କେନ୍ଦ୍ର ଯୋଜନା କଲେ ରାଜ୍ୟ ସରକାରଙ୍କ ଖୋଲିଯିବ ଗୁମୁର !
by Argus News
Fri, Dec 08 | 5:30 p.m.

ଅର୍ଗସ ବ୍ୟୁରୋ: ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ନବୀନଙ୍କ ପ୍ରୀତି ବଢୁଛି, ହେଲେ ସରକାରୀ ଶିକ୍ଷାନୁଷ୍ଠାନର ଅବସ୍ଥା ଖରାପ । କେଉଁଠି କାନ୍ଥ ଗଳିପଡିଲାଣି ତ କେଉଁଠି ଖଣ୍ଡଖଣ୍ଡ ହୋଇ ସିମେଣ୍ଟ ଖସିଲାଣି । ରାଜ୍ୟରେ ନୂଆ ନୂଆ ଘରୋଇ ଶିକ୍ଷାନୁଷ୍ଠାନ ସହ MOU କରୁଛନ୍ତି ରାଜ୍ୟ ସରକାର । ହେଲେ ପୁରୁଣା ଶିକ୍ଷାନୁଷ୍ଠାନର ଅବସ୍ଥା ପୂରା ଶୋଚନୀୟ ହେଲାଣି । ଖାଲି ଏତିକି ନୁହେଁ ବରଂ ଶିକ୍ଷାର ବିକାଶ ଲାଗି କେନ୍ଦ୍ରୀୟ ଯୋଜନାକୁ ବି ଲାଗୁ କରୁନାହାନ୍ତି ରାଜ୍ୟ ସରକାର । ହେଲେ ଏଠାରେ ପ୍ରଶ୍ନ ଉଠୁଛି, ସଂଘୀୟ ବ୍ୟବସ୍ଥା ଅନୁସାରେ ଯଦି କେନ୍ଦ୍ର ସରକାର କିଛି ଯୋଜନା କରୁଛନ୍ତି ତାହାଲେ ରାଜ୍ୟ ସରକାର କାର୍ଯ୍ୟକାରିତ କରିବାରେ ପଛଘୁଂଚା ଦେଉଛନ୍ତି କାହିଁକି ? କେନ୍ଦ୍ରୀୟ ଯୋଜନା ରାଜ୍ୟଠୁ ଭଲ ବୋଲି ଜାଣିଛନ୍ତି କି ରାଜ୍ୟ ସରକାର ? କାଳେ ନିଜର ଦୋଷ ଦୁର୍ବଳତା ପଦାରେ ପଡିବ ସେନେଇ ମନରେ ଡର ଅଛି କି ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କିମାରୁଥିବା ବେଳେ ପ୍ରେସମିpଟ୍‌ରେ ରାଜ୍ୟ ସରକାରଙ୍କ ଗୁମର ଖୋଲିଦେଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ଵାଳ ।

କଥାରେ ଅଛି ଗାଁର ବିକାଶ ହେଲେ ଜିଲ୍ଲାର ବିକାଶ ହେବ । ଜିଲ୍ଲାର ବିକାଶ ହେଲେ ରାଜ୍ୟର ବିକାଶ ହେବ । ଆଉ ରାଜ୍ୟର ବିକାଶ ହେଲେ ଦେଶର ବିକାଶ ହେବ । କିନ୍ତୁ ୨୩ ବର୍ଷର ନବୀନ ସରକାର ରାଜ୍ୟର ବିକାଶ ନୁହେଁ ବୋଧହୁଏ ବିନାଶ ପାଇଁ କାମ କରୁଛନ୍ତି । ଆପଣଙ୍କର ମନେଥିବ ନିଶ୍ଚୟ ପିଏମଶ୍ରୀ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ଆଜିଯାଏଁ ଆଲୋଚନା ଚାଲିଛି କହିକହି ଯୋଜନାକୁ ଲାଗୁ କଲେ ନାହିଁ । ଫାଇଭ-ଟିକୁ ଭରସା କରି ରାଜ୍ୟ ସରକାର ଯେମିତି ଭାବରେ ବିକାଶର ଡିଣ୍ଡିମ ପିଟୁଛନ୍ତି ତାହା ବାସ୍ତବରେ କେତେ ଫଳପ୍ରଦ ସେକଥା ନକହିବା ଭଲ । କୁହାଯାଉଛି କି ନିଜର ଜିଦ ଲାଗି ଯୁବବର୍ଗଙ୍କ ବିକାଶର ଟ୍ରେଣ୍ଡକୁ ବ୍ରେକ୍‌ ଲଗାଉଛନ୍ତି ନବୀନ ସରକାର । 

ପ୍ରତି ମୁହୂର୍ତ୍ତରେ ସାଢେ ଚାରିକୋଟି ଓଡ଼ିଆ ଲୋକ ମୋ ପରିବାର ବୋଲି କହୁଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ କାମରେ କିଛି ଭିନ୍ନତା ପରିଲକ୍ଷିତ ହେଉଛି । ଦର୍ଶକବନ୍ଧୁ ରାଜ୍ୟରେ ଘରୋଇ ଶିକ୍ଷାନୁଷ୍ଠାନ ହେବାକୁ ଆମେ ମୋଟୁରୁ ବିରୋଧ କରୁନୁ । ହେଲେ ସଂଘୀୟ ବ୍ୟବସ୍ଥା ଅନୁସାରେ କେମିତି କେନ୍ଦ୍ରୀୟ ଯୋଜନା ରାଜ୍ୟରେ ଲାଗୁହେବ ସେହି କଥା କହୁଛୁ । କଥାରେ ଅଛି ବେଳ ଥାଉଥାଉ ସଜାଗ ହେବେ ବିପତ୍ତି ଟଳେ । ଠିକ୍‌ ସେହିପରି ଯଦି ରାଜ୍ୟରେ କେନ୍ଦ୍ରୀୟ ଯୋଜନା ଲାଗୁ ହୁଅନ୍ତି ତେବେ ପ୍ରତିଟି ଓଡ଼ିଆ ଲାଭ ପାଆନ୍ତେ...ତେବେ ସମୟ କହିବ କେବେ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରୁଛନ୍ତି ରାଜ୍ୟ ସରକାର ।
 

ଅଧିକ ପଢ଼ନ୍ତୁ ରାଜନୀତି ଖବର: 

ମୁମ୍ବାଇରୁ ଲଣ୍ଡନ
6m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
8m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
10m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍