ସଂକ୍ଷେପରେ ଦିନର ବଡ ଖବର...
by Argus News
Tue, Oct 01 | 3:08 p.m.
  • ଜମ୍ମୁ କାଶ୍ମୀରରେ ଚାଲିଛି ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ...୪୦ଟି ବିଧାନସଭା ଆସନରେ ୪୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର...8 ଅକ୍ଟୋବରରେ ଘୋଷଣା ହେବ ଫଳାଫଳ
  • ଅକ୍ଟୋବର ୬ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର…୪ ତାରିଖରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ… ଆଗାମୀ 24 ଘଣ୍ଟାରେ କିଛି ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନା
  • ଇସ୍ରାଏଲ୍ ଓ ହିଜବୁଲ୍ଲା ମଧ୍ୟରେ ଏବେ ଗ୍ରାଉଣ୍ଡ ୱାର୍ ...ପୂର୍ବରୁ ଆକାଶ ମାର୍ଗରୁ ଏୟାର ଷ୍ଟ୍ରାଇକ୍ ଓ କ୍ଷେପଣାସ୍ତ୍ର ମାଡ଼ କରୁଥିବା ଇସ୍ରାଏଲ୍ ସେନା ଏବେ ଲେବାନନରେ ପ୍ରବେଶ କରିଛି...ଦକ୍ଷିଣ ଲେବାନନରେ ହିଜବୁଲ୍ଲାର ବହୁ ଠିକଣାକୁ ଧ୍ବଂସ କରିଦେଇଛନ୍ତି ଇସ୍ରାଏଲି ସେନା
  • ଦୁନିଆରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ ...ଯୁଦ୍ଧର ଘନଘଟା ଭିତରେ ଇସ୍ରାଏଲ ପିଏମଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି...ଭାରତ ହିଂସାକୁ ସମର୍ଥନ କରେ ନାହିଁ , ସବୁବେଳେ ଶାନ୍ତି ପକ୍ଷରେ ରହିବାକୁ ପ୍ରତିବଦ୍ଧ
  • ଭଦ୍ରକରେ ସୋସିଆଲ୍ ମିଡିଆରେ ବିବାଦୀୟ ମନ୍ତବ୍ୟ ନେଇ ହିଂସାକାଣ୍ଡ ଘଟଣା...ଆଜି ଭଦ୍ରକ ଗସ୍ତ କରିବେ ପୋଲିସ ଡିଜି ୱାଇବି ଖୁରାନିଆ...ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ ସେବା..ଏବେ ସୁଦ୍ଧା ୨୭ ହେଲେଣି ଗିରଫ
  • ଆଉ ବ୍ୟବହାର ହେବନାହିଁ ଅର୍ପଣ ଚାଉଳ...ବଳକା ହଜାର ହଜାର କ୍ବିଣ୍ଟାଲ୍ ଅର୍ପଣ ଚାଉଳକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରାଯିବାକୁ ନିଷ୍ପତ୍ତି...ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ସୂଚନା
  • ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି... ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଫୁଟିଲା ଗୁଳି
  • ମୁଖ୍ୟମନ୍ତ୍ରୀଙ୍କ ଝାଡ଼ଖଣ୍ଡ ଗସ୍ତର ଦ୍ବିତୀୟ ଦିନ...ଚାଇଁବସାରେ ପରିବର୍ତ୍ତନ ସମାବେଶରେ ଯୋଗଦେବେ ମୋହନ ମାଝୀ... ଅଧିକାଂଶ ଓଡ଼ିଆ ଭାଷାଭାଷୀ ରହୁଥିବା ଝାଡ଼ଖଣ୍ଡର 3ଟି ଜିଲ୍ଲାର କେନ୍ଦ୍ର ହେଉଛି ଚାଇଁବସା
  • ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୮ତମ କିସ୍ତି...ମହାରାଷ୍ଟ୍ରରେ ଆୟୋଜିତ କାର୍ଯ୍ୟକ୍ରମରୁ ଦେଶର ୯ କୋଟି ୫୦ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ 
  • ଗାନ୍ଧି ଜୟନ୍ତୀ ଓଡ଼ିଶାକୁ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...ପିଏମ୍ ଜନମନ ଯୋଜନାରେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିମି ରାସ୍ତା କାମ ପାଇଁ ହେବ ଶିଳାନ୍ୟାସ
     

ଦୁଇଦିନିଆ ଦିଲ୍ଲୀ
1m ago
ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇ ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: 'ଉତ୍କର୍ଷ ଓଡିଶା : ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ର ପ୍ରାକ ପ୍ରସ୍ତୁତି । ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ କହିଲେ
ମୁଖ୍ୟମନ୍ତ୍ରୀ କହିଲେ ଯାଜପୁରକୁ ଲୁଟିଛନ୍ତି ବିଜେଡିର ୩ ପରିବାର
ଅର୍ଗସ ବ୍ୟୁରୋ: ଯାଜପୁର ବଡଚଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କଲେ 3 ପରିବାରକୁ। କହିଲେ ଯାଜପୁରର ବିକାଶ ନୁହେଁ ବିନାଶ କରିଛନ୍ତି ଏଇ ପରିବାର। ଏଇ ପ୍ରସଙ୍ଗରେ ସିଧାସଳଖ ନା
ବିଜେପି
ସତ ରୂପାନ୍ତରଣ କରିବାକୁ ବିଜେପି ସରକାରର ଦାବି
ଭୁବନେଶ୍ୱର: ବଦଳିବ ସ୍କୁଲ ଭାଗ୍ୟ । ରୂପାନ୍ତରଣ ନାଁରେ ଆଉ ରଙ୍ଗ ବୋଳା ନୁହେଁ । ସତ ରୂପାନ୍ତରଣ କରିବାକୁ ବିଜେପି ସରକାରର ଦାବି । ପ୍ରତ୍ୟେକ ସ୍କୁଲରେ ରହିବ ବିଜୁଳି, ପାନୀୟ ଜଳ