ଦୋହଲିଗଲାଣି ନବୀନଙ୍କ ଗଂଜାମ ଗଡ଼ ! ବିଜେଡି ସୁପ୍ରିମୋଙ୍କ ଲାଗି ନିଇତି ନୂଆ ଟେନସନ୍‌
by Argus News
Thu, Oct 17 | 6:09 p.m.

ଅର୍ଗସ ବ୍ୟୁରୋ: ବିଜେଡିରେ ଏବେ ଚରମ କନ୍ଦଳ । ନିର୍ବାଚନ ହାରିବା ପରେ ନେତାଙ୍କର ଆଉ ସେମିତି କ୍ଷମତା ନାହିଁ କି ଦବଦାବ ନାହିଁ । ଯେଉଁଥି ଲାଗି ସେମାନେ ଅଣନିଶ୍ଵାସୀ ହୋଇ ପଡ଼ିଛନ୍ତି । ଖାସ କରି ସପ୍ତାହେ ହେଲା ଅମର-ଲେନିନ୍‌-ପ୍ରସନ୍ନ-ଦେବାଶିଷ ଓ ଶେଷରେ ଲତିକା ଯେଉଁ ବିସ୍ଫୋରକ ବୟାନ ଦେଇଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି କି ବିଜେଡିରେ ଆଉ କିଛି ଠିକ୍‌ଠାକ୍‌ ନାହିଁ । ସ୍ଥିତି ଯଦି ଏମିତି ଲାଗି ରହିବ ତାହାଲେ ଆଗାମୀ ଦିନରେ ବିଜେଡି ସଂପୂର୍ଣ୍ଣ ଲୋକଙ୍କଠାରୁ ଦୂରେଇ ଯିବ ବୋଲି ରାଜନୈତିକ ସମୀକ୍ଷକ କହିଲେଣି ।

ଗତକାଲି ଥିଲା ଅକ୍ଟୋବର ୧୬ । ବିଜେଡି ସୁପ୍ରିମୋଙ୍କ ଜନ୍ମଦିନ । ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରେ ଆସ୍କା 'ବିଭୀଷଣ'ଙ୍କ ନାଁରେ ଅଭିଯୋଗ କଲେ ଲତିକା ପ୍ରଧାନ । କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ବିଜେଡି ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଖୋଲାଖୋଲି କହିଛନ୍ତି ତାଙ୍କ ପରାଜୟ ପାଇଁ ରଞ୍ଜିତା ହିଁ ଷଡ଼ଯନ୍ତ୍ର କରିଥିଲେ । ବିଜେପି ସହ ସାଲିସ୍ କରି ବିଜେଡିର କ୍ଷତି ଘଟାଇଛନ୍ତି । ଏବେ ବି ସେ ବିଜେପି ସଂପର୍କରେ ଅଛନ୍ତି । ରଞ୍ଜିତା ଗୃହ ଶତ୍ରୁ ବିଭୀଷଣର ଭୂମିକା ତୁଲାଇ ଗଞ୍ଜାମ ଗଡ଼ରେ ବିପର୍ଯ୍ୟୟ ଘଟାଇଲେ । ସେଇଥି ଲାଗି କୁଆଡ଼େ ନବୀନଙ୍କର ବି ମାର୍ଜିନ କମିଲା । ଏହାସହ ଚରମବାଣୀ ଶୁଣାଇ କହିଛନ୍ତି, ଯଦି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନନିଆଯାଏ ତାହାଲେ ଆଗାମୀ ଦିନରେ ଦଳ ଆହୁରି ସାଙ୍ଘାତିକ ସ୍ଥିତି ଭୋଗିବ । ସେପଟେ ଅଭିଯୋଗ ଭିତ୍ତିହୀନ କହିବା ସହିତ କାହିଁକି ଦର ହାରିଲା ତାହାର ସମୀକ୍ଷା କରାଯାଉଛି ବୋଲି କହିଛନ୍ତି ରଂଜିତା ।

ବିଜେଡିର ନେତା ପ୍ରକୃତରେ କିଏ ? ନବୀନ ନା ପାଣ୍ଡିଆନ୍ ବୋଲି ପ୍ରସନ୍ନ ପାଟ୍ଟଶାଣୀ ଓ ଅମର ଶତପଥୀ ପ୍ରଶ୍ନ ଉଠାଇବା ପରେ ସେନେଇ ବି ତେଜିଲାଣି ରାଜନୈତିକ ବୟାନବାଜି । ଉଭୟ ନେତାଙ୍କୁ କାଉଣ୍ଟର କରିବାକୁ ଯାଇ କଟକର ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ, ଭିକେ ପାଣ୍ଡିଆନ୍ କେବେ ହେଲେ ଆମର ନେତା ନଥିଲେ । ଆମ ନେତା ନବୀନ । ଯେଉଁମାନେ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଉଛନ୍ତି ସେମାନେ ଦଳ ଛାଡିଲେ କୌଣସି ଫରକ ପଡିବନି ।

୨୪ ବର୍ଷର ସ୍ଥିର ସରକାର, ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଥିଲେ । ଏବେ ପୁଣି ନବୀନଙ୍କ କାନ୍ଧରେ ବିରୋଧୀ ଦଳ ନେତାର ଗୁରୁଦାୟିତ୍ଵ । କିନ୍ତୁ ଏତେ ଦିନର ରାଜନୈତିକ ଅଭିଜ୍ଞତା ଥିବା ପରେ ବି ନିଜ ଦଳର କନ୍ଦଳକୁ ସେ ପରିସମାପ୍ତ କରିପାରୁନାହାନ୍ତି । ତେଣୁ ଆଗାମୀ ଦିନରେ ଦଳ ଉପରେ ଏହାର ସିଧାସଳଖ ପଡ଼ିବ ଏବଂ ପଞ୍ଚାୟତ ନିର୍ବାଚନରେ ବିଜେଡି ଜଳକା ହୋଇ ରହିଯିବ ବୋଲି ଅନେକ କହିଲେଣି । ହେଲେ ସମୟ କହିବ ଆଗାମୀ ଦିନରେ ବିଜେଡିର ସ୍ଥିତି ହେଉଛି କଣ ?
 

ଉଚ୍ଚ ଜୁଆର
9m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
13m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ