ନାବାଳକଙ୍କ ବେପରୁଆ ଗାଡି ଚାଳନା, ବିପଦରେ ଛାତ୍ରଙ୍କ ଜୀବନ
by Argus News
Sat, Nov 11 | 1:31 p.m.

ବେଗୁନିଆ : ଟିକିଏ ଅବହେଳା ହୋଇପାରେ ମୃତ୍ୟୁ ର କାରଣ । ଆମେ ଏଭଳି କିଛି ଦୃଶ୍ୟ ଦେଖାଉଛୁ ତାହା ଯେତିକି ଆଶ୍ଚର୍ଯ୍ୟ କରିବ ତା ସହ ଚକିତ ମଧ୍ୟ ହୋଇଯିବେ । ରାଜରାସ୍ତାରେ ନାବାଳକଙ୍କ ଦୃତ ଗାଡି ଚଳାଇ ସ୍କୁଲ ଯାଉଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବିନା ହେଲମେଟ ଓ ବିନା ଲାଇସେନ୍ସରେ ବେପରୁଆ ଗାଡିଚାଳନା ସେ ପୁଣି ସ୍କୁଲକୁ ନେଇ ଯାଉଥିବା ଘଟଣା , ଉଭୟ ଅଭିଭାବକ ଆଉ ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନିତିକୁ ପଦାରେ ପକାଇଛି ।  ପି ପାଁ କରି ଗୋଟିଏ ପରେ ଗୋଟିଏ ଗାଡି ଚାଲି ଯାଉଛି ଦୃତ ଗତିରେ । ସେ ପୁଣି କେଉଁ ବଡ଼ ପିଲାଙ୍କର ନୁହେଁ ନାବାଳକ ଛାତ୍ରଙ୍କର । ବେଗୁନିଆ ଆଦର୍ଶ ବିଦ୍ୟାଳୟର ପିଲା ମାନଙ୍କର ଏଭଳି ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳୁଛି । ଏହା ଉପରେ କଡା ଆଇନ ଥିବା ସତ୍ତ୍ୱେ ସ୍କୁଲ ପ୍ରଶାସନ ଏସବୁ ଜାଣି କାହିଁକି ନିରବ ? ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ । 

ଅଧିକ ପଢନ୍ତୁ ଓଡିଶା ଖବର

ଜାତୀୟ ରାଜପଥ ବରାବର ଚଳାଚଳ କରୁଛି ଭେରିଯାନ । ଦିନ ତମାନ ଏହି ଯାନ ବନ୍ଦ କରି ସଂଧ୍ୟାସମୟ ପରେ ଚଳାଚଳ କରିବାକୁ ଜିଲା ପ୍ରଶାସନ ପାଖରେ ଗୁହାରି ବି କିଛି କାମ ଦେଉନି । ରାଜରାସ୍ତାର ଏହି ଚଳାଚଳ ପାଇଁ ଅନେକ ନିରୀହ ଛାତ୍ର ଛାତ୍ରୀଙ୍କ ଜୀବନ ଚାଲିଯାଉଥିବାର ଆସିଛି ନଜର । ମୂଲ୍ୟବାନ ଜୀବନ ଦେବାର ଅଧିକାର ନଥିବା ବେଳେ ,ବେପରୁଆ ଗାଡିଚାଳନା ଆଉ ବିଦ୍ୟାଳୟ କୁ ଗାଡି ନେବାର ଅନୁମତି ଦେଲା କିଏ ବୋଲି ପ୍ରଶ୍ନ ଉଠିଛି । ତେବେ ଏଥିପାଇଁ ଦାୟୀ କିଏ ପରିବାର କର୍ତ୍ତୃପକ୍ଷ, ପୋଲିସ ପ୍ରଶାସନ, ଜାଣି ନଜାଣିବାର ଅଭିନୟ କରୁଥିବା ସ୍କୁଲ କର୍ତ୍ତୃପକ୍ଷ କି ପରିବହନ ବିଭାଗ ତାକୁ ନେଇ ଏବେ ନାନା ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ