କାର୍ତ୍ତିକ ପୂର୍ଣ୍ଣିମାରେ ମୁରୁଜ ପ୍ରତିଯୋଗିତା
by Argus News
Mon, Nov 27 | 5:18 p.m.

ସାଲେପୁର:  ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମୁରୁଜ ପ୍ରତିଯୋଗିତା । କଟକ ଜିଲ୍ଲା ସାଲେପୁର ବ୍ଲକ କଟରପା ବଳଦେବଜୀଉଙ୍କ ରଥଦାଣ୍ଡରେ ଅନୁଷ୍ଠିତ ହୋଇଯାଇଛି ଏହି ପ୍ରିଯୋଗିତା । ଆଜକୁ 5 ବର୍ଷ ଧରି ଏହା ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କଟରପା ରଥରଥଦାଣ୍ଡରେ ଏକ ଶହେଫୁଟର ବିରାଟକାୟ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ମୁରୁଜରେ ନିର୍ମିତ କରାଯାଇଥିଲା । 

ଅନନ୍ତ ଶୟନ ଠାରେ ସପ୍ତମ ବାଲିଯାତ୍ରା ଲୋକ ମହୋତ୍ସବ ଅନୁଷ୍ଠିତ

ଏଥିରେ ୧କୁଇଣ୍ଟାଲରୁ ଅଧିକ ମୁରୁଜ ବ୍ୟବହାର କରାଯାଇଛି । ଏଥିପାଇଁ 2 ଦିନ ଧରି ଗାଁର ଝିଅବୋହୁ ସାଙ୍ଗକୁ ଯୁବକ,ବୃଦ୍ଧ ସମସ୍ତେ ଯୋଗ ଦେଇଥିଲେ । ମୁରୁଜ ପକାଇବା ପାଇଁ ସମସ୍ତଙ୍କ ମଧ୍ୟରେ ଏକ ଅଭୂତ ପ୍ରକାର ଖୁସି ଖେଳି ଯାଇଥିଲା । କୃତି ମୁରୁଜ ପକାଳୀମାନଙ୍କୁ ସାନ୍ତ୍ଵନା ମୁଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ମୁରୁଜ ତିଆରି ଚିତ୍ରକଳାକୁ ଆଗାମୀ ଦିନରେ ଗିନିଜବୁକରେ ସାମିଲ୍ କରିବେ ବୋଲି କହିଛନ୍ତି ଗ୍ରାମବାସୀମାନେ । ଏହାକୁ ଦେଖିବାପାଇଁ ଆଖପାଖ ଅଞ୍ଚଳର ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ଆଗକୁ ଆଗକୁ ଏହା ଆହୁରି ଅଧିକରୁ ଅଧିକ ହେବ ବୋଲି ଗ୍ରାମବାସୀ କହିଛନ୍ତି ।

ବୋଇତ ବନ୍ଦାଣ ଅବସରରେ ବୋଇତ ନିର୍ମାଣ କଳା ପ୍ରତିଯୋଗିତା
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ