ନୀଳଗିରିରେ ପହଞ୍ଚି ଦୁଇଟି ପଦ୍ମ ଫୁଲରେ ଭୋଟ ଦେବାକୁ ନିବେଦନ କଲେ
by Argus News
Tue, May 21 | 3:56 p.m.

ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳକୁ ଏବେ ଜଣେ କଳାପାହାଡ଼ ଚଳାଉଛି। ଏମିତି କହି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ନେତା ଅନୁଭବ ମହାନ୍ତି। ସ୍ୱତନ୍ତ୍ର ହେଲିପ୍ୟାଡ ଯୋଗେ ନୀଳଗିରିରେ ପହଞ୍ଚିଛନ୍ତି ଓଡିଶାର ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ବିଜେପିର ନେତା  ଅନୁଭବ ମହାନ୍ତି ଏବଂ  ବରିଷ୍ଠ ନେତା  ପିତାମ୍ବର ଆଚାର୍ଯ୍ୟ । 
ନୀଳଗିରି କେ.ସି ହାଇସ୍କୁଲ ପଡିଆରେ ଭାରତୀୟ ଜନତା ପାର୍ଟି ଦ୍ୱାରା ଆୟୋଜିତ ବିଶାଳ ମହିଳା ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସରକାର ଓ ପାଣ୍ଡିଆନ ବିରୋଧରେ ବର୍ଷିଛନ୍ତି।

ଜୁନ ୪ ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି ହଜାର ହଜାର ମହିଳାଙ୍କୁ ଉଦବୋଧନ ଦେଇଛନ୍ତି  ଅନୁଭବ। ବାଲେଶ୍ଵର ଲୋକସଭା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରି ବିଧାନସଭା ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ପାଇଁ ଦୁଇଟି ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି ଅନୁଭବ।

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ