ ଅନ୍ୟ ସମସ୍
ବସ୍
ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତ