ଲୋକଙ୍କ ଜମି ସହ ଜଗନ୍ନାଥଙ୍କ ସମ୍ପତ୍ତି ଚଳୁ କରିଦେଇଛି ରାମ୍‌କୋ
by Argus News
Wed, Sep 18 | 7:05 p.m.

ଅର୍ଗସ ବ୍ୟୁରୋ: ଗରିବ ଓ ଭୂମିହୀନଙ୍କର ତ ଯାହା ଜମି ଖାଇଥିଲା ଖାଇଥିଲା ସେତିକିରେ ମନଶାନ୍ତି ହେଲାନାହିଁ ଯେ ଶେଷରେ ଜଗନ୍ନାଥଙ୍କ ଜମି ଖାଇବାକୁ ପଛାଇଲା ନାହିଁ ରାମକୋ କମ୍ପାନୀ । ଅଧଗୁଣ୍ଠେ କି ଏକରେ ନୁହେଁ ବରଂ ଏକରେ ଏକରେ ଜମି ଜବରଦଖଲ କରିଛି ରାମକୋ କମ୍ପାନୀ । ହେଲେ ବେଆଇନ ଭାବରେ କେମିତି ଏତେ ମାତ୍ରାରେ ଜବରଦଖଲ ହେଲା ? ପୂର୍ବ ସରକାର କେମିତି ଅନୁମତି ଦେଲେ ? ଅଭିଯୋଗ ପରେ କାହିଁକି ଆକ୍ସନ ନେଲେନି ? କିଛି ଏମିତି ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ଲୋକେ । ଯେହେତୁ ଜବରଦଖଲ ଉଚ୍ଛେଦକାରୀଙ୍କ ଉପରେ ଆକ୍ସନ ନେଉଛି ମୋହନ ସରକାର ତେଣୁ ନିଜ ଜମି ଫେରି ପାଇବା ସହିତ ରାମକୋ ବିରୋଧରେ ଆକ୍ସନ ନେବାକୁ ଜୋର ଧରିଛି ଦାବି ।

ଧର୍ମଶାଳା ତହସିଲ ଅଧୀନ ଥାନୁଆଳ, ହରିଦାସପୁର, ଆରୁହା, ପାଖର ପଞ୍ଚାୟତର ଯୋଗରଡ଼ା ଓ ନାନପୁର ମୌଜାର ଏକର ଏକର ସରକାରୀ ଜମି ଏବେ ରାମକୋ ଜବରଦଖଲରେ ।  ନାକପୋଲ ରାଜସ୍ଵ ସର୍କଲ ଅଧୀନ ଯୋଗରଡ଼ା ମୌଜାର ଖାତା ନମ୍ବର ୭୯ ଓ ପ୍ଲଟ୍ ନମ୍ବର ୧୦୬ର ୧.୩୬ଏକର ଜମି, ଖାତା ନମ୍ବର ୭୭ ଓ ପ୍ଲଟ୍ ନମ୍ବର ୧୪୩ର ୧.୫୪ଏକର ଓ ପ୍ଲଟ୍ ନମ୍ବର ୧୫୨ରେ ୨.୫୩ ଏକର ଜମି ଜବରଦଖଲରେ ରହିଛି । ଏ ନେଇ ସରକାରୀସ୍ତରରେ ଯଥାକ୍ରମେ ୩ଟି ଜବରଦଖଲ କେସ୍ ୧୪୨/୧୮-୧୯, ୧୪୩/୧୮-୧୯, ୧୪୪/୧୮-୧୯ ମଧ୍ୟ ରୁଜୁ ହୋଇଛି । କଥା ହେଲା ଜମିର ଉନ୍ନତୀକରଣ ନାଁରେ ବଡ଼ ଧରଣର ଠକେଇ କରି ଧର୍ମଶାଳାର ତତ୍କାଳୀନ ତହସିଲଦାର କୋଟି କୋଟି ଟଙ୍କାର ଭୂସମ୍ପତ୍ତିକୁ ରାମକୋ କମ୍ପାନୀ ହାତକୁ ଟେକି ଦେଇଛନ୍ତି । 

କେମିତି ଭଲରେ ଲୋକମାନେ ରହିବେ ସେହି କଥା ଚିନ୍ତାକରି ଗଡ଼ମଧୁପୁର ରାଜା ଭୂମିହୀନ ଲୋକଙ୍କୁ ୪ ଗୁଣ୍ଠ ଲେଖାଏଁ ଜମି ଦେଇଥିଲେ । ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧି ପଟ୍ଟା ଦେଇଥିଲେ । ହେଲେ ୨୦୨୦ରୁ ଲୋକଙ୍କ ଜମିକୁ ଜବରଦଖଲ କରିବା ପରେ ବି ପାଉଣା ଦେଇନି । ତେଣୁ ଘର ନଥିବା କାରଣରୁ ରାସ୍ତା କଡରେ ପଡିଛନ୍ତି ଶହଶହ ନିରାଶ୍ରୟ । କୁହାଯାଉଛି ସ୍ଥାନୀୟ ଅଂଚଳର କିଛି ରାଜନେତା ଓ ଠିକାଦାରଙ୍କ ମିଲିଭଗତରେ ଏମିତି ଦୁର୍ନୀତି ଚାଲିଛି ।

 ଗୁରୁତ୍ଵପୂର୍ଣ୍ଣ କଥା ହେଲା କମ୍ପାନୀ ହେବା ପରେ ଅନେକ ସରକାରୀ ଜମି ମାଡି ବସିଥିବା ବେଳେ ଲୋକଙ୍କ ଜମିକୁ ବି କବଜା କରିନେଇଛି । ତେଣୁ ରାଜ୍ୟରେ ସରକାର ବଦଳିବା ପରେ ଏବେ ପୁଣି ଥରେ ନିଜ ଘର ଓ ଜାଗା ପାଇବା ଆଶାରେ ସ୍ଥାନୀୟ ବାସିନ୍ଦା ।

 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ