ବିଶ୍ଵର ଶ୍ରେଷ୍ଠ ୧୦ ମିଠା ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କଲା ରସମଲାଇ
by Argus News
Mon, Mar 18 | 4:07 p.m.

ଅର୍ଗସ ବ୍ୟୁରୋ: ଲୋକପ୍ରିୟ ଫୁଡ ଗାଇଡ୍ ଟେଷ୍ଟ୍ ଆଟଲାସ୍ ଦୁନିଆର ୧୦ଟି ଶ୍ରେଷ୍ଠ ଛେନାର ପ୍ରସ୍ତୁତ ମିଠା ତାଲିକା ପ୍ରକାଶ କରିଛି । ଛେନାରେ ଅନେକ ପ୍ରକାରର ମିଠା ପ୍ରସ୍ତୁତ କରାଯାଏ । ଏଥିରେ ପ୍ରଥମ ସ୍ଥାନ ପୋଲାଣ୍ଡର ସେର୍ନିକ୍ ମିଠା ଥିବାବେଳେ ଦ୍ୱିତୀୟ ସ୍ଥାନରେ ଭାରତର ରସମଲାଇ ରହିଛି ।

ରସମଲାଇ ସତେଜ ଛେନାରେ ତିଆରି କରାଯାଏ । କ୍ଷୀରକୁ ବହୁତ ସମୟ ଧରି ଫୁଟା ଯାଏ । ସେଥିରୁ ରାବିଡି ପ୍ରସ୍ତୁତ କରାଯାଏ । ପରେ ସେହି କ୍ଷୀରରେ ମିଠାକୁ ଭିଜାଇ ଦିଆଯାଏ । ସେଥିରେ ବାଦାମ, କେଶର ଓ ପିସ୍ତା ପକାଇ ସିଝା ଯାଇ ଥାଏ । ଏହି ମିଠା ସଵୁ ପୂଜା ପର୍ଵରେ ଘରକୁ ଆସିଥାଏ । ଘରେ ଘରେ ରସମଲାଇ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । 
ରସ ମଲାଇ ସାଧାରଣତଃ କ୍ଷୀର ଏବଂ ଛେନାରେ ପ୍ରସ୍ତୁତ କରାଯାଏ । ଏହି ମିଠାକୁ ୪.୪ ଷ୍ଟାର୍ ମିଳିଥିବା ବେଳେ ପୋଲାଣ୍ଡର ସେର୍ନିକକୁ ୪.୫ ଷ୍ଟାର୍ ମିଳିଛି । ପୋଲାଣ୍ଡର ସେର୍ନିକ୍ ଅଣ୍ଡା, ଚିନି ଏବଂ ତ୍ୱରୋଗରେ ପ୍ରସ୍ତୁତ କରାଯାଏ । ତ୍ୱରଗ ଏକ ପ୍ରକାର ଦହି ଛେନା । ଏହି ଛେନା ଖୁବ୍ ନରମ ଏବଂ ଏହା  ଜେଲି ପରି  ଏବଂ ଛୋଟ ଛୋଟ କଟା ଫଳରେ ସଜା ହୋଇଥାଏ ।

ଦାଦନଗଡ଼
14m ago
ନବୀନଙ୍କ 24 ବର୍ଷର ଶାସନରେ ଦାଦନଗଡ଼ ପାଲଟିଛି ଗଞ୍ଜାମ ଜିଲ୍ଲା
ଭୁବନେଶ୍ୱର: ଦାନା-ଦାଦନ-25 ବର୍ଷର ଅପାରଗତା । ନବୀନଙ୍କ 24 ବର୍ଷର ଶାସନରେ ଦାଦନଗଡ଼ ପାଲଟିଛି ଗଞ୍ଜାମ ଜିଲ୍ଲା । ବାହାରିନରେ କାମ କରିବାକୁ ଯାଇ ଶବ ପାଲଟିଗଲେ ଖଲ୍ଲିକୋଟ ବାଗଲପୁର
AKSHAYA TRITIYA
15m ago
ଅକ୍ଷୟ ତୃତୀୟାରେ ତୁଳସୀ ପତ୍ର ତୋଳୁଛନ୍ତି କି ? ହୋଇପାରେ...
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡିଶାର ମହାନ୍ ପର୍ବ ଅକ୍ଷୟ ତୃତୀୟା । ଏହି ପର୍ବର ରହିଛି ଅନେକ ମହତ୍ତ୍ଵ। ଏହି ଦିନ ଅକ୍ଷି ମୁଠି ଅନୁକୂଳ କରାଯାଇଥାଏ । ଏହି ଅକ୍ଷୟ ତୃତୀୟାରେ କିପରି କରିବେ ମ
ଚାଷୀଙ୍କୁ ଧୋକା
21m ago
କଥା କମ୍ , କାମ ବେଶୀ ବଦଳରେ ଚାଷୀଙ୍କୁ ଧୋକା
ସମ୍ବଲପୁର: ସମ୍ବଲପୁର ଚାଷୀଙ୍କୁ ପ୍ରତାରଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2014ରେ ଶିଳାନ୍ୟାସ କରିଥିବା ନୀଳଡୁଙ୍ଗୁରୀରେ ଟର୍ମିନାଲ ମାର୍କେଟ୍ କମ୍ପ୍ଲେସ ପାଇଁ ଏଯାଏ