ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
by Argus News
Mon, Sep 16 | 9:11 p.m.

ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯାଏ ଏହାର କମନୀୟ ସୁଷମା ଭିତରେ...କବି ଏହି ଶୁଭ୍ର ରେଶମୀ କାଶତଣ୍ଡିକୁ ନେଇ ରହିଛି ଏକ ସୁନ୍ଦର କାହାଣୀ। ଆସନ୍ତୁ ସେ ଗପ ଶୁଣିବା...

ଏକ ରାଜ୍ୟରେ ଗରିବ ଘରର କାଶତଣ୍ଡୀ ନାମରେ ଏକ ଝିଅଟି ରହିଥିଲା।ସର୍ବଦା ନଦୀ ପଠାରେ ବୁଲୁଥାଏ। ସୁନ୍ଧରୀ କାଶତଣ୍ଡୀର ସୈାନ୍ଦର୍ଯ୍ୟ ରେ ସେହି ରାଜ୍ୟର ରାଜକୁମାର । ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଧିରେ ଧିରେ ନିବିଡ ହେବାରେ ଲାଗିଲା। 

ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି । କହୁଛି ନିଜର ପ୍ରେମ କାହାଣୀ । ଆସୁଛନ୍ତି ମା’ ଜଗତ ଜନନୀ । ନଦୀ ପଠା ଗୁଡିକରେ କାଶତଣ୍ଡି ଫୁଲ ଧରାପୃଷ୍ଟକୁ ସଜେଇ ଦେଲାଣି । ପୁରୀ ଜିଲ୍ଲାର ଭାର୍ଗବୀ ନଦୀର ଘଟକୁଦୀ ନିକଟ ନଦୀ ପଠାର ଇଏ ହେଉଛି ଅପୂର୍ବ ଦୃଶ୍ୟ । ସର୍ବଦା ସବୁଜ ସୁନ୍ଦର ରଙ୍ଗରେ ଚହଟୁ ଥିବା ଧରିତ୍ରୀ ଶରତ ଋତୁରେ ଧଳା ଫର ଫର କାଶତଣ୍ଡି ଫୁଲର ଶାଢ଼ୀ ପିନ୍ଧି ସତେ ଯେପରି ଜଗତ ଜନନୀ ମା' ଦୁର୍ଗାଙ୍କ ଧରାବତରଣକୁ ସ୍ୱାଗତ କରୁଛି।

ମା’ଙ୍କ ଆଗମନରେ ପୁଲକିତ ଧରଣୀ ରାଣୀ । ଶସ୍ୟ ଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ ଫୁଲ । ସୁନେଲି ସକାଳର ପହିଲି କିରଣ ତଳେ ଧଳା ପୋଷାକ ପିନ୍ଧି ହସୁଛି କାଶତଣ୍ଡି । ହାଲୁକା ହାଲୁକା ପବନର ଛୁଆଁରେ ଖିଲିଖିଲି ହୋଇ ହସି ଉଠୁଛି ପ୍ରକୃତିର ଏଇ ଅପୂର୍ବ ସୃଷ୍ଟି । କହିଯାଉଛି ପୃଥିବୀକୁ ପାର୍ବଣ ଆସିଛି... 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ