ଏ ମାସ ଭିତରେ ରତ୍ନଭଣ୍ଡାର ଖୋଲାଯିବ: ଆଇନ ମନ୍ତ୍ରୀ
by Argus News
Tue, Jul 09 | 11:13 a.m.

ଅର୍ଗସ ବ୍ୟୁରୋ:  ରତ୍ନଭଣ୍ଡାର ଖୋଲିବା ନେଇ ହୋଇପାରେ ବଡ ନିଷ୍ପତ୍ତି । ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରତ୍ନଭଣ୍ଡାର ତଦାରଖ କମିଟିର ଦ୍ଵିତୀୟ ବୈଠକ । ସେପଟେ ଏ ମାସ ଭିତରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଆସିବା ପୂର୍ବରୁ ମରାମତି କାମ ଶେଷ ହେବ ।  ଆଜି ଯେଉଁ ତାରିଖ ନିଷ୍ପତି ହେବ, ମ୍ୟାନେଜିଂ କମିଟି ତାରିଖ ଦେବ ସେହି ଦିନ ହିଁ ଖୋଲିବ ରତ୍ନଭଣ୍ଡାର । Standard ଅପରେଟିଂ ପ୍ରୋସିଜର ଦେଖିବା ପରେ ନିଷ୍ପତି ନେବେ ସରକାର।

ରତ୍ନଭଣ୍ଡାର ଖୋଲିବା ବେଳେ ଯେମିତି ନିତିକାନ୍ତି ଅସୁବିଧା ନହେବ ତା ପାଇଁ ଦୃଷ୍ଟି ଦିଆଯିବ। ରତ୍ନଭଣ୍ଡାର ତଥ୍ୟକୁ ଡିଜିଟାଲ ଡକୁମେଣ୍ଟେଶନ କରାଯିବ। ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଆସିବା ପୂର୍ବରୁ ମରାମତି କାମ ନିଶ୍ଚିତ ଭାବରେ ଶେଷ କରାଯିବ । ପ୍ରତି ରଥଯାତ୍ରରେ ଗର୍ଭଗୃହ ସହ ରତ୍ନଭଣ୍ଡାରର ମରାମତି ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ । 1978 ମସିହା ରତ୍ନଗଣତି ରିପୋର୍ଟ ଆଧାରରେ ହେବ ରତ୍ନଗଣତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା