୩ ଦିନ ଘରେ ବନ୍ଦ କରି ଯୁବତୀଙ୍କୁ ଗଣଦୁଷ୍କର୍ମ
by Argus News
Sat, Apr 13 | 8:27 p.m.

ଅର୍ଗସ ବ୍ୟୁରୋ: ପୁଣି ଲଜ୍ଜା। ଦେଶରେ ଥମୁନି ମହିଳାଙ୍କ ପ୍ରତି ନିର୍ଯାତନା ଏବଂ ଅତ୍ୟାଚାର। ଉତ୍ତରପ୍ରଦେଶର ବହରାଇଚ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବିଶେଷ ସମୁଦାୟର କେତେକ ଯୁବକ ଜଣେ ଦଳିତ ଯୁବତୀଙ୍କୁ ଅପହରଣ କରି ଅନ୍ୟ ଏକ ଗାଁରେ ଏକ ଘରେ ବନ୍ଦ କରି ରଖିଥିଲେ। ସେଠାରେ ଉକ୍ତ ଯୁବତୀଙ୍କୁ ବାରମ୍ବାର ଗଣ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବାପରେ ଯୁବତୀଙ୍କୁ ଜୋରଜବରଦସ୍ତି ତାଙ୍କ ଧର୍ମ ପରିବର୍ତ୍ତନ କରି ତାଙ୍କ ସହ ନିକାହ ମଧ୍ୟ କରାଇଦେଲେ। ପିଡିତା ମହିଳାଙ୍କ ପରିବାର ନିକଟସ୍ଥ ଥାନାରେ ଏନେଇ ଏକ ମାମଲା ରୁଜୁ କରିଥିଲେ। ପୋଲିସ ପେୋକ୍ସୋ କୋର୍ଟ ଆଧାରରେ ମାମଲାକୁ ଗୁରୁତ୍ବର ସହିତ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ପୀଡ଼ିତ ପରିବାର ଲୋକଙ୍କୁ  ଅଭିଯୁକ୍ତ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। 

ଏହି ଘଟଣା ପରେ ଏସପି ବୃନ୍ଦା ଶୁକ୍ଳା ପୀଡ଼ିତାଙ୍କ ଗାଁକୁ ଯବତୀଙ୍କୁ ଭେଟିବା ସହ ପରିବାର ଲୋକଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଏକ ଟିମ ଗଠନ କରିଛି।

ସୂଚନା ଥାଉ କି, ପୀଡ଼ିତା ଯୁବତୀଙ୍କ ମା' ଜଣେ ଦିବ୍ୟାଙ୍ଗ। ସେ କଥା କହି ପାରନ୍ତିନି। ସେଥିପାଇଁ ନିଜ ବାପଘରେ ୧୫ ବର୍ଷ ହେଲା ନିଜ ନାବାଳିକା ଝିଅ ସହ ରହୁଥିଲେ। ଉକ୍ତ ନାବାଳିକା ଜଣଙ୍କ ନିଜ ମା'ର ଦେଖାଶୁଣା କରୁଥିଲେ। ପୀଡ଼ିତା ଯୁବତୀ ଜଣକ ନିଜ କ୍ଷେତରେ କାମ କରୁଥିବାବେଳେ କେତେକ ଯୁବକ ତାଙ୍କୁ କ୍ଷେତରୁ ଅପହରଣ କରି ନେଇଥିଲେ। ଦୁଷ୍କର୍ମ କରିବାପରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ବି ଧମକାଇଥିଲେ। ୨ମାସ ପରେ ପୀଡ଼ିତା ଜଣକ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ