ଏମିତି କାହିଁକି କହିଥିଲେ ଦେବାଶିଷ ?
by Argus News
Mon, Apr 01 | 7:46 p.m.

ଅର୍ଗସ ବ୍ୟୁରୋ: ମିଡିଆ ସାମ୍ନାରେ ମିଛ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଦି ରାଜ୍ୟସଭା ପଠାଇବାର ନଥିଲା ତେବେ ଏତେ ମିଛ କଥା କାହିଁକି କହିଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ଦେବାଶିଷ ନାୟକ । ଖାଲି ଏତିକି ନୁହେଁ ବରଂ ନବୀନ ବାବୁ ଯେଉଁମାନଙ୍କ ଲାଗି ଆଜି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେମାନଙ୍କୁ କେମିତି ଭୁଲିଗଲେ ବୋଲି ପ୍ରଶ୍ନ ବି କରିଛନ୍ତି । ମୋଟ୍‌ ଉପରେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ ଦେବାଶିଷ । ହେଲେ ଦଳରୁ ଅଲୋଡା ହୋଇଥିବାରୁ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ଦେବାଶିଷ । ଖୋଲିଥିଲେ ଗୁମର ।

କାମ ପଡିଲେ ବିଜେଡି କିଛି ବି କରିପାରେ । ୨୦୦୯ ପୂର୍ବରୁ ବିଜେପିର ସହାୟତାରେ ହିଁ ଦଳ ଗଠନ ହୋଇଥିଲା ରାଜ୍ୟରେ । ଖାଲି ଗଠନ ହୋଇଥିଲା ତାହା ନୁହେଁ ବରଂ ରାଜ୍ୟରେ ଶାସନ ବି କରୁଥିଲା । ହେଲେ ପାନରୁ ଚୂନ ଏପଟ ସେପଟ ହେବାରୁ ମେଂଟ ଭାଙ୍ଗିଦେଇଥିଲେ ବିଜେଡି । ହେଲେ ଏବେ ସେକାଳ ପଖାଳ ଆଉ ନାହିଁ । ଅର୍ଥାତ୍‌ ବିଜେପି ଏବେ ଓଡ଼ିଶାରେ ଅଧିକ ଲୋକପ୍ରିୟ ହୋଇଛି । ତେଣୁ ଏଇ ମୌକାରେ ବିଜେପି କାନ୍ଧରେ ଲାଉ ହୋଇ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିଥିଲା ବିଜେଡି । ହେଲେ ଓଡ଼ିଆଙ୍କ ସ୍ଵାର୍ଥ ଓ ସ୍ଵାଭିମାନ ପାଇଁ ବିଜେପି ମେଂଟ ଲାଗି ରାଜି ହୋଇନଥିଲା । ଖାଲି ଏତିକି ନୁହେଁ ବରଂ ଏକାକୀ ଲଢେଇ ହେବା ସହ ଦମଦାର ଲଢେଇ ହେବ ବୋଲି କହିଥିଲେ ରାଜ୍ୟ ନେତା । 

ବିଜେଡି ଛାଡିବା ପରେ ଏବେ ମନଖୋଲା ବର୍ଷିଛନ୍ତି ଦେବାଶିଷ । ଖାଲି ବର୍ଷିଛନ୍ତି ତାହା ନୁହେଁ ବରଂ ବିଜେଡିର ଗୋଟି ଗୋଟି ଗୁମର ଖୋଲିଛନ୍ତି । ଦଳ କେମିତି ଚାଲେ ? କାହା ନିର୍ଦ୍ଦେଶରେ ଚାଲେ ? କେତେ ଆଇନକାନୁନରେ ଚାଲେ ? ଏ ସବୁର ଭଣ୍ଡାଫୋଡ କରିଛନ୍ତି । ମୋଟ୍‌ ଉପରେ ବିଜେଡି ଏବେ ଟେନସନ୍‌ରେ ରହିଛି । କାରଣ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଆଉ ଯେଉଁମାନେ ଦଳ ଛାଡୁଛନ୍ତି ସେମାନେ ବିଷୋଦଗାର କରୁଛନ୍ତି । ତେଣୁ ଏମିତି ସ୍ଥିତିରେ ଦଳ କେମିତି ନିର୍ବାଚନ ବୈତରଣୀ ପାର ହେବ ତାହାକୁ ନେଇ ଚିନ୍ତାରେ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ