ରତ୍ନଭଣ୍ଡାରର ବୈଷୟିକ ସର୍ଭେ ବେଳେ ଶ୍ରୀଜୀଉଙ୍କ ଦର୍ଶନରେ ହେବନି କୌଣସି ଅସୁବିଧା
by Argus News
Fri, Sep 20 | 4:14 p.m.

ପୁରୀ:  ଏଏସଆଇ ପକ୍ଷରୁ ଆସନ୍ତାକାଲି ଠାରୁ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ ।  ଏଥିପାଇଁ ଦିନ 2ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମୟ ସ୍ଥିର କରାଯାଇଛି । ତିନି ଦିନ ପାଇଁ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନ  କରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି ।

ଏହି ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ବାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ ।  

ସେପ୍ଟେମ୍ବର 24 ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କରିବାକୁ ଏ.ଏସ୍.ଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ଅରବିନ୍ଦ ପାଢୀ ଅନୁରୋଧ କରିଥିଲେ । ଏହାପରେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ପାଇଁ ପ୍ରକାଶ ପାଇଛି ତତ୍ପରତା । ପୂର୍ବରୁ ଗତ 18 ସେପଟେମ୍ବର ଦିନ ଏ.ଏସ୍.ଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ହୋଇଥିଲା ।
 

କୋଲକାତା ଲଜ୍ଜା
28m ago
ଜୁନିୟର ଡାକ୍ତରଙ୍କ ଆନ୍ଦୋଳନରେ ଲାଗିବ ବିରାମ,ଜାରି ରହିବ ନ୍ୟାୟଲଢେଇ
ଅର୍ଗସ ବ୍ୟୁରୋ:କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦିନ ଗଡୁଛି ହେଲେ ସରୁନି ନ୍ୟାୟ ଲଢେଇ,ନ୍ୟାୟ ଅପେକ୍ଷାରେ ରହିଛନ୍ତି ପୀଡିତାଙ୍
ଭରତପୁର ଘଟଣା
ଭରତପୁର ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡିସିପିଙ୍କୁ ଡାକିଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭରତପୁର ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଘଟଣାକୁ ନେଇ ଡିସିପିଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଡାକରା । ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡାକିଲ
RATNABHANDAR
ରତ୍ନଭଣ୍ଡାରର ବୈଷୟିକ ସର୍ଭେ ବେଳେ ଶ୍ରୀଜୀଉଙ୍କ ଦର୍ଶନରେ ହେବନି କୌଣସି ଅସୁବିଧା
ପୁରୀ: ଏଏସଆଇ ପକ୍ଷରୁ ଆସନ୍ତାକାଲି ଠାରୁ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ । ଏଥିପାଇଁ ଦିନ 2ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମୟ ସ୍ଥି