'ମୁଁ ସୁସ୍ଥ ଅଛି, ଗୁଜବ ଠାରୁ ଦୂରେଇ ରୁହନ୍ତୁ '- ରତନ ଟାଟା
by Argus News
Mon, Oct 07 | 1:53 p.m.

ଅର୍ଗସ ବ୍ୟୁରୋ: '' ମୁଁ ସୁସ୍ଥ ଅଛି । ବୟସଗତ ସମସ୍ୟା ଓ ଚେକ୍ ଅପ୍ ପାଇଁ ମୁଁ ହସ୍ପିଟାଲ ଯାଇଥିଲି । ମୋ ସ୍ୱାସ୍ଥ୍ୟକୁ ନେଇ ନିକଟରେ ଗୁଜବ ପ୍ରକାଶ ପାଇଛି । କିନ୍ତୁ ଏ ସବୁ ଭିତ୍ତିହୀନ । ମୋ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିବାର କିଛି ନାହିଁ । ମୁଁ ସୁସ୍ଥ ଅଛି । ସମସ୍ତଙ୍କୁ ଅନୁରୋଧ କରୁଛି ଏଭଳି ଗୁଜକୁ ବିଶ୍ୱାସ କରନ୍ତୁ ନାହିଁ । ''

ଆଜି ସକାଳୁ ବରିଷ୍ଠ ଶିଳ୍ପପତି ରତନ ଟାଟା ଅସୁସ୍ଥ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ବିଗିଡାବରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା । ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ଖୋଦ ରତନ ଟାଟା । ସେ ସଂପୂର୍ଣ୍ଣ ସୁସ୍ଥ ଥିବା ନେଇ ସୋସିଆଲ ମିଡିଆରେ ଏକ୍ସରେ ସୂଚନା ଦେଇଛନ୍ତି । ମୋ ପାଇଁ ସମସ୍ତେ ଚିନ୍ତା କରିଥିବାରୁ ଧନ୍ୟବାଦ । କିନ୍ତୁ ମୁଁ ଭଲ ଅଛି । ଏଭଳି ଖବରରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ରତନ ଟାଟା । 

 

ଧନିଆ
ଧନିଆ ପାଣି ଶରୀରକୁ ଏପରି କରିଦେ..
ନୂଆଦିଲ୍ଲୀ: ରୋଷେଇ ଘରେ ଥିବା ଧନିଆ ଏପରି ଏକ ମସଲା ଯାହା ବିଭିନ୍ନ ହିତକର କାର୍ଯ୍ୟରେ ଲାଗିଥାଏ। ଧନିଆର ମଞ୍ଜି ଏବଂ ଧନିଆ ପତ୍ର ଉଭୟର ବହୁଳ ଭାବେ ବ୍ୟବହାର କରାଯାଇଥାଏ।
NIA SHARMA
ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା ଶର୍ମା, କହିଲେ...
ଅର୍ଗସ ବ୍ୟୁରୋ: ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା ଶର୍ମା। ‘ବିଗ୍‌ବସ୍‌ ୧୮’ରେ କିଛି ବ୍ୟକ୍ତିଗତ କାରଣ ଯୋଗୁ ସାମିଲ ହୋଇ ପାରୁ ନାହିଁ ବୋଲ
ଗଞ୍ଜେଇ ଜବତ
speed 10; ସ୍କ୍ରୋଲ୍ କରନ୍ତୁ , ଖବର ପଢନ୍ତୁ...
ଫଳ ଗାଡ଼ିରେ ଦେଢ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ...ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ଗଞ୍ଜେଇକୁ ଧରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ..1.61 କୋଟିର ଗଞ୍ଜେଇ ଜବତ...3