ରେଭେନ୍ସା ନାଁ ବଦଳିବା ପ୍ରସଙ୍ଗ : ବିରୋଧୀଙ୍କୁ ଘାଇଲା କଲା ଭର୍ତ୍ତୃହରିଙ୍କ ସମ୍ପାଦକୀୟ
by Argus News
Wed, Sep 11 | 7:01 p.m.

ଅର୍ଗସ ବ୍ୟୁରୋ: ରେଭେନ୍ସାକୁ ନେଇ ପୁଣି ତେଜିଲାଣି ରାଜନୀତି । ଏହାରି ଭିତରେ ହୀନ ରାଜନୀତି କରିବାକୁ ପଛାଇନାହିଁ ବିଜେଡି । କିନ୍ତୁ ବିରୋଧୀଙ୍କୁ ଉତ୍ତର ଦେଇ ସମ୍ପାଦକୀୟ ଲେଖିଛନ୍ତି କଟକ ବିଜେପି ସାଂସଦ ଭର୍ତ୍ତୃହରି ମହତାବ । କହିଛନ୍ତି, ନାମ ବଦଳାଇଲେ ପ୍ରଳମ୍ଭ ଅଶୁଦ୍ଧ ହେବାନାହିଁ । ଲେଖିଛନ୍ତି ଯେଉଁମାନଙ୍କୁ ପାଶ୍ଚାତ୍ୟ ଆଦବ କାଇଦା ପସନ୍ଦ ଆସେ ସେମାନେ ଏପରି ରୋଳା କରୁଛନ୍ତି ଯେପରି ବିଶ୍ବବିଦ୍ୟାଳୟକୁ କେହି ଭାଙ୍ଗି ଦେଉଛି କିମ୍ବା ଉଠାଇନେଉଛି । 

ଖାଲି ଏତିକି ନୁହେଁ ବରଂ ପ୍ରଶ୍ନ କରିଛନ୍ତି, ବିଜେଡି ସରକାର ଯେତେବେଳେ ବରପୁତ୍ରମାନଙ୍କ ନାଁରେ ଥିବା ୧୭ଟି ଟ୍ରେନିଂ କଲେଜକୁ ବନ୍ଦ କରିଦେବାକୁ ବସିଥିଲେ ଏବେ ଯେଉଁମାନେ ରେଭେନ୍ସା ପାଇଁ ମଶାଲ ଶୋଭାଯାତ୍ରା ବାହାର କରୁଛନ୍ତି ସେତେବେଳେ ପାଟି ଖୋଲିନଥିଲେ କାହିଁକି ? ସେହିପରି ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାମଫଳକକୁ ରାଜଧାନୀ ଛାତି ଉପରୁ ଓପାଡ଼ି ଫୋପଡ଼ା ଯିବା ବେଳେ ଏମାନେ ରୋଦନ କଲେନି କାହିଁକି ? ବୋଲି  ସମ୍ବାଦକୀୟରେ ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି ? ସ୍ବାଧୀନ ଭାରତର ଅମୃତ କାଳରେ ଯେତେବେଳେ ଔପନିବେଶବାଦୀର ସ୍ମୃତିବହନ କରୁଥିବା ନାମ, ସଂକେତକୁ ବଦଳାଯାଉଛି ଏଠି ରେଭେନ୍ସାଙ୍କ ନାମ ବଦଳାଇଲେ ପ୍ରଳମ୍ଭ ଅସୁଦ୍ଧ ହଇଯିବ ନାହିଁ ବୋଲି ଯୁକ୍ତି ବାଢିଛନ୍ତି କଟକ ସାଂସଦ ।

ରେଭେନ୍ସା ବିଶ୍ଵବିଦ୍ୟାଳୟ ନାଁ ପରିବର୍ତ୍ତନ ହେବା ପାଇଁ ଆଲୋଚନା ହେବା ଦରକାର, ବିତର୍କ ହେବା ଦରକାର । କିଛି ଏମିତି କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ଏତିକି ନୁହେଁ ବରଂ ବୁଦ୍ଧିଜୀବୀ ଓ ଶିକ୍ଷାବିତଙ୍କର ବି ମତାମତ ଲୋଡିଥିଲେ । ହେଲେ କେନ୍ଦ୍ରମନ୍ତ୍ରୀଙ୍କ କଥା ନବୁଝି ଅଯଥାରେ ରାଜନୀତି କଲେ ବିରୋଧୀ । 

ମୋଟ୍‌ ଉପରେ, ନଅଙ୍କ ଦୁର୍ଭିକ୍ଷରେ ଲକ୍ଷଲକ୍ଷ ଓଡ଼ିଆଙ୍କ ମୃତ୍ୟୁର କାରଣ ସାଜିଥିବା ବ୍ରିଟିଶ୍ କମିଶନର ଟି.ଇ ରେଭେନସାଙ୍କ ନାଁ ଶିକ୍ଷାନୁଷ୍ଠାନରୁ ହଟାଇବା ଲାଗି ବିତର୍କ ପାଇଁ ଆହ୍ଵାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେବେଠାରୁ ଆରମ୍ଭ ହୋଇଥିଲା ବିବାଦ। ସାମ୍ନାକୁ ଆସିଥିଲା ରେଭେନସାର ପୂରାତନ ବିଦ୍ୟାର୍ଥୀଙ୍କ ଭାବାବେଗ। ତେବେ ରେଭେନସା ସାହେବଙ୍କ ଭୂମିକା ଉପରେ ବିତର୍କ ଲାଗି କେନ୍ଦ୍ରମନ୍ତ୍ରୀ କହିଥିବା ବେଳେ ଏଥିରୁ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରିଆସୁଛନ୍ତି କିଛି ବାମପନ୍ଥୀ ଓ ବିରୋଧୀ ସଂଗଠନ। ଏଭଳି ସ୍ଥିତିରେ ଐତିହାସିକମାନେ ରେଭନ୍ସାଙ୍କୁ ନେଇ ପ୍ରକୃତ ସତ ଉପସ୍ଥାପିତ କରିବାକୁ ଆହ୍ବାନ ଦେଇଛନ୍ତି ସୌମ୍ୟରଞ୍ଜନ। 
 

ଭାରତ ଏବଂ ବାଂଲାଦେଶ
15m ago
ଭାରତ ଏବଂ ବାଂଲାଦେଶ ଟେଷ୍ଟ: ମାଷ୍ଟରପ୍ଲାନ ବିଷୟରେ କହିଲେ ରୋହିତ
ଅର୍ଗସ ବ୍ୟୁରୋ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ସିରିଜ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହ
ବଦଳିବ ମୁଖ୍ୟମନ୍ତ୍ରୀ
35m ago
ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଠିକଣା
ଅର୍ଗସ ବ୍ୟୁରୋ: ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା । ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବ
ମେଡିକାଲ କଲେଜ
41m ago
ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ
ଅର୍ଗସ ବ୍ୟୁରୋ : ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ । ଏ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ତାଳଚେର ଓ କନ୍ଧମାଳରେ ମେଡିକା