ବାଚସ୍ପତି ଆସନରେ ବସିବେ ରଣପୁର ବିଧାୟିକା ସୁରମା ପାଢ଼ୀ
by Argus News
Wed, Jun 19 | 8:36 p.m.

ଅର୍ଗସ ବ୍ୟୁରୋ : ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ, ପୂର୍ବତନ ମନ୍ତ୍ରୀ, ଏଥର ରଣପୁରର ବିଧାୟିକା। ରାଜ୍ୟ ବିଧାନସଭାର ନୂଆ ବାଚସ୍ପତି ପଦ ପାଇଁ ସୁରମା ପାଢ଼ୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ନାଁ ଘୋଷଣା ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁରମା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଓ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ସେ  ଭରିଛନ୍ତି ପ୍ରାର୍ଥିପତ୍ର । ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, କେବଳ ସୁରମା ହିଁ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ସୁରମା ପାଢ଼ୀ ନାମାଙ୍କନ ଭରିବା ନେଇ ନବୀନ ସହମତି ଦେଇଥିବା କହିଛନ୍ତି ମୁକେଶ ମହାଲିଙ୍ଗ । 

ଅଧିକ ପଢନ୍ତୁ : ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ସୁରମା ପାଢ଼ୀ

ରାଜ୍ୟ ବିଜେପିର ଆଗଧାଡ଼ିର ବିଜେପି ନେତ୍ରୀ ସୁରମା ପାଢ଼ୀ। ଜାତୀୟ ସ୍ତରରେ ବି ରହିଛି ତାଙ୍କର ସୁନାମ । ୧୯୮୮ରେ ବିଜେପିରେ ଯୋଗ ଦେଇଥିବା ସୁରମା ୧୯୯୮ରୁ ୨୦୦୦ ଯାଏଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ । ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ଜାତୀୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବେ ତୁଲାଇଥିଲେ ଗୁରୁ ଦାୟିତ୍ବ।  ଜାତୀୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇବା ସହ ୨୦୦୪ରେ ପ୍ରଥମ ଥର ବିଧାନସଭାକୁ ହୋଇଥିଲେ ନିର୍ବାଚିତ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ସମବାୟ ବିଭାଗର ମନ୍ତ୍ରୀ ବି ଥିଲେ । ୨୦୦୯, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ସେ ରଣପୁରରୁ ନିର୍ବାଚନ ଲଢ଼ିଥିଲେ ବି ପରାସ୍ତ ହୋଇଥିଲେ । କିନ୍ତୁ 2024ରେ ସେ ପୁଣି ପିନ୍ଧିଲେ ବିଜୟ ମୁକୁଟ। ପ୍ରମିଳା ମଲ୍ଲିକଙ୍କ ପରେ ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ଦ୍ବିତୀୟ ମହିଳା ବାଚସ୍ପତି ।


 

ଚାଲେଞ୍ଜ
11m ago
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
29m ago
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
43m ago
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ