ବାଦୁଡ଼ିଙ୍କ ପ୍ରେମରେ ତୁଟାମୁଣ୍ଡା ଗାଁ, ସୁରକ୍ଷା ଦେଉଛନ୍ତି ଗାଁର ପ୍ରତି ପରିବାର
by Argus News
Fri, Jan 12 | 3:20 p.m.

ଅର୍ଗସ ବ୍ୟୁରୋ : ଗାଁ ମୁଣ୍ଡରେ କିଚିରି ମିଚିର ଶବ୍ଦରେ ଫାଟି ପଡ଼ୁଛୁ ପୁରା ଏରିଆ । ସଞ୍ଜ ନଇଁ ଆସିଲେ କିଚିରି ମିଚିରି ଶବ୍ଦ ଖାଦ୍ୟ ଅନ୍ୱେଷଣରେ ଦୂର ଦିଗବଳୟକୁ ଉଡ଼ିଯାନ୍ତି । ରାତିର ଅନ୍ଧକାର ଭିତରେ ନିଜକୁ ହଜାଇ ଦିଅନ୍ତି । ଆଉ ଖାଦ୍ୟ ସଂଗ୍ରହ କରି ଫେରି ଆସନ୍ତି ତୁଟାମୁଣ୍ଡା ଗାଁକୁ । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ରେଢାଖୋଲ ବ୍ଲକରେ । ବଡ଼ମାଲ ରେଞ୍ଜର ତୁଟାମୁଣ୍ଡା ଗାଁ ମୁଣ୍ଡରେ ରହିଥିବା ବରଗଛ ସହିତ ଆଖପାଖ ୧୪ଟି ଗଛରେ କାହଁ କେଉଁ କାଳରୁ ରହି ଆସୁଛନ୍ତି ଏହି ବାଦୁଡ଼ି ମାନେ । 

ପରମ୍ପରା ଭଳି ପୂର୍ବ ପୁରୁଷ ଅନୁଯାଇ ବାଦୁଡ଼ିର ସୁରକ୍ଷା ଗାଁର ପ୍ରତି ପରିବାର ନେଉଛନ୍ତି । ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବାଦୁଡ଼ିକୁ ନାଁ ଶିକାର କରୁଛନ୍ତି ନାଁ କାହାକୁ ଶିକାର କରିବାକୁ ଦେଇଛନ୍ତି । ଏମାନଙ୍କ ଶଦ୍ଦରେ ସକାଳ ଓ ସନ୍ଧ୍ୟାର ସମୟର ଅନୁଭୁତି କିଛି ନିଆରା । ବାଦୁଡ଼ି ଥିବା ଯୋଗୁଁ ଗାଁର ମଙ୍ଗଳ ହେଉଛି ବୋଲି ବିଶ୍ୱାସ କରନ୍ତି ଗାଁ ଲୋକେ । ଶହଶହ ବର୍ଷ ଧରି ହରିହର ଯୋର କୂଳରେ ରହିଥିବା ଏହି ତୁଟାମୁଣ୍ଡା ଗାଁ ଏବେ ବାଦୁଡ଼ି ମାନଙ୍କ ପାଇଁ ଏକ ନୂଆ ପରିଚୟ ପାଇଛି । ଗାଁର ୬୦ ଟି ପରିବାର ନିଜର ଦୌନିନ୍ଦିନ କର୍ମରେ ବାଦୁଡ଼ି ସୁରକ୍ଷା ଦେବାର ଏକ ପରମ୍ପରା ବୋଲି ଭାବି ନେଇଛନ୍ତି । 

 

ବାଦୁଡ଼ି ମାନେ ଆହାର ଅନ୍ୱେଷଣରେ ଗଲାବେଳେ ଶିକାରୀ ଜାଲ ବସାଇ ଶିକାର କରୁ ନେଉଛନ୍ତି । ଏହାକୁ କିବପରି ବନ୍ଦ କରାଯିବ ଆଉ ଶିକାରୀକୁ ଧରି ଦଣ୍ଡ ଦିଆଜିବ ସେନେଇ ବନବିଭାଗ କର୍ମଚାରୀ ମାନେ ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଗ୍ରାମବାସୀ ମାନେ ଦାବି କରିଛନ୍ତି ଜଦି ବାଦୁଡ଼ି ମାନଙ୍କ ପାଇଁ ଫଳମୁଳ, ଖାଦ୍ୟ ଓ ଗଛ ଯଦି ବନବିଭାଗ ପକ୍ଷରୁ ସୃଷ୍ଟି କରାଯାଆନ୍ତା ଏବଂ ପେଟ୍ରୋଲିଙ୍ଗ ବ୍ୟବସ୍ଥା, ଏପରିକି ବନବିଭାଗ ପକ୍ଷରୁ ଏଠାରେ ପକ୍ଷୀ ପାର୍କ, ବାଦୁଡ଼ି ସୁରକ୍ଷିତ ରହିବା ସହ ବାଦୁଡ଼ିକୁ ଦେଖିବାକୁ ଲୋକେ ଆସନ୍ତେ । 

ଆଖପାଖ ୧୦୦ କିଲୋମିଟର ଦୂରତା ଭିତରେ ବାଦୁଡ଼ି ବସା ନାହିଁ ଏଠି ହଜାର ହଜାର ସଂଖ୍ୟାରେ ବାଦୁଡ଼ି ରହୁଥିବାରୁ ଲୋକଙ୍କର ଆକର୍ଷଣ ସ୍ଥାନ ପାଲଟିଛି । ଅନ୍ୟପକ୍ଷରେ ରେଢାଖୋଲ ଡିଏଫଓ କହିଛନ୍ତି ବର୍ତ୍ତମାନ ସମୟରେ ବାଦୁଡ଼ି ଲୋପ ପାଇଯାଉଥିବା ବେଳେ ଏଠି ଏତେ ସଂଖ୍ୟାରେ ବାଦୁଡ଼ି ରହିଛନ୍ତି ସେଥି ପାଇଁ ବିଭାଗ ପକ୍ଷରୁ ସବୁ ବ୍ୟବସ୍ଥା କରାଯିବ ବୋଲି ପ୍ରତିସୃତି ଦେଇଛନ୍ତି ।
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ