ଇନଷ୍ଟାରୁ ବିବାହ ଫଟୋ ଡିଲିଟ କଲେ ରଣବୀର ସିଂ
by Argus News
Tue, May 07 | 8:52 p.m.

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ରଣବୀର ସିଂ ଏବଂ ତାଙ୍କ ପତ୍ନୀ ମାନେ ଅଭିନେତ୍ରୀ ଦୀପିକା ପାଦୁକୋନ ଉଭୟ ଖୁବଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଖୁବଶୀଘ୍ର ପ୍ରଥମ ସନ୍ତାନକୁ ସ୍ବାଗତ କରିବେ ସେଥିପାଇଁ ଦୁହେଁ ଖୁବ ଏକ୍ସାଇଟେଡ। କିନ୍ତୁ ଏହାମଧ୍ୟରେ ରଣବୀର ଏକ ସକିଙ୍ଗ କାମ କରିଛନ୍ତି। ରଣବୀର ନିଜ ଇନଷ୍ଟା ଆକାଉଣ୍ଟରୁ ଦୀପିକା ପାଦୁକୋନଙ୍କ ସହିତ ବିବାହର ସବୁ ଫଟୋକୁ ଡିଲିଟ କରିଛନ୍ତି। ଫଟୋ ଡିଲିଟ ହେବାପରେ ରଣବୀରଙ୍କ ଫ୍ୟାନ କନଫ୍ୟୁଜ ହୋଇଯାଇଛନ୍ତି। ଇନଷ୍ଟାରେ ଏବେ ମାତ୍ର ରଣବୀରଙ୍କ ୧୩୩ଟି ଫଟୋ ରହିଛି। ୨୦୨୩ ମସିହା ପୂର୍ବର ଫଟୋକ ରଣବୀର ଡିଲିଟ କରିଛନ୍ତି ହେଲେ କାହିଁକି। ଉଭୟଙ୍କ ମଧ୍ୟରେ ସବୁ ଠିକଠାକ ଚାଲିଛି ତ? 

ଆପଣ ଯଦି ତାଙ୍କ ପ୍ରୋଫାଇଲକୁ ଯିବେ ତାହେଲେ ଏକ ବିଜ୍ଞାପନର ଫଟୋ ପାଇବେ। ଏହାପୂର୍ବରୁ ଥିବା ଆଉ କୌଣସି ଫଟୋ ଆପଣ ପାଇବେନି। ଫ୍ୟାନମାନେ ଏହାକୁ ନେଇ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। 

ସୂଚନା ଥାଉକି, ରଣବୀର ସିଂ ଏବଂ ଦୀପିକା ପାଦୁକୋନ ନିଜ ବିବାହ ଇଟାଲୀର ଲେକ କେମୋରେ ୨୦୧୮ ମସିହା ନଭେମ୍ବର ୧୪ରେ ବିବାହ କରିଥିଲେ। ଦୁହିଁଙ୍କ ବିବାହରେ ଦୁହିଁଙ୍କ ପରିବାର ଏବଂ କ୍ଲୋଜ ରିଲେଟିଭସଙ୍କ ଗହଣରେ ସମ୍ପନ୍ନ ହୋଇଥିଲା। ଦକ୍ଷିଣଏବଂ ସିନ୍ଧି ପରମ୍ପରା ମଧ୍ୟରେ ଉଭୟଙ୍କ ବିବାହ ରୀତିନୀତି ସହକାରେ ଶେଷ ହୋଇଥିଲା। ଉଭୟ ନିଜ ସ୍ପେଶାଲ ମୋମେଣ୍ଟର ବହୁତ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଥିଲେ। 

୨୦୨୪ ମସିହା ସେପ୍ଟେମ୍ବର ମାସରେ ଉଭୟ ନିଜ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ରଣବୀର ଦୀପିକାଙ୍କର ଖୁବ ଯତ୍ନ ନେଉଥିବାର ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ହଠାତ ରଣବୀରଙ୍କର ଏପରି ନିଷ୍ପତ୍ତି ଫ୍ୟାନମାନଙ୍କୁ ବିଚଳିତ କରୁଛି। ତେବେ ଉଭୟଙ୍କ ମଧ୍ୟରେ ସବୁ ଠିକ ଥିବ ବୋଲି ଫ୍ୟାନ୍ସମାନେ ଆଶାବାଦୀ ମଧ୍ୟ ଅଛନ୍ତି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

ମତଦାନ
36m ago
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
46m ago
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର
ଆଗାମୀ ୫ ଦିନ ରାଜ୍ୟରେ
ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ : ୨୨ରୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟବାସୀ ଗରମରେ ସନ୍ତୁଳି ହେଉଥିବାବେଳେ ପାଣିପାଗ ବିଭାଗ ଜାରି କରିଛି ଆଶ୍ବସ୍ତିକର ଖବର। ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖର